ETV Bharat / state

କାଲିମେଳାର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର - ମାଲକାନଗିରି କାଲିମେଳା ଯୁବକଙ୍କ ମୃତଦେହ ଉଦ୍ଧାର ଖବର

ମାଲକାନଗିରି ଜିଲ୍ଲା କାଲିମେଳାର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଥିଲେ ଯୁବକ ଜଣକ । ଅଧିକ ପଢନ୍ତୁ...

କାଲିମେଳାର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
କାଲିମେଳାର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
author img

By

Published : Nov 27, 2020, 1:45 PM IST

Updated : Nov 27, 2020, 3:09 PM IST

ମାଲକାନଗିରି: ଗତ ଦୁଇଦିନ ହେବ ପୋଟେରୁ ନଦୀରେ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର । ନାମକଣ୍ଡା ଗ୍ରାମ ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଗ୍ରାମବାସୀ ମୃତଦେହ ନଦୀରେ ଭାସୁଥିବାର ଦେଖି ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ।

କାଲିମେଳାର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ ଦୁଇଦିନ ତଳେ କାଲିମେଳାର ରାକେଶ ମଣ୍ଡଳ ନାମକ ଜଣେ ଯୁବକ ନିଜ ସାଙ୍ଗମାନଙ୍କ ସହିତ ଭେଙ୍କଟପାଲମ ଗ୍ରାମ ନିକଟରେ ଥିବା ପୋଟେରୁ ନଦୀକୂଳକୁ ବଣ ଭୋଜି କରିବାକୁ ଯାଇଥିଲେ । ଭୋଜିସାରି ସାଙ୍ଗମାନେ ଘରକୁ ଫେରି ଆସିଥିଲେ ମଧ୍ୟ ରାକେଶ ଘରକୁ ଫେରି ନ ଥିଲେ । ପରିବାର ଲୋକେ ରାକେଶଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ । ତେବେ ଆଜି(ଶୁକ୍ରବାର) ସକାଳେ ଏକ ମୃତଦେହ ଭେଙ୍କଟପାଲମ ଠାରୁ ଭାସି ଆସି ନାମକଣ୍ଡା ଗ୍ରାମ ନିକଟରେ ଲାଗିଥିବା ଗ୍ରାମବାସୀ ଦେଖିଥିଲେ ।

ଏନେଇ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ପରେ ମୃତଦେହଟି ନିଖୋଜ ଥିବା ଛାତ୍ର ରାକେଶଙ୍କର ବୋଲି ଜଣାପଡିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Nov 27, 2020, 3:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.