ମାଲକାନଗିରି: ଜିଲ୍ଲାର ମହାବିଦ୍ୟାଳୟରେ ଧୁମ୍ଧାମରେ ପାଳିତ ହୋଇଯାଇଛି ସମର ଶିକ୍ଷାର୍ଥୀ ବାହିନୀର 71ତମ ଦିବସ । ଏହି ଅବସରରେ ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ଏସଡିପିଓ ପ୍ରହଲ୍ଲାଦ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ତେବେ ଭବିଷ୍ୟତରେ ଦେଶର ଜଣେ ବୀର ସୈନିକ ହେବା ଲାଗି ଏହି ଦିବସରେ ପାଳନ କରିଛନ୍ତି ଏନସିସି କ୍ୟାଡରମାନେ। ଏହାସହ କଲେଜ ପରିସରରେ ବିଭିନ୍ନ ଚିତ୍ର କରି ଲୋକଙ୍କୁ ଦେଶଭକ୍ତିର ବାର୍ତ୍ତା ଦେଇଛନ୍ତି ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମକୁ ବାଣିଜ୍ୟ ବିଭାଗର ପ୍ରଫେସର ଡକ୍ଟର. ରଞ୍ଜନ କୁମାର ସ୍ବାଇଁ ପରିଚାଳନା କରିଥିଲେ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ