ETV Bharat / state

ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ: ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର, କୁମ୍ବିଂ ଅପରେସନ ଜୋରଦାର

author img

By

Published : Jul 28, 2019, 10:55 AM IST

ରବିବାର (ଜୁଲାଇ 28)ଠାରୁ ଅଗଷ୍ଟ ୩ ତାରିଖ ଯାଏଁ ଶହୀଦ ସପ୍ତାହ ପାଳନ କରିବେ ମାଓବାଦୀ । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜୁଲାଇ ୨୮ ତାରିଖ(ରବିବାର) ଠାରୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ । ଅଗଷ୍ଟ ୩ ତାରିଖ ଯାଏଁ ଶହୀଦ ସପ୍ତାହ ପାଳନ କରିବେ ମାଓବାଦୀ । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶହୀଦ ସପ୍ତାହରେ ହିଂସା ତଥା ଜନସାଧାରଣଙ୍କୁ ସୁରକ୍ଷାକୁ ଆଖି ଆଗରେ ରଖି ସରକାରୀ ଓ ଘରୋଇ ବସ୍‌ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷାବାହିନୀଙ୍କ କଡା ପ୍ରହରା ଜାରି ରହିଛି ।

ବିଗତ ଦିନ ଗୁଡିକରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ସାଥିଙ୍କୁ ମନେ ପକାଇ ଲାଲବାହିନୀ ଏହି ଶହୀଦ ସପ୍ତାହ ପାଳନ କରନ୍ତି । ଏଥିପାଇଁ ନକ୍ସଲ ମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଇ ସାଧାରଣ ଲୋକଙ୍କୁ ସେମାନଙ୍କ ଶହୀଦ ସପ୍ତାହରେ ସାମିଲ ହେବା ଲାଗି ଆହ୍ବାନ କରିଛନ୍ତି । ଶହୀଦ ସପ୍ତାହକୁ ନେଇ ମାଓବାଦୀଙ୍କ ଡାକରା ସାଧାରଣରେ ଭୟ ସଞ୍ଚାର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବସ ଚଳାଚଳ ବନ୍ଦ ଫଳରେ ପ୍ରଭାବିତ ହୋଇଛନ୍ତି ଅନେକ ଯାତ୍ରୀ । ଏହାସହ ନକ୍ସଲ ପ୍ରବଣ ଅଞ୍ଚଳମାନଙ୍କରେ ବିଏସଏଫ ଓ ଏସଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି । ସହରର ସମସ୍ତ ମୁଖ୍ୟ ରାସ୍ତାରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି । କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଗୁଇନ୍ଦା ବିଭାଗ ତତ୍ପର ରହିଥିବା ଜଣାପଡ଼ିଛି । ସ୍ଵାଭିମାନ ଅଞ୍ଚଳର ମାଓବାଦୀଙ୍କୁ ହିଂସାର ରାସ୍ତାଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ମାଲକାନଗିରି ଏସ୍‌ପି ଆହ୍ବାନ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ନକ୍ସଲ ମାନେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପାଳନ କରିବେ ସେମାନଙ୍କର ସହିଦ ସପ୍ତାହ । Body:ବିଗତ ଦିନ ଗୁଡିକରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ସାଥି ମାନଙ୍କୁ ମନେ ପକାଇ ନକ୍ସଲ ମାନେ ଏହି ସହିଦ ସପ୍ତାହ ପାଳନ କରନ୍ତି । ଏଥିପାଇଁ ନକ୍ସଲ ମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଇ ସାଧାରଣ ଲୋକଙ୍କୁ ସେମାନଙ୍କ ସହିଦ ସପ୍ତାହରେ ସାମିଲ ହେବା ଲାଗି ଆହ୍ନାନ କରିଛନ୍ତି । “ସହିଦ ସପ୍ତାହ” କୁ ନେଇ ମାଓବାଦୀଙ୍କ ଡାକରା ସାଧାରଣରେ ଭୟ ସଞ୍ଚାର କରିଛି । ସହିଦ ସପ୍ତାହ ଲାଗି ଜିଲ୍ଲାରେ ଚଳା ଚଳ କରୁଥିବା ସମସ୍ତ ଘରୋଇ ଓ ସରକାରି ବସ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ ଯାତ୍ରୀ ମାନେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନକ୍ସଲ ପନ୍ଥିଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟାବସ୍ତା ଗ୍ରହଣ କରାଯାଇଛି । ନକ୍ସଲ ପ୍ରବଣ ଅଞ୍ଚଳ ମାନଙ୍କରେ ବିଏସ.ଏଫ ଓ ଏସ.ଓ.ଜି ବାହିନୀର ଜବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ କରାଯାଉଥିବା ବେଳେ ସମସ୍ତ ମୁଖ୍ୟ ରାସ୍ତାରେ ପୋଲିସ ପକ୍ଷରୁ ପେଟ୍ରୋଲିଂ ଜାରି ରହିଛି । କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଗୁଇନ୍ଦା ବିଭାଗ ତତ୍ପର ରହିଥିବା ଜଣାପଡ଼ିଛି । ସ୍ଵାଭିମାନ ଅଞ୍ଚଳର ମାଓବାଦୀଙ୍କୁ ହିଂସାର ରାସ୍ତାଛାଡି ସମାଜର ମୁଖ୍ୟ ଶ୍ରତରେ ସାମିଲ ହେବା ଲାଗି ମାଲକାନଗିରି ଏସ୍ପି ଆୱାହନ କରିଛନ୍ତି ।Conclusion:ବାଇଟ-1-ଅଜିତ ରଣା, ଯାତ୍ରୀ (ରେଡ଼ ରେଇନ କୋଟ)

ବାଇଟ-2-ସନ୍ତୋଷ ମହାପାତ୍ର, ଘରେଇ ବସ ସଂଘ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.