ETV Bharat / state

ଚପଲ ପିନ୍ଧି ଜଗନ୍ନାଥଙ୍କୁ ପୂଜାକଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଫୋଟୋ ଭାଇରାଲ୍

author img

By

Published : Oct 19, 2022, 9:26 PM IST

Updated : Oct 19, 2022, 9:48 PM IST

କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ଅପମାନ । ସରକାରୀ କାର୍ଯ୍ୟକ୍ରମରେ ଚପଲ ପିନ୍ଧି ମହାବାହୁଙ୍କୁ ଧୁପ ଦୀପ ଦେଇ ପୁଜା କଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଅଧିକ ପଢ଼ନ୍ତୁ

Malkangirir ZP Chairman worship lord Jagannath by wearing chappal photo viral
ଚପଲ ପିନ୍ଧି ଜଗନ୍ନାଥଙ୍କୁ ପୂଜାକଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଫୋଟୋ ଭାଇରାଲ୍

ମାଲକାନଗିରି: କୋଟିକୋଟି ଓଡ଼ିଆଙ୍କ ଭାବାବେଗ ଉପରେ କୁଠାରଘାତ । ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଚପଲ ପିନ୍ଧି ପୂଜା କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା । ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଏଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ମଙ୍ଗଳବାର ଜିଲ୍ଲା ପୁରୁଣା ମେଡିକାଲ୍‌ ପରିସରରେ ବକ୍ରପାଦ ଅସ୍ତ୍ରୋପଚାର କ୍ୟାମ୍ପରେ ଯୋଗ ଦେବାକୁ ପହଞ୍ଚିଥିଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ । ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବାପୂର୍ବରୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ଥିଲେ ।

ଏହି ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଚପଲ ପିନ୍ଧି ମହାପ୍ରଭୁଙ୍କ ପୂଜା କରିଥିଲେ । ଯାହାର ଫଟୋ ଏବେ ମୋବାଇଲ୍‌ରୁ ମୋବାଇଲକୁ ଘୁରି ବୁଲୁଛି । ମହାପ୍ରଭୁଙ୍କ ଚପଲ ପିନ୍ଧି ଧୂପ ଦୀପ ଅର୍ପଣ କରିବା ଫଟୋ ଭାଇରାଲ ହେବାକୁ ନେଇ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ସେପଟେ ଏହାକୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ସାଧାରଣ ଜନତା ।

ଇଟିଭି ଭାରତ, ମାଲକାନଗିରି

Last Updated : Oct 19, 2022, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.