ETV Bharat / state

ମାଲକାନଗିରିରେ ଲଗାଣ ବର୍ଷା, ଯାତାୟତ ବିଚ୍ଛିନ୍ନ - ମାଲକାନଗିରି

ମାଲକାନଗିରି ଜିଲାରେ 3 ଦିନ ହେବ ଲଗାଣ ବର୍ଷା ଲାଗିରହିଛି । ଏହା କାରଣରୁ ବିଭିନ୍ନ ନଦୀରେ ଜଳ ସ୍ତର ବଢିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

monsoon in malakanagiri
ମାଲକାନଗିରିରେ ଲଗାଣ ବର୍ଷା
author img

By

Published : Aug 12, 2020, 6:17 PM IST

ମାଲକାନଗିରି: ମାଲକାନଗିରି ଜିଲାରେ 3 ଦିନ ହେବ ଲଗାଣ ବର୍ଷା ଲାଗିରହିଛି । ଏହା କାରଣରୁ ବିଭିନ୍ନ ନଦୀରେ ଜଳ ସ୍ତର ବଢିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-96, କାଙ୍ଗୁରୁକୋଣ୍ଡା ପୋଲ ଉପରେ ନଦୀ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।

ମାଲକାନଗିରିରେ ଲଗାଣ ବର୍ଷା

ପୋଲ ଉପରେ 2-3 ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବା ଯୋଗୁଁ ମାଲକାନଗିରି ସଦର ମହକୁମାରୁ କାଲିମେଳା ଅଞ୍ଚଳକୁ ଯାତାୟତ ଠପ୍‍ ହୋଇଯାଇଛି । ସେହିପରି ଏମଭି-96 ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ କାଲିମେଳା ଠାରୁ ମୋଟୁ ଅଞ୍ଚଳକୁ ଯାତାୟତରେ ବାଧା ଉପୁଜିଛି । ଏହି ଅଞ୍ଚଳ ମାନଙ୍କୁ ଗାଡିମଟର ଚଳାଚଳ ବନ୍ଦ ରହିଛି । ପୋଲର ଉଭୟ ପାର୍ଶ୍ବେ ଲୋକେ ଅଟକି ରହିଥିବା ଜଣାପଡ଼ିଛି ।

ଅଳ୍ପ ବର୍ଷା ହେଲେ ଏହି ପୋଲ ଗୁଡିକ ଦିନ ଦିନ ଧରି ବୁଡି ରହୁଥିବା ବେଳେ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ଛୋଟ ପୋଲଟିକୁ ଉଚ୍ଚା କରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପାଖରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.