ETV Bharat / state

ମାଥିଲି ସ୍ଵାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଚୋରି ଘଟଣା, ମହିଳା ନଥିଲେ ଗର୍ଭବତୀ ! - ନବଜାତ ଶିଶୁ ଚୋରି ଘଟଣା

ମାଲକାନଗିରି ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଚୋରି ଘଟଣା । ମହିଳା ଗର୍ଭବତୀ ନଥିବା କର୍ତ୍ତୃପକ୍ଷ କହିବା ସହ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଧିକ ପଢନ୍ତୁ

newborn child stolen allegation in mathili

author img

By

Published : Mar 21, 2023, 10:07 PM IST

ମାଥିଲି ସ୍ଵାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଚୋରି ଘଟଣା

ମାଲକାନଗିରି: ଜିଲ୍ଲା ମାଥିଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରସବ ଯନ୍ତ୍ରଣା ହେବାରୁ ସନ୍ତାନ ଜନ୍ମ ପାଇଁ ଜଣେ ମହିଳା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ଜନ୍ମିତ ଶିଶୁକୁ କେହି ଚୋରାଇ ନେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ । ମହିଳା ଜଣକ ଗର୍ଭବତୀ ନଥିବା ବେଳେ ସେ ମିଛ କହୁଥିବା କର୍ତ୍ତୃପକ୍ଷ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଅଭିଯୋଗ ଆଣିଥିବା ମହିଳା ଜଣକ ମାଥିଲି ବ୍ଲକ କିଆଙ୍ଗ ଅନ୍ତର୍ଗତ ବୀରନପାଲ୍ଲୀ ଗ୍ରାମର ବୋଲି ଜଣାପଡ଼ିଛି । ସେ ସ୍ଥାନୀୟ ANMଙ୍କ ନିକଟକୁ ଯାଇ ନିଜର ଗର୍ଭଧାରଣ ପଞ୍ଜୀକରଣ କରାଇବା ସହ କାର୍ଡ ଆଣିଥିଲେ ଓ କିଛି ଟୀକା ମଧ୍ୟ ନେଇଥିଲେ । ଆଜି ତାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ମାଥୁଲି ଚିକିତ୍ସାଳୟକୁ ଉପଖଣ୍ଡ ମହିଳାଙ୍କୁ ଆଣିଥିଲେ । ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ଓ ନର୍ସମାନେ ପରୀକ୍ଷା ନିରୀକ୍ଷା କରିବା ପରେ ପ୍ରସବ ପାଇଁ ଯାହା ଆବଶ୍ୟକ ସେହି ପଦକ୍ଷେପ ନେଇଥିଲେ ଏବଂ ପରିବାର ଲୋକଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ ।

ଏହା ବି ପଢନ୍ତୁ- ସୁନାର ଫସଲ ଉଜାଡି ଦେଲା ପଶ୍ଚିମା ଝଡ଼, ସହାୟତା ଅପେକ୍ଷାରେ ଚାଷୀ

କିଛି ସମୟ ପରେ ମେଡିକାଲର ଡାକ୍ତର ଓ ନର୍ସମାନେ ଲେବର ରୁମ ଭିତରକୁ ମହିଳାଙ୍କୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ସେ ଗର୍ଭବତୀ ନୁହନ୍ତି । ଦୀର୍ଘ ୫ରୁ ୬ ଦିନ ହେବ ତାଙ୍କ ପେଟ ଯନ୍ତ୍ରଣା ହେଉଥିବା କହିଛନ୍ତି ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀ । ଚିକିତ୍ସା ପରେ ମହିଳା ଜଣଙ୍କ ବର୍ତ୍ତମାନ ସୁସ୍ଥ ଅଛି ବୋଲି ଡାକ୍ତର କହିଛନ୍ତି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ମେଡିକାଲରେ ଶିଶୁ ଜନ୍ମ ହେବା ପରେ କେହି ତାଙ୍କ ଶିଶୁକୁ ଚୋରେଇ ନେଇଥିବା ଗଣମାଧ୍ୟମକୁ କହିଛନ୍ତି ।

ସେପଟେ ମହିଳା ଜଣକ ଗର୍ଭବତୀ ନଥିବା ଏବଂ ତାଙ୍କ ପରିବାର ଲୋକେ ମିଥ୍ୟା ଅଭିଯୋଗ ଆଣିଥିବା ମେଡିକାଲ ଅଧିକାରୀ ଅମୀୟ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି । ମହିଳାଙ୍କର ପୂର୍ବରୁ ୨ଟି ଛୁଆ ରହିଛି । ଏହାସହ ତାଙ୍କର ଫ୍ୟାମିଲ ପ୍ଲାନିଂ ଅପରେସନ ମଧ୍ୟ ହୋଇଛି । ତେବେ ତାଙ୍କୁ ବର୍ତ୍ତମାନ ଅଧିକ ଯାଞ୍ଚ ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଆଜି କୌଶଲ୍ୟାଙ୍କର ମାଲକାନଗିରି ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ କରାଯାଇଛି । ଅଲଟ୍ରାସାଉଣ୍ଡ ରିପୋର୍ଟରେ ସେ ଗର୍ଭବତୀ ନଥିବା ମାଲକାନଗିରି ହସ୍ପିଟାଲ ADMO ଶିବପ୍ରସାଦ ମହାରଣା କହିଛନ୍ତି ।

ଗତକାଲି ମାଥିଲି ଉପଖଣ୍ଡ ଚିକିତ୍ସାଳୟରରେ ମହିଳାଙ୍କ ପେଟରୁ ଛୁଆ ଗାଏବ ହେବା ନେଇ ଗଣମାଧ୍ୟମ ଆଗରେ ତାଙ୍କ ସ୍ବାମୀ ଅଭିଯୋଗ କରିଥିଲେ । ପରେ ସିଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ମାଥିଲି ଥାନାରେ ଏତଲା ଦେଇଥିଲେ । ମାଥୁଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସବ ଇନିସପେକ୍ଟର ମାନରଞ୍ଜନ ସାହୁ ଓ ମାଥୁଲି ଥାନାର ମହିଳା ପୋଲିସ କର୍ମଚାରୀମାନେ ମେଡିକାଲରେ ପହଞ୍ଚି ଏହାର ଅନୁସନ୍ଧାନ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.