ETV Bharat / state

73ବର୍ଷରେ ସ୍ବାଧୀନତା, ଅବହେଳିତ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ

ସମସ୍ତେ ସ୍ବାଧୀନତାର 73ତମ ବର୍ଷରେ ମନେ ପକାଇଛନ୍ତି ନିଜ ପୂର୍ବପୁରୁଷଙ୍କ ବଳିଦାନକୁ । ହୁଏତ ସରକାର ସେହି ଆଦିବାସୀ ସଂଗ୍ରାମୀଙ୍କୁ ନିଜ ଶହୀଦ ଯବାନଙ୍କ ତାଲିକାରୁ ହଟାଇ ଦେଇପାରନ୍ତି, କିନ୍ତୁ ଆଜି ବି ସେମାନଙ୍କ ଦେଶପ୍ରେମ, ଶ୍ରଦ୍ଧା ଓ ଭକ୍ତିକୁ ଭୁଲି ପାରିନାହାନ୍ତି ପରିବାର ଲୋକେ ।

author img

By

Published : Aug 17, 2019, 8:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଦେଶ ସ୍ବାଧୀନତାକୁ ବିତିଛି 72 ବର୍ଷ । ଆରମ୍ଭ ହୋଇଛି 73ତମ ସ୍ବାଧୀନତା ଦିବସ ପାଳନ । ଚାରିଆଡେ ଗୁଞ୍ଜୁରି ଉଠୁଛି ସ୍ବାଧୀନତାର ସ୍ବର । ଦେଶ ପାଇଁ ବଳିଦାନ ଦେଇଥିବା ବୀର ଯବାନ ତଥା ସଂଗ୍ରାମୀମାନଙ୍କୁ ମନେ ପକାଇଛନ୍ତି ଦେଶବାସୀ । ହେଲେ ଶହୀଦ ସଂଗ୍ରାମୀଙ୍କ ତାଲିକାରୁ ଯେମିତି ବାଦ ପଡିଛନ୍ତି ରାଜ୍ୟର ଆଦିବାସୀ ସଂଗ୍ରାମୀ । ତେବେ କିପରି ରହିଛି ଏହି ସଂଗ୍ରାମୀମାନଙ୍କ ପରିବାରର ଅବସ୍ଥା ତାହା ପଚାରି ବୁଝିଛି ‘ଇଟିଭି ଭାରତ’ । ଦେଖନ୍ତୁ ଏହି ଗ୍ରାଉଣ୍ଡ ଜିରୋ ରିପୋର୍ଟ :

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ପଛୁଆ ଇଲାକାରେ ବେଶ ଆନନ୍ଦ ଓ ଉଲ୍ଲାସରେ ପାଳନ ହୋଇଛି ସ୍ବାଧୀନତା ଦିବସ । ସମସ୍ତେ ସ୍ବାଧୀନତାର 73ତମ ବର୍ଷରେ ମନେ ପକାଇଛନ୍ତି ନିଜ ପୂର୍ବପୁରୁଷଙ୍କ ବଳିଦାନକୁ । ହୁଏତ ସରକାର ସେହି ଆଦିବାସୀ ସଂଗ୍ରାମୀଙ୍କୁ ଶହୀଦଙ୍କ ତାଲିକାରୁ ହଟାଇ ଦେଇପାରନ୍ତି, କିନ୍ତୁ ଆଜି ବି ସେମାନଙ୍କ ଦେଶପ୍ରେମ, ଶ୍ରଦ୍ଧା ଓ ଭକ୍ତିକୁ ଭୁଲି ପାରିନାହାନ୍ତି ପରିବାର ଲୋକେ । ଫଳରେ ପରିବାର ଲୋକେ ଓ କିଛି ବଦାନ୍ୟ ଗ୍ରାମବାସୀଙ୍କ ମିଳିତ ସହାୟତାରେ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀରେ ଚଢିଛି ଶ୍ରଦ୍ଧାର ପୁଷ୍ପମାଳା ।

ଏ ହେଉଛି ମାନକାନଗିରି ଜିଲ୍ଲା ଗଙ୍ଗଲା ଗାଁର ଦୃଶ୍ୟ । ଯେଉଁଠାରେ ରହୁଛନ୍ତି ଶହୀଦ ସ୍ବାଧୀନତା ସଂଗ୍ରାମୀ ଗଙ୍ଗାଧର କୋପେଙ୍କ ପରିବାର । ପରିବାରର ପେଟ ପୁରିବା ପାଇଁ ଦାନା ନିଅଣ୍ଟ । ନା ଅଛି ପର୍ଯ୍ୟାପ୍ତ ରୋଜଗାର, ନା ମିଳୁଛି ସଂଗ୍ରାମୀ ଭତ୍ତା । ଫଳରେ ଅତି ଅଭାବ ଅସୁବିଧାରେ ଚଳୁଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ କହିବା ମୁତାବକ ତାଙ୍କ ପରିବାରକୁ ସରକାର ଯେମିତି ଭୁଲି ଯାଇଛନ୍ତି । ଫଳରେ ପ୍ରତିବର୍ଷ ସ୍ବାଧୀନତା ଦିବସରେ ଶହୀଦ ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରନ୍ତି ପରିବାର ଓ ଗ୍ରାମବାସୀ ।

ଯେଉଁ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ବା ସରକାରୀସ୍ତରରେ ହେବା କଥା, ସେ ଦାୟିତ୍ବକୁ ଏକପ୍ରକାର ଭୁଲିଯାଇଛନ୍ତି ସରକାର । ତେଣେ କେବଳ ସଂଗ୍ରାମୀ ଗଙ୍ଗାଧର କୋପେ ଏକା ନୁହଁନ୍ତି, ଏଭଳି ଅବହେଳାର ଶିକାର ହୋଇଛନ୍ତି ବୀର ଲକ୍ଷ୍ମଣପୁର ଗ୍ରାମର ଶହୀଦ ସଂଗ୍ରାମୀ ଗଙ୍ଗାଧର ଝଲ୍ଲାଙ୍କ ପରିବାର । ତେବେ ବର୍ଷକୁ ଥରେ ମାଲକାନଗିରି ଜିଲ୍ଲାର ଆଦିବାସୀ ସଂଗ୍ରାମୀମାନଙ୍କୁ ସରକାର ମନେ ପକାଇ ପରିବାରର ସଦସ୍ୟଙ୍କୁ ସଭାରେ ଶାଲ ଖଣ୍ଡେ ଦେଇ ନିଜ ଦାୟିତ୍ବ ସମ୍ପୂର୍ଣ୍ଣ କରୁଛନ୍ତି ।

ଦେଶ ଯେତେ ଆଗେଇଲେ ବି ଦେଶ ସ୍ବାଧୀନ ହେବା ପଛରେ ରହିଥିବା ଏହି ଆଦିବାସୀ ସଂଗ୍ରାମୀମାନଙ୍କ ବଳିଦାନକୁ ଖୁବ କମ୍‌ ଲୋକେ ବା କେବଳ ପରିବାର ଲୋକେ ହିଁ ମନେ ରଖିଛନ୍ତି କହିଲେ କିଛି ଭୁଲ ହେବ ନାହିଁ । ତେଣୁ 73ତମ ସ୍ବାଧୀନତା ଦିବସରେ ଏହି ଶହୀଦ ସଂଗ୍ରାମୀଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଅବହେଳା ବିଡମ୍ବନାର ବିଷୟ ନୁହେଁ କି ?

ମାଲାକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଆସନ୍ତା କାଲି ସମଗ୍ର ଦେଶ ପାଳିବ ୭୨ତମ ସ୍ଵାଧୀନତା ଦିବସ । ପଲ୍ଲି ଠାରୁ ଦିଲ୍ଲି ପର୍ଯ୍ୟନ୍ତ ସବୁଠି ଉଡିବ ତ୍ରିରଙ୍ଗା ପତାକା । ଆଉ ଆମ ନେତାଏ ସ୍ଵାଧୀନତା ସଂଗ୍ରାମୀଙ୍କ ନାମ ଗାନ କରି ମଞ୍ଚରେ ଅନେକ ଭାଷଣ ବାଜି ଦେବେ । ହେଲେ ଦେଶ ପାଇଁ ଜୀବନ ଦେଇଥିବା ଆଦିବାସୀ ସଂଗ୍ରାମୀ ମାନଙ୍କୁ କିନ୍ତୁ ଭୁଲି ଯାଇଛନ୍ତି ସରକାର । ଏମିତିରେ ଗ୍ରାଉଣ୍ଡ ଜିରୋରେ ସଂଗ୍ରାମୀଙ୍କ ପରିବାର ର ବାସ୍ତବ ସ୍ଥିତି ପରଖିଛି ଇଟିଭି ଭାରତ......................Body:ଭି.ଓ-୧- ପଛୁଆ ଇଲାକାରେ ପାଳିତ ହେବ ସ୍ଵାଧୀନତା ଦିବସ । ଆଦିବାସୀ ମାନେ ଭି ସାମିଲ ହେବେ ଦେଶର ସ୍ଵାଧୀନତା ଦିବସରେ । ମନେ ପକେଇବେ ନିଜ ମାଟିର ବୀର ସଂଗ୍ରାମୀଙ୍କୁ । ଏଥି ପାଇଁ ମାଲକାନଗିରି ଜିଲ୍ଲା ଗଙ୍ଗଲା ଗାଁରେ ଥିବା ସ୍ଵାଧୀନତା ସଂଗ୍ରାମୀ ଗଙ୍ଗାଧର କୋପେଙ୍କ ପ୍ରତିମୂର୍ତ୍ତିରେ ପାଣି ଢଳା ଯାଇ ସଂଗ୍ରାମୀଙ୍କୁ ପୁଷ୍ପ ମାଲ୍ୟ ମଧ୍ୟ ଅର୍ପଣ କରାଯାଉଛି । ତେବେ ଏସବୁ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ କିମ୍ବା ଆମ ସରକାରଙ୍କ ପକ୍ଷରୁ ହେଉନାହିନ କେବଳ ସଂଗ୍ରାମୀଙ୍କ ପରିବାର ଓ ଗ୍ରାମ ବାସିଙ୍କ ଉଦ୍ୟମରେ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି । ଦେଶର ସ୍ଵାଧୀନତା ସଂଗ୍ରାମରେ ଦେଶ ପାଇଁ ଜୀବନ ଦେଇଥିବା ଆଦିବାସୀ ସଂଗ୍ରାମୀଙ୍କୁ କିନ୍ତୁ ଭୁଲି ଯାଇଛନ୍ତି ଆମ ସରକାର । ନହେଲେ କଅଣ ସଂଗ୍ରାମୀଙ୍କ ଗାଁ କୁ ଯିବା ଲାଗି ଏମିତି କାଦୁଅ ପୋଚ ପୋଚ ରାସ୍ତାରେ ଯିବାକୁ ପଡନ୍ତା । ସଂଗ୍ରାମୀ ଗଙ୍ଗାଧର କୋପେଙ୍କ ପରିବାର ଦିନକୁ ଦୁଇ ମୁଠା ଖାଇବାକୁ ପାଉ ନଥିବା ବେଳେ ପରିବାର ର କୌଣସି ସଦସ୍ୟ ପାଉ ନାହାନ୍ତି ସଂଗ୍ରାମୀ ଭତ୍ତା ।

ବାଇଟ-୧- କନକ ଦେଇ ଡୁମାଲି, ସ୍ଵାଧୀନତା ସଂଗ୍ରାମୀ ଗଙ୍ଗାଧର କୋପେଙ୍କ ଝିଅ

ବାଇଟ-୨- ଲଛମନ କୋପେ, ସ୍ଵାଧୀନତା ସଂଗ୍ରାମୀ ଗଙ୍ଗାଧର କୋପେଙ୍କ ନାତି

ଭି.ଓ-୨ କେବଳ ଗଙ୍ଗାଧର କୋପେଙ୍କ ପରିବାର ନୁହନ୍ତି ବୀର ଲକ୍ଷ୍ମଣପୁର ଗ୍ରାମର ଆଉ ଜଣେ ଆଦିବାସୀ ସଂଗ୍ରାମୀଙ୍କ ପରିବାର ଅବସ୍ତା ମଧ୍ୟ ଏକା ପରି । ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ଡାକରାରେ ସ୍ଵାଧୀନତା ଆନ୍ଦଳନରେ ଝାସ ଦେଇଥିବା ଅନେକ ଆଦିବାସୀ ସଂଗ୍ରାମୀ ମାନେ ଆଜି ଅବହେଳିତ କେଉଁଠି ସଂଗ୍ରାମୀଙ୍କ ପରିବାର ଲୋକେ କୁଲି ମଜୁରି କରି ଦିନ କଟାଉଛନ୍ତି ତ ଆଉ କେଉଁଠି ହଳକରି ଚାଷ କରିବା ହିଁ ସେମାନଙ୍କ ଜୀବନ ଶୈଳୀ ହୋଇଛି । ତେବେ ବର୍ଷକୁ ଥରୁ ଟିଏ ଭି ମାଲକାନଗିରି ଜିଲ୍ଲାର ଆଦିବାସୀ ସଂଗ୍ରାମୀ ମାନଙ୍କୁ ଆମ ସରକାର ମନେ ପକେଇ ନଥିବା ବେଳେ ଜିଲ୍ଲା ପ୍ରଶାସନ କେବେ କେମିତି କେଉଁ ସଭାରେ ସଂଗ୍ରାମୀଙ୍କ ପରିବାର କୁ ସାଲ ଖଣ୍ଡେ ବେକରେ ପକାଇ ନିଜର ଦାଇତ୍ଵ ସମ୍ପନ୍ନ କରି ଦେଉଛି ।

ବାଇଟ-୩- ନିଳକଣ୍ଠ ଝଲ୍ଲା, ସ୍ଵାଧୀନତା ସଂଗ୍ରାମୀ ଗଙ୍ଗାଧର ଝଲ୍ଲାଙ୍କ ନାତି

ବାଇଟ-୪- ପୁଷ୍ପ ରାଜୁ, ବୁଦ୍ଧିଜିବି
Conclusion:ଫା.ଭି.ଓ- ସମଗ୍ର ଦେଶ ପାଳିବ ସ୍ଵାଧୀନତା ଦିବସ ତେବେ ସ୍ଵାଧୀନତା ଦିବସରେ ଆଦିବାସୀ ସଂଗ୍ରାମୀ ମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ଭୁଲି ଯିବା ବିଡମ୍ବନାର କଥା ନୁହେଁ କି?

ପି.ଟୁ.ସି- ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.