ETV Bharat / state

ବିରୋଧୀ ଆଚରଣ ନେଇ ମାଓ ନେତା ନବୀନଙ୍କୁ ସଂଗଠନରୁ ବହିଷ୍କାର - suspend

ମାଓ ଆଦର୍ଶରୁ ବିଚ୍ୟୁତ ହୋଇଥିବାରୁ ମାଓ ନେତା ନବୀନଙ୍କୁ ସଂଗଠନରୁ ବହିଷ୍କାର କରାଯାଇଥିବା ନେଇ ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ବୋର୍ଡ ଜୋନାଲ କମିଟିର ମୁଖ୍ୟ ଗଣେଶ ଏକ ପ୍ରେସ ଇସ୍ତାହାର ଜାରି କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି
author img

By

Published : Jul 6, 2019, 10:40 PM IST

ମାଲକାନଗିରି: ମାଓ ନେତା ନବୀନଙ୍କୁ ସଂଗଠନରୁ ବହିଷ୍କାର କରାଯାଇଥିବା ନେଇ ଏକ ପ୍ରେସ ଇସ୍ତାହାର ଜାରି କରାଯାଇଛି । ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ବୋର୍ଡ ଜୋନାଲ କମିଟିର ମୁଖ୍ୟ ଗଣେଶ ଏହି ପ୍ରେସ ଇସ୍ତାହାର ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅଧିନସ୍ଥ ବିଚ୍ଛିନ୍ନାଞ୍ଚଳର ଟପ ମାଓ ନେତା ତଥା ଗାଳିକୋଣ୍ଡା ମାଓ ସଂଗଠନର ସମ୍ପାଦକ ନବୀନ ବିଭିନ୍ନ ସମୟରେ ସଂଗଠନ
ବିରୋଧୀ ଆଚରଣ କରିବା ସହ ଆଦିବାସୀ ମହିଳାଙ୍କ ସହ ଅସଦାଚରଣ କରୁଥିଲେ । ତେଣୁ ଏନେଇ ତାଙ୍କୁ ମାଓବାଦୀ ସଂଗଠନରୁ ବହିଷ୍କାର କରାଯାଇଛି ବୋଲି ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ବୋର୍ଡର ଜୋନାଲ କମିଟିର ମୁଖ୍ୟ ଗଣେଶ ଏକ ପ୍ରେସ ଇସ୍ତାହାର ଜାରି କରିଛନ୍ତି । ମାଓ ଆଦର୍ଶରୁ ବିଚ୍ୟୁତ ହୋଇଥିବାରୁ ମାଓ ସଂଗଠନ ଏଭଳି ନିଷ୍ପତ୍ତି ନେଇଥିବା କହିଛି ।

ଏପଟେ ଆନ୍ଧ୍ର ପୋଲିସର କହିବା ଅନୁଯାୟୀ, ନବୀନ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ମୃତୟନ ହୋଇଥିବା ବି.ଏସ.ଏଫ ଯବାନଙ୍କ ଉପରେ ଆକ୍ରମଣ ଇନଫର୍ମର ସନ୍ଦେହରେ ସାଧାରଣ ଲୋକଙ୍କୁ ହତ୍ୟା କରିବା ସହ ପ୍ରଜାମେଳି ସାଙ୍ଗକୁ ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣ ଭଳି ଅନେକ ମାଓ ହିଂସାରେ ସମ୍ପୃକ୍ତ ରହିଛି । ତେବେ ତାଙ୍କ ନାମରେ 10ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣାପଡିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.