ETV Bharat / state

ସିଏବିକୁ ମାଲକାନଗିରିରେ ସ୍ବାଗତ, ବାଜା ବଜାଇ ନାଚିଲେ ଶରଣାର୍ଥୀ - migrants welcome the cab in malkangiri

ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା । ଭାରତର ନାଗରିକତା ପାଇବା ଆଶାରେ ଶରଣାର୍ଥୀ । ଗୋଟିଏ ପଟେ ସଂସଦରେ ନାଗରିକତା ସଂଶୋଧନ ବିଧେୟକ ପାରିତ ହୋଇଥିବାବେଳେ ଏହାକୁ ନେଇ ବେଶ ଖୁସି ଅଛନ୍ତି ମାଲକାନଗିରିରେ ଥିବା ବଙ୍ଗୀୟ ଶରଣାର୍ଥୀ ।

malkangiri
ସିଏବିକୁ ମାଲକାନଗିରିରେ ସ୍ବାଗତ, ବାଜା ବଜାଇ ନାଚିଲେ ଶରଣାର୍ଥୀ
author img

By

Published : Dec 11, 2019, 11:59 PM IST

ମାଲକାନଗିରି: ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା । ଭାରତର ନାଗରିକତା ପାଇବା ଆଶାରେ ଶରଣାର୍ଥୀ । ଗୋଟିଏ ପଟେ ସଂସଦରେ ନାଗରିକତା ସଂଶୋଧନ ବିଧେୟକ ପାରିତ ହୋଇଥିବାବେଳେ ଏହାକୁ ନେଇ ବେଶ ଖୁସି ଅଛନ୍ତି ମାଲକାନଗିରିରେ ଥିବା ବଙ୍ଗୀୟ ଶରଣାର୍ଥୀ । କେନ୍ଦ୍ର ସରକାର ଶରଣାର୍ଥୀଙ୍କୁ ସ୍ଥାୟୀ ନାଗରିକତା ପ୍ରଦାନ କରିବାକୁ ଆଇନ ଆଣୁଥିବାବେଳେ ଏମାନଙ୍କ ଖୁସି କହିଲେ ନସରେ । ନାଗରିକତା ମିଳିବାକୁ ଥିବାରୁ ବାଜା ବଜାଇ ଏହି ବିଲ୍‌କୁ ଏମାନେ ସ୍ବାଗତ କରିଛନ୍ତି ।

ସିଏବିକୁ ମାଲକାନଗିରିରେ ସ୍ବାଗତ

1971 ମସିହାରେ ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ସରକାର ଦଣ୍ଡକାରଣ୍ୟ ପ୍ରୋଜେକ୍ଟରେ 215ଟି M.V ଓ M.P.V ଗ୍ରାମରେ ଥଇଥାନ କରିଥିଲା । ହେଲେ ତାଙ୍କ ପରେ ପରେ ଆସିଥିବା କିଛି ଶରଣାର୍ଥୀଙ୍କୁ ସରକାର କୌଣସି ଥଇଥାନ କରିନଥିବାବେଳେ ସେମାନେ ଅନେକ ଦିନରୁ ସେମିତି ରହିଛନ୍ତି । ତେଣୁ ଏହି ବିଲ୍‌ ତାଙ୍କୁ ସହାୟତା ଦେବ ବୋଲି ଭାବିବା ସହ ସରକାର ତାଙ୍କ ଥଇଥାନ କରିବାକୁ ସେମାନେ ଦାବି କରିଛନ୍ତି ।

ତେବେ ଏହି ବିଲକୁ ନେଇ ଉତ୍ତର-ପୂର୍ବ ଭାରତରେ ଜୋରଦାର ବିରୋଧ ହେଉଥିବାବେଳେ ମାଲକାନଗିରିରେ ଏହାକୁ ସ୍ବାଗତ କରାଯିବା ଏକ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଶରଣାର୍ଥୀଙ୍କୁ ସ୍ତାୟୀ ନାଗରିକତା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ନାଗରିକ ଆଇନ ସଂଶୋଧନ କରିବାର ବିଲ ଆଣିଥିବା ବେଳେ ଏହାକୁ ନେଇ ସଂସଦରେ ଝଡ ତୋଫାନ ଦେଖା ଦେଇଛି । ହେଲେ କେନ୍ଦ୍ର ସରକାରଙ୍କ ଏପରି ଆବିମୁଖ୍ୟକୁ ନେଇ କିନ୍ତୁ ଖୁସି ହୋଇଛନ୍ତି ମାଲକାନଗିରି ଜିଲ୍ଲାର ଅନେକ ବଙ୍ଗିୟ ଓ ତାମିଲ ଶରଣାର୍ଥୀ ଲୋକେ । କାରଣ ଦିର୍ଘ ବର୍ଷ ଧରି ଏମାନେ ଖଜୁଥିଲେ ନିଜର ସ୍ବତନ୍ତ୍ର ପରିଚୟ । ଦେଖନ୍ତୁ ଇଟିଭି ଭାରତର ଏକ୍ସକ୍ଲୁସିଭ ରିପୋର୍ଟ.........Body:ଭି.ଓ.୧ – ଏଥର ନିଜର ଏକ ସ୍ବତନ୍ତ୍ର ପରିଚୟ ମିଳିବ ଏହି ଶରଣାର୍ଥୀ ମାନଙ୍କୁ । ଅନ୍ୟ ମାନଙ୍କ ପରି ସେମାନଙ୍କୁ ମଧ୍ୟ ମିଳିବ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ । କେହି ଆଉ ସେମାନଙ୍କ ଉପରେ ଆଙ୍ଗୁଠି ଉଠାଇ ପାରିବେ ନାହି । ଏପରି ଏକ ଆଶା ନେଇ ଖୁସିରେ ମସଗୁଲ ମାଲକାନଗିରି ଜିଲ୍ଲାର ଅନେକ ବଙ୍ଗିୟ ସରଣାର୍ଥୀ । କାରଣ ସରଣାର୍ଥୀ ମାନଙ୍କୁ ସ୍ତାୟୀ ନାଗରିକତା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ନୁଆ ଆଇନ ଆଣିବାକୁ ଯାଉଛନ୍ତି । ଯାହାକୁ ନେଇ ବଙ୍ଗିୟ ସରଣାର୍ଥୀଙ୍କ ଖୁସି କହିଲେ ନସରେ । ଦିର୍ଘ ୬୦ ବର୍ଷ ଧରି ନିଜର ପରିଚୟ ଖଜୁଥିବା ଲୋକଙ୍କୁ ଏଥର ପରିଚୟ ପ୍ରଦାନ କରିବେ କେନ୍ଦ୍ର ସରକାର । ତଥ୍ୟ ଅନୁଯାଇ ୧୯୬୧ ମସିହାରେ ବଙ୍ଗଳା ଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ଶରଣାର୍ଥୀ ନିଜର ଭିଟା ମାଟି ଛାଡି ଭାରତକୁ ଚାଲି ଆସିଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷ ଲୋକଙ୍କୁ ମାଲକାନଗିରି ଜିଲ୍ଲାର ୨୧୫ଟି M.V ଓ M.P.V ଗ୍ରାମରେ ଥଇତାନ କରାଯାଇଥିଲା । ହେଲେ ସେହି ସମୟରେ ପଛରେ ଆସିଥିବା ଅନେକ ଲୋକଙ୍କୁ କିନ୍ତୁ ବର୍ତ୍ତମାନ ସୁଦ୍ଧା ମିଳିନାହି ଭାରତର ନାଗରିକତ୍ବ । ଦୀର୍ଘ ୬ ଦଶନ୍ଦି ଧରି ବଞ୍ଚିବା ଲାଗି ସଂଗ୍ରାମ ଜାରି ରଖିଛନ୍ତି ଏମାନେ ।

ବାଇଟ-୧- ବଙ୍ଗିୟ ଶରଣାର୍ଥୀ, ବ୍ଲୁ କୋଲର ଟି ସାର୍ଟ ପିନ୍ଧିଛନ୍ତି
ବାଇଟ-୨- ବଙ୍ଗିୟ ଶରଣାର୍ଥୀ, ଧଳା ଇନର ପିନ୍ଦିଛନ୍ତି

ଭି.ଓ-୨ – କେବଳ ବଙ୍ଗିୟ ଶରଣାର୍ଥୀ ନୁହନ୍ତି । ୧୯୯୧ ମସିହାରେ ଶ୍ରୀଲଙ୍କାରେ ଏଲ.ଟି.ଟି.ଇ ସହ ଗୃହ ଯୁଦ୍ଧ କରି ଦେଶ ଛାଡିଥିବା ଅନେକ ତାମିଲ ଶରଣାର୍ଥୀଙ୍କୁ ମଧ୍ୟ ମାଲକାନଗିରି ଜିଲ୍ଲାରେ ପଠା ଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଦା ସେମାନଙ୍କୁ ମଧ୍ୟ ସ୍ତାୟୀ ନାଗରିକତା ମିଳିନାହି । ଯାହା ଫଳରେ ଉଭୟ ବଙ୍ଗିୟ ଓ ତାମିଲ ଶରଣାର୍ଥୀ ଦିର୍ଘ ବର୍ଷ ଧରି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନିଜର ପିଲା ଛୁଆଙ୍କ ପାଠ ପଢା ଠାରୁ ଆରମ୍ଭ କରି ଝିଅ ବାହା ଘର ପର୍ଯ୍ୟନ୍ତ ସବୁଠି ସେମାନଙ୍କ ଲାଗି ବାଧକ ହେଉଛି ପ୍ରମାଣ ପତ୍ର । ବର୍ଷ ବର୍ଷ ଧରି ଝିଅ ବାହା ଘର କରିପାରିନଥିବା ଶରଣାର୍ଥୀଙ୍କ ମୁହଁରେ ଏବେ ହସ ଫୁଟିଛି । ନାଗରିକତା ପାଇବା ପରେ ସେମାନେ ମଧ୍ୟ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇ ପାରିବେ ବୋଲି କହିଛନ୍ତି ।

ବାଇଟ – ପି. ପ୍ରଭା ତାମିଲ ଶରଣାର୍ଥୀ, ପିଙ୍କ ରଙ୍ଗର ସାର୍ଟ ପିନ୍ଧିଛନ୍ତି
ବାଇଟ – ବଙ୍ଗିୟ ଶରଣାର୍ଥୀ, ଚନ୍ଦା ମୁଣ୍ଡିଆ ବ୍ୟକ୍ତି
Conclusion:ଫା.ଭି.ଓ- ଶରଣାର୍ଥୀଙ୍କୁ ଥଇତାନ କରିବା ଲାଗି କେନ୍ଦ୍ର ସରକାର ଯେଉ ନୁଆ ଆଇନ ଆଣିବାକୁ ଯାଉଛନ୍ତି ତାହାକୁ ନେଇ ରାଜନିତି ଜୋର ଧରିଛି । ହେଲେ କେନ୍ଦ୍ର ସରକାରଙ୍କ ଏହି ଆବିମୁଖ୍ୟକୁ ନେଇ ମାଲକାନଗିରି ଜିଲ୍ଲାର ବଙ୍ଗିୟ ଓ ତାମିଲ ଶରଣାର୍ଥୀଙ୍କ ମଧ୍ୟରେ କିନ୍ତୁ ନାହି ନଥିବା ଖୁସି ଦେଖିବାକୁ ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ...........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.