ETV Bharat / state

ଗୁଣି ଗାରେଡି ସନ୍ଦେହରେ ହତ୍ୟା, ଅଭିଯୁକ୍ତ ଗିରଫ

author img

By

Published : Jul 9, 2020, 7:44 PM IST

ଆଧୁନିକ ସମାଜରେ ଆଜି ବି କାୟା ବିସ୍ତାର କରୁଛି ଗୁଣିଗାରେଡି । ଏବେ ବି ଗୁଣିଗାରେଡି ସନ୍ଦେହରେ ଆଜି ବି ଲୋକଙ୍କ ହତ୍ୟା ମାମଲା କିଛି ନୁହେଁ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକଟା ଗାଁରେ ।

malkangiri latest news, superstitious believe in malkangiri, murder in malkangiri, superstition, ମାଲକାନଗିରି ଲାଟେଷ୍ଟ ନ୍ୟୁଜ୍‌, ମାଲକାନଗିରିରେ ଗୁଣି ଗାରେଡି, ମାଲକାନଗିରିରେ ହତ୍ୟା, ଗୁଣି ଗାରେଡି
ଗୁଣି ଗାରେଡି ସନ୍ଦେହରେ ହତ୍ୟା, ଅଭିଯୁକ୍ତ ଗିରଫ

ମାଲକାନଗିରି: ଆଧୁନିକ ସମାଜରେ ଆଜି ବି କାୟା ବିସ୍ତାର କରୁଛି ଗୁଣିଗାରେଡି । ଏବେ ବି ଗୁଣିଗାରେଡି ସନ୍ଦେହରେ ଆଜି ବି ଲୋକଙ୍କ ହତ୍ୟା ମାମଲା କିଛି ନୁହେଁ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକଟା ଗାଁରେ । ଗୁଣି ଗାରେଡି ସନ୍ଦେହରେ ଗାଁର ସୁବାସ ଭୂୟାଁଙ୍କ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତ ବଜକୁ ପୋଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତ ବଜ, ସୁବାସଙ୍କ ଘରକୁ ଯାଇଥିଲେ । ସେଠାରେ ସେ ସୁବାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କ ଉପରେ ଲାଠି ମାଡ କରିବା ସହ ଧନୁ ତୀରରେ ଆକ୍ରମଣ କରିଥିଲା । ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚାଲିଯାଇଥିବା ବେଳେ କ୍ଷତାକ୍ତ ସୁବାସ ଓ ଲକ୍ଷ୍ମୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୁବାସଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ ତୁରନ୍ତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ଡାକ୍ତର ସୁବାସଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ସୁବାସଙ୍କ ସ୍ତ୍ରୀଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ବଜକୁ ଏନେଇ ଓର୍କେଲ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଜଗଦୀଶ ବାରା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.