ମାଲକାନଗିରି: ପୁଣି ମାଓବାଦୀ ଘଟାଇଛନ୍ତି ବର୍ବରକାଣ୍ଡ । ରକ୍ତର ହୋଲି ଖେଳିଛନ୍ତି ମାଓବାଦୀ । ଦୁଇ ନିରୀହଙ୍କର ଜୀବନ ନେଇଛନ୍ତି । ମାନକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ମିଲମପଲ୍ଲି ଜଙ୍ଗଲରେ ମାଓବାଦୀ ଘଟାଇଛନ୍ତି ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।
ଜଗରଖୁଣ୍ଡା ବନଖଣ୍ଡରେ ଘଟିଛି ଏହି ହତ୍ୟାକାଣ୍ଡ । ହତ୍ୟାପରେ ମିଲମପଲ୍ଲି ଜଙ୍ଗଲ ଅଞ୍ଚଳ ରାସ୍ତାରେ ମୃତଦେହକୁ ଫୋପାଡି ଦେଇଥିଲା ମାଓବାଦୀ । ଏ ନେଇ ସୂଚନା ଦେଇଛନ୍ତି ସୁକମା ଏସପି କେଏଲ ଧ୍ରୁବ ।
ପ୍ରକାଶ ଥାଉ କି, କିଛି ଦିନ ପୂର୍ବରୁ ଛତିଶଗଡ ସୀମାରେ ଆତଙ୍କ ଖେଳାଇଥିଲେ ମାଓବାଦୀ । ଯେଉଁ ଆତଙ୍କରେ 24ଜଣ ଯବାନ ଶହୀଦ ହୋଇଥିଲେ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ