ETV Bharat / state

କାଲିମେଳାରେ ଅଜଣା ଜନ୍ତୁ ଆତଙ୍କ, 48 ଛେଳି ଓ ମେଣ୍ଢା ଛୁଆଙ୍କୁ ଝୁଣି ଖାଇଲା

Mysterious animal fear: କାଲିମେଳା ଏମଭି 67 ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ 48 ଛେଳି ଓ ମେଣ୍ଢା ଛୁଆଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

mysterious animal killed several goat
mysterious animal killed several goat
author img

By ETV Bharat Odisha Team

Published : Dec 15, 2023, 12:24 PM IST

mysterious animal

ମାଲକାନଗିରି: କାଲିମେଳା ବ୍ଲକ ଏମଭି 67 ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ 48 ଛେଳି ଓ ମେଣ୍ଢା ଛୁଆଙ୍କ ମୃତ୍ୟୁ ହୋଇଥିବା ସୂଚନା । ବୁଧବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ଛେଳି ଓ ମେଣ୍ଢା ଛୁଆ ରାତିରେ ଗୁହାଳରେ ଶୋଇଥିବା ବେଳେ ସକାଳ ସମୟରେ ଏକ ଚାଷ ଜମିରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ପଶୁ ଡାକ୍ତରଖାନାର ଭେଟେନେରୀ ଅଫିସର ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏମଭି 67 ଗ୍ରାମର ସୁନୀଲ ହଳଦାର ଛେଳି ଓ ମେଣ୍ଡା ପାଳନ କରନ୍ତି । ସେ ପାଖାପାଖି 170 ଗୋଟି ଛେଳି ଓ ମେଣ୍ଢା ରଖିଛନ୍ତି । ବୁଧବାର ବିଳମ୍ବିତ ରାତିରେ କୌଣସି ଅଜଣା ଜନ୍ତୁ ତାଙ୍କ ଗୁହାଳକୁ ପ୍ରବେଶ କରି 7ଟି ଛେଳି ଛୁଆ ଓ 40ଟି ମେଣ୍ଢା ଛୁଆଙ୍କୁ ଆକ୍ରମଣ କରିଥିଲା । ଏହାପରେ ପର ଦିନ ସକାଳ ସମୟରେ ଗୁହାଳ ଠାରୁ ପ୍ରାୟ 50ରୁ 60 ମିଟର ଦୂରରେ ଥିବା ଚାଷ ଜମିରେ ସମସ୍ତ ଛେଳି ଓ ମେଣ୍ଢା ଛୁଆଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଅଜଣା ଜନ୍ତୁଟି ମେଣ୍ଢା ଓ ଛେଳି ଛୁଆଙ୍କ ଶରୀର କିଛି ଅଂଶ ଖାଇଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-ପୁଣି ଅଜଣା ଜନ୍ତୁ ଆତଙ୍କ, ୬ ମେଣ୍ଢା ମୃତ

ସେହିପରି ଉକ୍ତ ଗାଁର ଅନ୍ୟ ଜଣେ ଚାଷୀ ଆଶିତ ବାରିକଙ୍କ 12 ଗୋଟି ଛେଳି ମଧ୍ୟରୁ ଗୋଟିଏ ଛେଳିକୁ ଆକ୍ରମଣ କରିଛି ଅଜଣା ଜନ୍ତୁ । ଫଳରେ ସ୍ଥାନୀୟ ଅଞ୍ଚଳରେ ଏନେଇ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି । ଏ ଘଟଣା ସମ୍ପର୍କରେ ଖବର ପାଇ କାଲିମେଳା ପଶୁ ଡାକ୍ତରଖାନାର ଭେଟେନେରୀ ଅଫିସର ବିଜନ ମହାଳିକ, ଭିଏସ୍ ଡାକ୍ତର ଏ ଯଶବନ୍ତ କୁମାର କୁମୁଟି, ଏଲ୍ଆଇ ସୁରେନ୍ଦ୍ର ଦାସ ଓ ପ୍ରାଣୀ ମିତ୍ର ରିଙ୍କୁ ରଙ୍ଗ ଘଟଣା ସ୍ଥଳରେ ପହଞ୍ଚିଥିଲେ । କ୍ଷତବିକ୍ଷତ ଛେଳି, ମେଣ୍ଢା ଛୁଆଙ୍କ ଯାଞ୍ଚ କରୁଛନ୍ତି ଡାକ୍ତର । କେଉଁ ଜନ୍ତୁ ଆକ୍ରମଣରେ ସେମାନଙ୍କ ମୃତ୍ୟୁ ହେଲେ ସେନେଇ ଯାଞ୍ଚ କରାଯାଉଛି । ଘଟଣା ସ୍ଥଳରେ ଅଜଣା ଜନ୍ତୁର ପାଦ ଚିହ୍ନ ଓ ନଖକୁ ନେଇ ତଦନ୍ତ କରାଯାଉଛି । ଅନ୍ୟପଟେ କାଲିମେଳା ବନ ବିଭାଗ ରେଞ୍ଜର ଟଙ୍କଧର ଦାସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । କେଉଁ ଜନ୍ତୁର ଆକ୍ରମଣରେ ମେଣ୍ଢା ଓ ଛେଳି ଛୁଆଙ୍କର ମୃତ୍ୟୁ ହେଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.