ମାଲକାନଗିରି: ମନରେ ରହିଛି ସ୍ବାମୀଙ୍କୁ ହରାଇବାର ଦୁଖଃ । ହେଲେ ସ୍ବାମୀ ଶହୀଦ ହୋଇଥିବାରୁ ଗର୍ବିତ । ସ୍ବାମୀଙ୍କ ପରି ଲାଲ ବାହିନୀ ବିରୋଧରେ ଲଢିବାକୁ ମନରେ ଶତ ସିଂହର ବଳ ଜୁଟାଇ ତୟାର ରହିଛନ୍ତି ଡାବଗୁଡା ନକ୍ସଲ ଏନକାଣ୍ଟରରେ ଶହୀଦ ହୋଇଥିବା ଡି.ଭି.ଏଫ ଯବାନ ଜୟରାମ କବାସିଙ୍କ ପତ୍ନୀ ।
କେବଳ ସେ ନୁହଁନ୍ତି । ଶରିଷମାଳ ଗାଁର ଅନେକ ଆଦିବାସୀ ଯୁବକ ବି ଶଦୀଦଙ୍କ ପ୍ରାଣବଳୀରେ ଅନୁପ୍ରାଣୀତ ହୋଇ ଲାଲଗଡ ଧ୍ବଂସ କରିବାକୁ ଦେଇଛନ୍ତି ରଣହୁଙ୍କାର । ସରକାର ଚାହିଁଲେ ସେମାନେ ବି ପୋଲିସ ବିଭାଗରେ ଯୋଗଦେବେ ବୋଲି କହିଛନ୍ତି ।
ବୁଧବାର ମାଲକାନଗିରି ଡାବୁଡୁଡାରେ ନକ୍ସଲ ଗୁଳିରେ ଶହୀଦ ହୋଇଥିଲେ ଶରିଷମାଳର ଜୟରାମ କବାସୀ । ଯେଉଁଥିଲାଗି ସେଦିନ ସାରା ମାଲକାନଗିରି ହୋଇଯାଇଥିଲା ନିସ୍ତବ୍ଧ । ଜୟରାମ ଅମର ରହେ ଧ୍ବନୀରେ ମାଲକାନଗିରି ପୋଲିସ କାର୍ଯ୍ୟାଳୟରୁ ଶରିଷମାଳ... ସବୁ କମ୍ପିଥିଲା । ସେପଟେ ଆଦିବାସୀ ରୀତିନୀତି ଅନୁସାରେ ଆଜି ତାଙ୍କର ଶୁଦ୍ଧିକ୍ରିୟା ଶେଷ ହୋଇଛି । ଏହି ଅବସରରେ ଯୋଗଦେଇଥିବା ସାଥୀ ଯବାନ ମଧ୍ୟ ତାଙ୍କ ପରିବାର ସହିତ ସବୁବେଳେ ରହିବେ ବୋଲି କହିଛନ୍ତି ।
ଶେଷ ହୋଇନାହିଁ ଲାଲ୍ ସଂଘର୍ଷର କାହାଣୀ । ବୀର ସ୍ବାମୀ ନକ୍ସଲଙ୍କ ଗୁଳିରେ ଶହୀଦ ହେବା ପରେ.. ସ୍ବାମୀଙ୍କ ଆଦର୍ଶକୁ ଆଖି ଆଗରେ ରଖି ହାତରେ ବନ୍ଧୁକ ଧରି ଲାଲ ବାହିନୀକୁ ନିପାତ କରିବାକୁ ସ୍ଥିର କରିଛନ୍ତି ଶହୀଦ ଜୟରାମଙ୍କ ପତ୍ନୀ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ