ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପୁଣି ମୃତ ନବଜାତ ଶିଶୁ ଉଦ୍ଧାର

author img

By

Published : Jan 5, 2021, 10:39 PM IST

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପୁଣି ମୃତ ନବଜାତ ଶିଶୁ ଉଦ୍ଧାର । ଅଲୋଡା ଶିଶୁ କନ୍ୟା ଉଦ୍ଧାର ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ସମ୍ମୁଖରେ ଶିଶୁ କନ୍ୟା ଉଦ୍ଧାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

new born baby dead body found in front of malkangiri dhh
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପୁଣି ମୃତ ନବଜାତ ଶିଶୁ ଉଦ୍ଧାର

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପୁଣି ମୃତ ନବଜାତ ଶିଶୁ ଉଦ୍ଧାର । ଜଙ୍ଗଲରେ ଅଲୋଡା ଶିଶୁ କନ୍ୟା ଉଦ୍ଧାର ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ପୁଣି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ସମ୍ମୁଖରେ ଆଉ ଏକ ମୃତ ନବଜାତକ ଶିଶୁକୁ ଫିଙ୍ଗାଯାଇଥିବା ଘଟଣା ସାମ୍ନାକୁ ଆସିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜଣେ ନବଜାତକ ମୃତ ଶିଶୁର ମୃତଦେହ ଦେଖିବାକୁ ମିଳିଛି । ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଲୋକଙ୍କ ଭିଡ ଜମିଯାଇଥିଲା । ଶିଶୁଟି ଜନ୍ମ ହୋଇ ମୃତ ହେବା ପରେ ମେଡିକାଲ ବାହାରେ ଫିଙ୍ଗି ଦିଆଯାଇ ଥାଇପାରେ । କୁକୁର ଏହାକୁ ଗୋଟାଇ ଆଣି ମେଡିକାଲ ସମ୍ମୁଖରେ ଫିଙ୍ଗି ଦେଇଥିବା ବୋଲି ଅନୁମାନ କରାଯାଉଛି। ଯଦି ଶିଶୁଟି ଜନ୍ମ ହେବା ପରେ ମୃତ୍ୟୁବରଣ କରିଥାଏ ତେବେ ଏହାକୁ ପୋତି ଦେବା କଥା କିନ୍ତୁ କିପରି ମୃତ ଶିଶୁଟିକୁ ଏଭଳି ଫିଙ୍ଗି ଦେଇ ଚାଲିଗଲେ ତାହା ତଦନ୍ତ ସାପେକ୍ଷ । ଏହି ଖବର ପ୍ରଚାର ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଏହି ଶିଶୁଟିକୁ ମେଡିକାଲ ସମ୍ମୁଖରୁ କାଢି ବାହାରେ ଫିଙ୍ଗି ଦେଇଛନ୍ତି। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କିଛି କହିବାକୁ ମନା କରିଦେଇଥିଲେ।

ସୂଚନାଥାଉକି ଗତକାଲି ତଣ୍ଡାପାଲୀ ଛକ ନିକଟରେ ରହିଥିବା ଜଙ୍ଗଲରେ ନବଜାତକ ଶିଶୁ କନ୍ୟାକୁ ଅଲୋଡା ଛାଡି ଦିଆଯାଇଥିଲା । ଶିଶୁ କନ୍ୟାକୁ ଭୀମା ମାଡକାମୀ ଉଦ୍ଧାର କରି ଚାଇଲ ଲାଇନକୁ ହସ୍ତାନ୍ତର କରିଥିଲେ । ଆଜି ପୁଣି ମୃତ ନବଜାତକ ଶିଶୁକୁ ଏଭଳି ଫିଙ୍ଗି ଦେବା କେତେ ଦୂର ଯୁକ୍ତିଯୁକ୍ତ ଏନେଇ ଆଲୋଚନା ଜୋର ଧରିଛି । ମେଡିକାଲ କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସାଧାରଣରେ ଦାବି ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.