ETV Bharat / state

ସ୍ୱାଭିମାନ ଅଞ୍ଚଳରେ କୋଭିଡ କଟକଣା ସହ ବିକ୍ଷୋଭ ପ୍ରଦର୍ଶନ

ସ୍ୱାଭିମାନ ଅଞ୍ଚଳରେ ପୁଣି ଗର୍ଜିଲେ ଅଞ୍ଚଳବାସୀ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ଗାଜଲମାମୁଡ଼ିରେ ଶହ ଶହ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ସରକାର ଏବଂ ପ୍ରଶାସନ ବିରୋଧରେ ଗର୍ଜିଛନ୍ତି। କୋଭିଡ ନିୟମକୁ ମାନି ଅଞ୍ଚଳବାସୀ ରାଲି ଓ ବିକ୍ଷୋଭ କରିଛନ୍ତି।

author img

By

Published : Aug 25, 2020, 10:29 AM IST

ସ୍ୱାଭିମାନ ଅଞ୍ଚଳରେ ପୁଣି ଗର୍ଜିଲେ ଅଞ୍ଚଳବାସୀ, କୋଭିଡ କଟକଣା ମାନି ବିକ୍ଷୋଭ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଣି ଗର୍ଜିଲେ ଅଞ୍ଚଳବାସୀ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ଗାଜଲମାମୁଡ଼ିରେ ଶହ ଶହ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ସରକାର ଏବଂ ପ୍ରଶାସନ ବିରୋଧରେ ଗର୍ଜିଛନ୍ତି। କୋଭିଡ ନିୟମକୁ ମାନି ଅଞ୍ଚଳବାସୀ ରାଲି ଓ ବିକ୍ଷୋଭ କରିଛନ୍ତି। ସିପିଆଇଏମର ଗଣତାନ୍ତ୍ରିକ ଯୁବ ଫେଡରେସନ ତରଫରୁ ଏହି ବିକ୍ଷୋଭ କରାଯାଇଥିଲା।

ଅଭିଯୋଗ ଅନୁସାରେ, ସାତ ଦଶନ୍ଧି ଧରି ବିଛିନ୍ନାଞ୍ଚଳ ଲୋକେ ଅବହେଳିତ ହୋଇ ଆସୁଛନ୍ତି। ଗତ ଦୁଇ ବର୍ଷ ତଳେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଛିନ୍ନାଞ୍ଚଳ ପରିଣତ ହେଲା ସ୍ୱାଭିମାନ ଅଞ୍ଚଳରେ । ଚିତ୍ରକୋଣ୍ଡା ବ୍ଲକର 18 ଟି ପଞ୍ଚାୟତ ମଧ୍ୟରୁ 9ଟି ପଞ୍ଚାୟତ ଏବେ ବି ଅତି ଦୟନୀୟ ଅବସ୍ଥାରେ ରହିଛି।

ପ୍ରଶାସନ ତରଫରୁ ବିକାଶର କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଏବେ ବି ବହୁ ଅଞ୍ଚଳ ଅବହେଳିତ ହୋଇ ରହିଛି। ରାସ୍ତା, ପାଣି,ସ୍ୱାସ୍ଥ୍ୟ ଏବେ ବି ଅପହଞ୍ଚ।ପିଡ଼ିଏସ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନୀତି ହେଉଛି।

ଜଙ୍ଗଲ ଜମି ପଟ୍ଟା ପାଇଁ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ବିଭିନ୍ନ ମୌଳିକ ଦାବି ନେଇ ସ୍ୱାଭିମାନ ଅଞ୍ଚଳ ବାସୀ ଦାବି କରିଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଶୁଣୁନଥିବା ଅଭିଯୋଗ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ହେଉଥିବା ବିଭିନ୍ନ ଯୋଜନାର ଦୁର୍ନୀତିର ପର୍ଦ୍ଦାଫାସ କରାଯାଉ ବୋଲି ଦାବି କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.