ETV Bharat / state

ମହିଳା ଦିବସରେ ଲାଲବାହିନୀକୁ ଶକ୍ତ ଧକ୍କା, ମାଓନେତ୍ରୀର ଆତ୍ମସମର୍ପଣ - maoist leader surrender to malkangiri

ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ମାଓ କ୍ୟାମ୍ପ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ମାଓନେତ୍ରୀ ଦେବେ ସୋଡି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

maoist leader surrender to malkangiri sp
ବିଶ୍ବ ମହିଳା ଦିବସରେ ଲାଲବାହିନୀକୁ ଶକ୍ତ ଧକ୍କା, ପୋଲିସ ନିକଟରେ ମାଓନେତ୍ରୀର ଆତ୍ମସମର୍ପଣ
author img

By

Published : Mar 8, 2020, 8:54 PM IST

ମାଲକାନଗିରି: ବିଶ୍ବ ମହିଳା ଦିବସରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର ମାଓନେତ୍ରୀ ଦେବେ ସୋଡି । ମାଲକାନଗିରି ଏସପିଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିଲା । ସେ ମାଲକାନଗିରି ସୀମାନ୍ତ ଦରଭା ଡିଭିଜନ ମାଓସଙ୍ଗଠନରେ ଏରିଆ କମିଟି ମେମ୍ବର ଭାବେ କାମ କରୁଥିଲା । ଦେବେକୁ ଧରିବା ପାଇଁ ରାଜ୍ୟସରକାର 4 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ବିଶ୍ବ ମହିଳା ଦିବସରେ ଲାଲବାହିନୀକୁ ଶକ୍ତ ଧକ୍କା, ପୋଲିସ ନିକଟରେ ମାଓନେତ୍ରୀର ଆତ୍ମସମର୍ପଣ

ଦେବେ ଗତ 2012ରେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲା । ସଙ୍ଗଠନରେ ସାମିଲ ହେବା ପରେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ସାମିଲ ଥିଲା । ନିରିହ ଆଦିବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା, ତୁଳସୀ ପାହାଡ ନିକଟରେ ଗୁଳିମାଡ, ଦାନ୍ତେୱାଡା, ସୁକମା ଭଳି ବିଭିନ୍ନ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଥିଲା ସେ ।

ତେବେ ଗୋଟେପଟେ ମାଓବାଦୀ ଧିରେ ଧିରେ ମାଓ ଆଦର୍ଶରୁ ବିଚ୍ୟୁତ ହେବା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ମାଓ ସଙ୍ଗଠନ ଥିବା ପୋଲିସ ଆଗରେ କହିଛି । ପୋଲିସ ପକ୍ଷରୁ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.