ETV Bharat / state

ମାଲକାନଗିରିରେ ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ - ମାଲକାନଗିରିରେ ଗ୍ରୀଷ୍ମ ପ୍ରକୋପ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପରେ ଜଳୁଛି ସାରା ରାଜ୍ୟ । ଏଥିରୁ ମାଲକାନଗିରି ଜିଲ୍ଲା ମଧ୍ୟ ବାଦ ପଡ଼ିପାରିନାହିଁ । ଜିଲ୍ଲାରେ ପ୍ରବଳ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଅଧିକ ପଢ଼ନ୍ତୁ

ମାଲକାନଗିରିରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରକୋପ, ଜନଜୀବନ ଅସ୍ତବ୍ୟସ୍ତ

author img

By

Published : Apr 3, 2022, 4:24 PM IST

ମାଲକାନଗିରି: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପରେ ଜଳୁଛି ସାରା ରାଜ୍ୟ । ଏଥିରୁ ମାଲକାନଗିରି ଜିଲ୍ଲା ମଧ୍ୟ ବାଦ ପଡ଼ିପାରିନାହିଁ । ଜିଲ୍ଲାରେ ପ୍ରବଳ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଏଭଳି ସ୍ଥିତିରେ ଅଂଶୁଘାତକୁ ନେଇ ଲୋକଙ୍କୁ ସଚେତନ କରାଉଛି ପ୍ରଶାସନ ।

ମାଲକାନଗିରିରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରକୋପ, ଜନଜୀବନ ଅସ୍ତବ୍ୟସ୍ତ

ପ୍ରବଳ ଏହି ରୌଦ୍ର ତାପ ଯୋଗୁଁ ଦିନ ୧୧ଟା ବେଳକୁ ରାସ୍ତାଘାଟ ଖାଁଖାଁ ହୋଇ ଯାଉଛି । ଦିନର ତାପମାତ୍ରା ପ୍ରାୟ ସମୟରେ ୪୦ ଡିଗ୍ରୀରୁ ଉପରେ ରହିଛି । ଏପ୍ରିଲ ମାସ ପହିଲାରୁ ଏଭଳି ମାଲକାନଗିରି ଜିଲ୍ଲାରେ ଏଭଳି ଗରମ ଅନୁଭୂତ ହେଉଛି । ଆହୁରି ଦୁଇ ମାସ ଜିଲ୍ଲାବାସୀ କିଭଳି କାଟିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ।

ଗରମ ଦିନେ ଜିଲ୍ଲାରେ ଜୁସ୍‌ ଦୋକାନ ବା ତରଭୁଜ କାକୁଡ଼ି ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ସେହିଭଳି କେଉଁଟି ଟିକିଏ ଗଛ ଛାଇ ଦେଖିଲେ ବାଟୋଇମାନେ ବିଶ୍ରାମ ନେଉଥିବା ମଧ୍ୟ ଦେଖା ଦେଇଛି । ଏହି ସମୟରେ କିଛି ସ୍ବେଚ୍ଛାସେବୀ ସଂଗଠନ ଲୋକଙ୍କୁ ପଇଡ଼ ପାଣି ଓ ଲେମ୍ବୁପାଣି ଦାନ କରିବା ଆରମ୍ଭ କରିଛନ୍ତି ।

ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହାତକୁ ନିଆଯିବ । ଅଂଶୁଘାତରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର ଅଂଶୁଘାତ ୱାର୍ଡ କରାଯାଇଛି । ଅଂଶୁଘାତକୁ ନେଇ ଜିଲ୍ଲାବାସୀଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରାଯାଉଛି । ବୟସ୍କ ବ୍ୟକ୍ତିଙ୍କ ସହ ମଧୁମେହ, ହୃଦରୋଗୀଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଉଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.