ETV Bharat / state

ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି - ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ

ନକ୍ସଲଙ୍କ ପିଏଲଜିଏ ସପ୍ତାହ ପାଳନ ଅବସରରେ ମାଲକାନଗିରିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

malkangiri
ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Dec 2, 2019, 10:17 AM IST

ମାଲକାନଗିରି: ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲଜିଏ ସପ୍ତାହ । ନକ୍ସଲମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଲୋକଙ୍କୁ ପିଏଲଜିଏ ସପ୍ତାହରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ଏହାକୁ ଲକ୍ଷ୍ୟ ରଖି ଜିଲ୍ଲାରେ ସରକାରୀ ବସ ଚଳାଚଳ ବନ୍ଦ ରହିଛି । ତେବେ ଅଳ୍ପ ସଂଖ୍ୟକ ଘରୋଇ ବସ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ସେହିପରି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ କୁମ୍ବିଂ ଅପରେସନ ଜାରି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ପିଏଲଜିଏ ସପ୍ତାହରେ ନକ୍ସଲମାନେ ମାଥିଲି ବ୍ଲକର ତୁଳସି ଓ ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳରେ ପୋଷ୍ଟର ଲଗାଇ ସାଧାରଣ ଲୋକଙ୍କୁ ପିଏଲଜିଏ ସପ୍ତାହରେ ସାମିଲ ହେବା ଲାଗି ଆହ୍ବାନ ଦେଇଛନ୍ତି । ଜିଲ୍ଲାରେ ସରକାରୀ ବସ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବାବେଳେ ଅଳ୍ପ କେତେକ ଘରୋଇ ବସ ଜୟପୁରକୁ ଯିବା ଆସିବା କରୁଛି । ଏଥିପାଇଁ ମାଲକାନଗିରି ଠାରୁ ମୋଟୁ, କାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳକୁ ଯିବା ଲାଗି ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ନକ୍ସଲଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛତିଶଗଡ ଓ ଆନ୍ଧ୍ର ସୀମାନ୍ତକୁ ସିଲ କରାଯାଇ ଡିବିଏଫ, ଏସଓଜି ଓ ବିଏସଏଫ ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଓ ପାଟ୍ରୋଲିଂ କରାଯାଇଛି । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଏବେ ମାଓବାଦୀ ମାନେ ଠୁଳ ହୋଇଥିବାରୁ ସେଠାରେ ଏସଓଜି ଯବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଥିବା ମାଲକାନଗିରି ଏସପି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ନକ୍ସଲ ମାନେ ଆଜି ଠାରୁ ପାଳନ କରୁଛନ୍ତି ସେମାନଙ୍କର ପି.ଏଲ.ଜି.ଏ ସପ୍ତାହ । ଏଥିପାଇଁ ନକ୍ସଲ ମାନେ ଜିଲ୍ଲାର ମାଥିଲି ବ୍ଲୋକର ତୁଳସି ଅଞ୍ଚଳ ଓ ଚିତ୍ରକୋଣ୍ଡା ବ୍ଲୋକର ବିଛିନ୍ନାଞ୍ଚଳରେ ଅନେକ ବେନର ଓ ପୋଷ୍ଟର ଲଗାଇ ସାଧାରଣ ଲୋକଙ୍କୁ ପି.ଏଲ.ଜି.ଏ ସପ୍ତାହରେ ସାମିଲ ହେବା ଲାଗି ଆହ୍ବାନ ଦେଇଛନ୍ତି । Body:ଫଳରେ ଆଜି ଠାରୁ ଜିଲ୍ଲାରେ ସରକାରି ବସ ଚଳା ଚଳ ସଂପୁର୍ଣ ଭାବେ ବନ୍ଦ ରହିଥିବା ବେଳେ ଅଳ୍ପ କେତେକ ଘରୋଇ ବସ ଜୟପୁରକୁ ଯିବା ଆସିବା କରୁଛି । ତେବେ ମାଲକାନଗିରି ଠାରୁ ମୋଟୁ, କାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳକୁ ଯିବା ଲାଗି ସାଧାରଣ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନକ୍ସଲ ପନ୍ଥିଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି । ଛତିଶଗଡ ଓ ଆନ୍ଦ୍ର ସିମାନ୍ତକୁ ସିଲ୍ କରାଯାଇ ଡିବିଏଫ, ଏସଓଜି ଓ ବି.ଏସ.ଏଫ ବାହିନି ପକ୍ଷରୁ କୁମ୍ବିଂ ଅପରେସନ ଓ ପେଟ୍ରୋଲିଙ୍ଗ କରାଯାଇଛି । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଏବେ ମାଓବାଦି ମାନେ ଠୁଳ ହୋଇଥିବାରୁ ସେଠାରେ ଏସ.ଓ.ଜି ଜବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଥିବା ମାଲକାନଗିରି ଏସପି କହିଛନ୍ତି ।

ବାଇଟ- ଛବି ଦାଶ, ଘୋରୋଇ ବସ ସଂପାଦକ
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.