ମାଲକାନଗିରି: ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଶୋଭାଯାତ୍ରା । ଦେଶର ବିଭିନ୍ନ ରାଜ୍ୟର ପାହାଡ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ କେନ୍ଦ୍ର ସରକାର ହିନ୍ଦୁ ବର୍ଗରେ ସାମିଲ ନକରି ସେମାନଙ୍କୁ ପୁର୍ବପରି ଆଦିବାସୀ ମାନ୍ୟତା ପ୍ରଦାନ କରନ୍ତୁ । ଏନେଇ ମାଲକାନଗିରି ଜିଲ୍ଲାର ରାଷ୍ଟ୍ରିୟ ଆଦିବାସି ଏକତା ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଆଦିବାସି ସଂଘ ପକ୍ଷରୁ ପ୍ରଥମେ ମାଲକାନଗିରି ସହରରେ ବିରାଟ ଶୋଭାଯାତ୍ରା କରାଯିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ଟାଇଗର ପ୍ରଜେକ୍ଟକୁ ପ୍ରତ୍ୟାହାର କରିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେଡୁଲ 5th ପ୍ରଚଳନ କରିବା ଲାଗି ଦାବି ହୋଇଛି । କାରଣ ଆଦିବାସୀ ଲୋକଙ୍କ କଳା ଓ ସଂସ୍କୃତି ସେମାନଙ୍କ ପରିଚୟ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ