ETV Bharat / state

ଦାନ୍ତେୱାଡା ପୋଲିସକୁ ସଫଳତା, ଦୁର୍ଦ୍ଦାନ୍ତ ମାଓ ମିଲିସିଆ ସେକ୍ସନ କମାଣ୍ଡର ଗିରଫ

ଦାନ୍ତେୱାଡା ପୋଲିସ ହାତରେ ଦୁର୍ଦ୍ଦାନ୍ତ ମାଓ ମିଲିସିଆ ସେକ୍ସନ କମାଣ୍ଡର ହୁଙ୍ଗା ମାଣ୍ଡାଙ୍ଗି। ହୁଙ୍ଗା ମାଓ ସଙ୍ଗଠନରେ ଦୀର୍ଘ ଦିନ ଧରି କାମ କରିବା ସହ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମକୁ ବିରୋଧ କରୁଥିଲେ । ଗିରଫ ପରେ ଏହି ମାଓ ସେକ୍ସନ କମାଣ୍ଡରଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ।

author img

By

Published : Mar 16, 2019, 7:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଓ ବିରୋଧୀ ଅପରେସନରେ ଦାନ୍ତେୱାଡା ପୋଲିସକୁ ମିଳିଛି ବଡ ସଫଳତା। ସୀମାନ୍ତ ଛତିଶଗଡ ରାଜ୍ୟର ଦାନ୍ତେୱାଡା ଜିଲ୍ଲା ଗୁମିଆପାଲ ଗ୍ରାମରେ ଅଲନା ଜଙ୍ଗଲରେ 250ରୁ 300 ମାଓବାଦୀ ଏକ କ୍ୟାମ୍ପ କରି ରହୁଥିଲେ। ଏ ସମ୍ପର୍କରେ ଗୁଇନ୍ଦା ସୂଚନା ପାଇ ଦାନ୍ତେୱାଡା ଅତିରିକ୍ତ ଏସପି ସୁରେଶ ଲାକଡାଙ୍କ ନେତୃତ୍ୱରେ ଏକ କୁମ୍ବିଂ ଅପରେସନ କରାଯାଇଥିଲା।

ଶନିବାର ସକାଳେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଡିଆରଜି ଓ ସିଆରପିଏଫର ଯବାନ ମିଳିତ ଭାବେ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲେ। ଏହି ଚଢାଉବେଳେ ମଲାଙ୍ଗୀର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ମିଲିସିଆ ସେକ୍ସନ କମାଣ୍ଡର ହୁଙ୍ଗା ମାଣ୍ଡାଙ୍ଗିଙ୍କୁ ଗିରଫ କରାଯାଇଛି।

ସୂଚନାମୁତାବକ ହୁଙ୍ଗା ମାଓ ସଙ୍ଗଠନରେ ଦୀର୍ଘ ଦିନ ଧରି କାମ କରିବା ସହ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମକୁ ବିରୋଧ କରୁଥିଲେ। ଏଥିସହିତ ଗାଡି ମୋଟର ଜାଳିବା, ରାସ୍ତା କାଟିବା, ସାଧାରଣ ଆଦିବାସୀ ଲୋକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ଓ ମାଓ କମାଣ୍ଡରଙ୍କ ଆଦେଶରେ ବିଭିନ୍ନ ଗ୍ରାମରେ ମାଓ ମେଳିର ଆୟୋଜନ କରିବା ଭଳି ବହୁ ଅପରାଧିକ ମାମଲାରେ ଜଡିତ ଥିବା ପୋଲିସ ଜାଣିବାକୁ ପାଇଥିଲା। ଗିରଫ ପରେ ଏହି ମାଓ ସେକ୍ସନ କମାଣ୍ଡରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ କହିଛନ୍ତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

Pakistan will have better relations with its neighbours including India after the upcoming general elections, Prime Minister Imran Khan said on Thursday, claiming that Islamabad has taken the first step on a new path to peace and progress.

Recently, tensions between India and Pakistan escalated after a suicide bomber of Pakistan-based terror group Jaish-e-Mohammed killed 40 CRPF personnel in Jammu and Kashmir's Pulwama district in February 14.

 Khan, who announced visa reforms at a ceremony here, said that Pakistan is confident today that it has taken the first step on a new path to peace and progress.

         "Pakistan will have better relations with its neighbours including India after the end of their elections.

 We will have good relations with all our neighbours and a peaceful Pakistan will be a prosperous Pakistan," he said as he announced major visa reforms, including online visa issuance facility, to attract tourists and investors.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.