ETV Bharat / state

ଶହୀଦ ସପ୍ତାହ; ମାଓବାଦୀ ଜାରି କଲେ ଅଡିଓ ଟେପ୍‌

author img

By

Published : Jul 28, 2020, 10:11 AM IST

ଆଜିଠୁ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରୁଥିବାବେଳେ ଏହାକୁ କିପରି ପାଳନ କରାଯିବ ସେନେଇ ଅଡିଓ ଓ ଡକ୍ୟୁମେଣ୍ଟାରୀ ରିଲିଜ କରିଛନ୍ତି । ଅଧିକ ପଢନ୍ତୁ...

ଶହୀଦ ସପ୍ତାହ; ମାଓବାଦୀ ଜାରି କଲେ ଅଡିଓ ଟେପ୍‌
ଶହୀଦ ସପ୍ତାହ; ମାଓବାଦୀ ଜାରି କଲେ ଅଡିଓ ଟେପ୍‌

ମାଲକାନଗିରି: ଆଜିଠୁ ଆରମ୍ଭ ହୋଇଛି ମାଓବାଦୀଙ୍କ ଶହୀଦ ସପ୍ତାହ । ତେବେ ଏହାକୁ ପାଳନ କରିବାକୁ କୋରାପୁଟ- ମାଲକାନଗିରି ବର୍ଡର ଡିଭିଜନର ସମ୍ପାଦକ ବେଣୁ ଏକ ଅଡିଓ ଟେପରେ ଆହ୍ବାନ ଦେଇଛନ୍ତି। ଗ୍ରାମରେ ଲୋକେ ଏକତ୍ରିତ ହୋଇ ଏହି ଦିବସକୁ ପାଳନ କରିବାକୁ ସେ କହିଛନ୍ତି।

ଏହାସହ ଏହି ଅଡିଓରେ ଗତ ଜୁଲାଇ 2019 ଠାରୁ ଜୁଲାଇ 2020 ପର୍ଯ୍ୟନ୍ତ ପ୍ରାୟ 59ରୁ ଉର୍ଦ୍ଧ୍ବ ନକ୍ସଲଙ୍କର ଜୀବନ ଯାଇଥିବା ସଙ୍ଗଠନ ସ୍ବୀକାର କରିଛି। ଏମାନଙ୍କ ଉଦ୍ଦେଶ୍ୟରେ ଦୁର୍ଗମ ଗ୍ରାମଗୁଡିକରେ ନାଚଗୀତ ମାଧ୍ୟମରେ ଶହୀଦ ସପ୍ତାହ ପାଳନ କରାଯିବ । ଗାଁ ଗାଁରେ ଶହୀଦ ସ୍ତମ୍ଭ ନିର୍ମାଣ କରି ଶହୀଦଙ୍କ ସ୍ମୃତିଚାରଣ କରାଯିବ ବୋଲି ସେ କହିଛନ୍ତି।

ମାଲକାନଗିରି ଏବଂ ଛତିଶଗଡ ସୀମାରେ ନକ୍ସଲଙ୍କ ପତିଆରା ରହିଥିବା ଯୋଗୁଁ ସୀମାନ୍ତ ଗ୍ରାମଗୁଡିକରେ ନକ୍ସଲ ପହଞ୍ଚି ଲୋକଙ୍କୁ ଏକତ୍ରିତ କରିବେ ବୋଲି ଜଣାପଡିଛି। ତେବେ ସମ୍ପାଦକ ବେଣୁ କିନ୍ତୁ ଲୋକମାନଙ୍କୁ କୋରୋନାରୁ ବଞ୍ଚିବା ପାଇଁ ମୁହଁରେ ମାସ୍କ ପିନ୍ଧିବା ସହ ଶହୀଦ ସପ୍ତାହ ବେଳେ ଭିଡ ନଜମାଇବାକୁ ଅନୁରୋଧ କରିଛନ୍ତି। ମହାମାରୀ କୋରୋନାରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି।

ଏହାସହ ସରକାରଙ୍କର ସମାଧାନ ଯୋଜନାକୁ ବିରୋଧ କରିବା ସହ ଗ୍ରୀନହଣ୍ଟ ଜରିଆରେ ବହୁ ନକ୍ସଲଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି। ଗାଁ ଗାଁରେ ଲୋକେ ଜଳ, ଜମି ଓ ଜଙ୍ଗଲକୁ ବଞ୍ଚାଇବା ପାଇଁ ଆନ୍ଦୋଳନ କରନ୍ତୁ ବୋଲି ବେଣୁ କହିଛନ୍ତି। ସେପଟେ ମାଓବାଦୀଙ୍କ ଶହୀଦ ସପ୍ତାହ ପୂର୍ବରୁ ଏକ ମାଓ ଡକ୍ୟୁମେଣ୍ଟାରୀ ଜାରି ହୋଇଛି । ଭିଡିଓରେ କିଛି ଟପ କ୍ୟାଡର ମୃତ ମାଓବାଦୀଙ୍କ ଚିତ୍ର ରହିଛି। ଏହାସହ ଏଥିରେ ମାଓବାଦୀଙ୍କ ବିଭିନ୍ନ ଆକ୍ଟିଭିଟି ଦେଖିବାକୁ ମିଳିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.