ETV Bharat / state

ନକ୍ସଲ ମାମଲାରେ ଗିରଫ କଏଦୀ ମୃତ୍ୟୁ ଘଟଣା: ନ୍ୟାୟ ଦାବି କଲେ ପତ୍ନୀ - ମାଲକାନଗିରି ଜିଲ୍ଲା ଉପକାରାଗାରରେ ନକ୍ସଲ ଖବର

ମାଲକାନଗିରି ଜିଲ୍ଲା ଉପକାରାଗାରରେ ନକ୍ସଲ ମାମଲାରେ ଗିରଫ ବିଚରାଧୀନ କଏଦୀଙ୍କ ମୃତ୍ୟୁ ମାମଲାକୁ ନେଇ ପରିବାର ନ୍ୟାୟ ଦାବି କରିଛି । ମୃତକ ଦାନୁ ଗୋଲରୀଙ୍କ ପତ୍ନୀ ଓ ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ମୋ ଭାଇକୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସେନେଇ ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଅଧିକ ପଢନ୍ତୁ...

malkangiri sub jail naxlas death case
ନକ୍ସଲ ମାମଲାରେ ଗିରଫ କଏଦୀ ମୃତ୍ୟୁ ଘଟଣା: ନ୍ୟାୟ ଦାବି କଲେ ପତ୍ନୀ
author img

By

Published : Dec 30, 2020, 10:56 PM IST

ମାଲକାନଗିରି: ଜିଲ୍ଲା ଉପକାରାଗାରରେ ଗତ ଦୁଇ ଦିନ ତଳେ ନକ୍ସଲ ଘଟଣାରେ ଗିରଫ ହୋଇ ବିଚାରଧୀନ ରହିଥିବା ଦାନୁ ଗୋଲରୀର ବେକ କଟିଯିବାରୁ ତାର ମୃତ୍ୟୁ ହୋଇଥିଲା । ମୋ ସ୍ବାମୀଙ୍କୁ ହତ୍ୟା କରାଯାଇଛି ଏବଂ ମୋତେ ନ୍ୟାୟ ଦିଆଯାଉ ବୋଲି ମୃତ ଦାନୁ ଗୋଲରୀଙ୍କ ପତ୍ନୀ ସୋନାରି ଗୋଲରୀ ଦାବି କରିଛନ୍ତି । ଦାନୁର ଭାଇ ଅଭିଯୋଗ କରିଛନ୍ତି ଯେ ମୋ ଭାଇ ଦାନୁକୁ ପୋଲିସ ନକ୍ସଲ ବୋଲି ଉଠାଇ ନେଲା ଏବଂ ଜେଲରେ ଭର୍ତ୍ତି କଲା । କିନ୍ତୁ କେଉଁ ଘଟଣାରେ ତାକୁ ଏଭଳି ନିର୍ମମ ଭାବେ ହତ୍ୟା କରାଗଲା ସେନେଇ ତଦନ୍ତ କରାଯାଉ ବୋଲି ଦାବି ହୋଇଛି ।

ନକ୍ସଲ ମାମଲାରେ ଗିରଫ କଏଦୀ ମୃତ୍ୟୁ ଘଟଣା: ନ୍ୟାୟ ଦାବି କଲେ ପତ୍ନୀ

ଗତ ତିନି ମାସ ତଳେ ତାକୁ ପୋଲିସ ନେଇ ମାଲକାନଗିରି ଜେଲରେ ଭର୍ତ୍ତି କରିଥିଲା । ଆମେ ଯାଇ ଦାନୁକୁ ଦେଖୀ ଆସିଥିଲୁ ଭଲରେ ଥିବା କହିଥିଲା । କିନ୍ତୁ ହଠାତ ଗତ ଦୁଇ ଦିନ ତଳେ ପୋଲିସ ଆସି କହିଲା ଯେ ତୁମର ଭାଇ ଅସୁସ୍ଥ ରହିଛନ୍ତି । ମାଲକାନଗିରି ମେଡିକାଲକୁ ଯାଇ ଦେଖିଲା ବେଳକୁ ପୋଲିସ କହୁଛି ତୁମର ଭାଇର ମୃତଦେହକୁ ନେଇଯାଅ ମୋ ଭାଇ ଦାନୁର ବେକକୁ ଯେଭଳି କଟାଯାଇଛି , ଯେ କେହି ବି ଦେଲେ ସେ ଆତ୍ମହତ୍ୟା କରିନଥିବା ବୋଲି କହିବା କାରଣ ବେକ ସଂପୂର୍ଣ୍ଣ କଟିଯାଇଛି । କେହି ତାକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଛି ବୋଲି ଦାନୁର ଭାଇ ଶ୍ରୀରାମ ଅଭିଯୋଗ କରିଛି । ଏଥିପାଇଁ ଦରକାର ପଡିଲେ ସେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିବେ ବୋଲି କହିଛନ୍ତି । ସେହିପରି ପତ୍ନୀ ସୋନାରି ମଧ୍ୟ ନିଜ ସ୍ବାମୀକୁ ହରାଇ ଭାଙ୍ଗିପଡିଛନ୍ତି । ଚାରୋଟି ପିଲାଙ୍କୁ ନେଇ କିପରି ଚଳିବେ ସେନେଇ ଚିନ୍ତାରେ ପଡିଥିବା କହିଛନ୍ତି । ମୋ ସ୍ବାମୀକୁ ଛାଡିଦେବେ କହି ଜବରଦସ୍ତ ଘରୁ ଉଠାଇ ନେଲେ ଆମକୁ ସାକ୍ଷାତ ମଧ୍ୟ କରାଇଲେ ନାହିଁ ।

ଜେଲରେ ଭର୍ତ୍ତି କରିବା ପରେ ହତ୍ୟା କରିଦେଲେ ବୋଲି ପତ୍ନୀ ସୋନାରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ଜେଲ ଭିତରେ ଚାଲୁଥିବା ଅବ୍ୟବସ୍ଥାକୁ ଦାୟୀ କରିବା ସହ ଜେଲ କର୍ତ୍ତୃପକ୍ଷ ହିଁ ମୋ ସ୍ବାମୀ ହତ୍ୟାରେ ଦାୟୀ ବୋଲି ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁ ପଦାକୁ ଆସିବ ବୋଲି କୁହାଯାଇଛି । ଆଗାମୀ ଦିନରେ ଏସପିଙ୍କ ନିକଟରେ ଆମେ ଫେରାଦ ହେବୁ ବୋଲି ଧମକ ଦେଇଛନ୍ତି । ଜେଲ ଭିତରେ ଚାଲିଥିବା ଅବହେଳା ଓ ଅବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନ ଆଗରୁ ମଧ୍ୟ ଉଠିଛି।ଲଗାତାର ଏକ ମାସ ମଧ୍ୟରେ ତିନି ତିନି ଜଣଙ୍କର ମୃତ୍ୟୁକୁ ନେଇ ଜିଲ୍ଲା ଉପକାରାଗାର ଏବେ ବଦନାମ ହୋଇଯାଇଛି । ଏହି କାରାଗାରରେ ନକ୍ସଲ ସମେତ ଦୁର୍ବାନ୍ତ ଡକାୟତ , ଗଞ୍ଜେଇ ମାଫିଆମାନେ ରହିଛନ୍ତି । ତେବେ ଦାନୁ ଗୋଲରୀ ପରିବାର ଲୋକଙ୍କୁ ଠିକରେ ଥିବା କହିବା ପରେ କାହିଁକି ସେ ଆତ୍ମହତ୍ୟା କରିବ ବୋଲି କୁହାଯାଇଛି ।

ଜେଲ ଭିତରକୁ ଧାରୁଆ ଅସ୍ତ୍ର କିପରି ପଶିଲା ସେନେଇ ତଦନ୍ତ କରାଯିବା ଉଚିତ ତେବେ ଆହୁରି ବହୁ ଜିନିଷ ଜେଲ ଭିତରେ ପଶୁଥିବା ଅନୁମାନ କରାଯାଏ ତଦନ୍ତ ହେଲେ ଏହାର ଗୁମର ପଦାରେ ପଡ଼ିବ ବୋଲି କୁହାଯାଇଛି । ତେବେ ପତ୍ନୀ ଓ ପରିବାର ଲୋକେ ଦାନୁକୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି । ତେବେ ଏନେଇ ଜେଲ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଉନାହାନ୍ତି କିମ୍ବା କାହା ସହ ସାକ୍ଷାତ ମଧ୍ୟ କରୁନାହାନ୍ତି। ଗଣମାଧ୍ୟମ ପ୍ରତିନିଧଙ୍କୁ ଜେଲ ନିକଟକୁ ଭର୍ତ୍ତି କରାଯାଉନାହିଁ । ତେବେ ଆଗାମୀ ଦିନରେ ଏଭଳି ଘଟଣା ଏଡାଇବାକୁ ହେଲେ ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.