ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ମାଓ କ୍ୟାମ୍ପ ଠାବ । ଦନ୍ତେୱାଡା ପୋଲିସ ଓ ଡିଆରଜି ଯବାନଙ୍କ ମିଳିତ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।
ଗୁଇନ୍ଦା ସୂତ୍ରରୁ ଖବର ପାଇ ଦନ୍ତେୱାଡ଼ା ଡିଆରଜି ଯବାନ କିରନ୍ଦୁଲ, ଫରସପାଲ , ମିରଚୁର ଅଞ୍ଚଳର ଇଣ୍ଡିପାଲ ନିକଟସ୍ଥ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ଜାଣିବା ପରେ ଚଢ଼ଉ କରିଥିଲେ । ମାଓବାଦୀ ଯବାନଙ୍କୁ ଦେଖି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ହେଲେ କ୍ୟାମ୍ପରେ ସବୁ ଜିନିଷ ଛାଡ଼ି ଚାଲି ଯାଇଥିଲେ ମାଓବାଦୀ ।
କ୍ୟାମ୍ପରୁ ଯବାନ 2ଟି ବନ୍ଧୁକ, ମାଓ ପୋଷାକ, ଟେଣ୍ଟ , ଆଇଡି, ଟର୍ଚ୍ଚ, ପଲିଥିନ, ଛୁରୀ ଇତ୍ୟାଦି ଜବତ କରାଯାଇଛି । ପରେ ମାଓ କ୍ୟାମ୍ପକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ଯବାନ ମାଓ କ୍ୟାମ୍ପ ନିକଟସ୍ଥ ସମସ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ ସୁଦ୍ଧା ମାଓବାଦୀ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ