ମାଲକାନଗିରି: ଛତିଶଗଡ଼ ସରକାରଙ୍କ ବିରୋଧରେ ମେଳି ବାନ୍ଧିଲେ ମାଲକାନଗିରିର ଶହଶହ ଆଦିବାସୀ । ସାବେରୀ ନଦୀରେ ଛତିଶଗଡ଼ ସରକାର ଡ୍ୟାମ ନିର୍ମାଣ କରିବା ନିଷ୍ପତ୍ତିକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ମେଳି କରାଯାଇଛି ।
ଜିଲ୍ଲାର ମହୁପଦର, ଟେମୁରପାଲି ଗ୍ରାମର ଶତାଧିକ ଗ୍ରାମବାସୀ ଛତିଶଗଡ଼ ସରକାରଙ୍କ ବିରୋଧରେ ମେଳି କରିବା ସହ ଡ୍ୟାମ ନିର୍ମାଣକୁ ବିରୋଧ କରିଛନ୍ତି ।
ଡ୍ୟାମ ନିର୍ମାଣ ହେଲେ ଟେମୁରପାଲି , ମହୁପଦର ଅଞ୍ଚଳ ଭଳି ୭ଟି ପଞ୍ଚାୟତ ଜଳମଗ୍ନ ହେବା ଆଶଙ୍କା କରି ଆଦିବାସୀ ସଂଘ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଥିବା ଜଣାପଡିଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ