ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ନୌକା ଯାତ୍ରା, ସାବେରୀ ନଦୀ ଉପରେ ବ୍ରିଜ କେବେ ?

author img

By

Published : May 21, 2023, 4:47 PM IST

ମାଲକାନଗିରି ଜିଲ୍ଲା ସାବେରୀ ନଦୀରେ ନାହିଁ ବ୍ରିଜ । ଫଳରେ ପ୍ରତ୍ୟେକ ଦିନ କଟନପାଲ୍ଲି ଘାଟରୁ ଛତିଶଗଡକୁ ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ । ନଦୀ ପାର ହେବାକୁ ବ୍ରିଜ ଟିଏ ନିର୍ମାଣ କରିବାକୁ ଦାବି । ଅଧିକ ପଢନ୍ତୁ

people crosse river by boat in dangerous situation

ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ନୌକା ଯାତ୍ରା

ମାଲକାନଗିରି: ନଦୀରେ ଚାଲିଛି ମଟର ଡଙ୍ଗା । ଯାତ୍ରୀଙ୍କ ସମେତ ବାଇକ ମଧ୍ୟ ପାର ହେଉଛି ଡଙ୍ଗାରେ । ବିପଦ ସଙ୍କୁଳ ଅବସ୍ଥାରେ ଗୋଟିଏ ଘାଟରୁ ଅନ୍ୟ ଘାଟକୁ ନଦୀ ପାର ହେଉଛନ୍ତି ଲୋକେ । ଆବଶ୍ୟକଠାରୁ ଡଙ୍ଗାରେ ଯାତାୟତ କରୁଛନ୍ତି ଯାତ୍ରୀ, କିନ୍ତୁ କେହି ଜଣେ ହେଲେବି ସେପ୍ଟି ଜାକେଟ ପିନ୍ଧି ନାହାନ୍ତି । ଯଦି କିଛି ଅଘଟଣ ଘଟେ ତେବେ କଥା ସରିଲା । ମାଲକାନଗିରି ଜିଲ୍ଲା ସାବେରୀ ନଦୀରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗୋଟିଏ ଦିନ ନୁହଁ ବରଂ ବର୍ଷ ବର୍ଷ ଧରି ଜୀବନକୁ ବାଜିରେ ଲଗାଇ କଟନପାଲ୍ଲି ଘାଟରୁ ଛତିଶଗଡକୁ ଯାତାୟତ କରୁଛନ୍ତି ଏଠାକାର ଲୋକେ । ଖରାଦିନ ଥିବାରୁ କମ ପାଣିରେ ଯାତାୟତ କରୁଛି ଡଙ୍ଗାଟି, ଭାବନ୍ତୁ ବର୍ଷା ଦିନରେ ଭରା ନଦୀରେ କିପରି ଯାତାୟତ କରୁଥିବେ ଲୋକେ ।

ପ୍ରତ୍ୟେକ ଦିନ ତାଣ୍ଡବାଇ, ପୁରୁସୁଗୁଡା, ମାଲାଭରମ୍, ମହାରାଜପାଲି, ଏମ୍ ଭି ୭୯ ଓ ମଟୁ ପଞ୍ଚାୟତର ଲୋକମାନେ ଛତିଶଗଡ ରାଜ୍ୟର ଏରାବୁର୍ ଘାଟ ପାର ହୋଇଥାନ୍ତି । ସେଠାରୁ ସେମାନେ ବିଭିନ୍ନ କାମରେ ଛତିଶଗଡର ସୁକୁମା, ଜଗଦଲପୁର୍ ଓ ରାୟପୁର୍ ସହରକୁ ଯିବାପାଇଁ ଗାଡ଼ି ପାଇଥାନ୍ତି । ଠିକ୍ ସେହିପରି ଛତିଶଗଡ, ସୁକୁମା ଜିଲ୍ଲାର ଲୋକୋମାନେ ଏରାବୁର୍ ଘାଟରୁ କଟନପାଲ୍ଲି ଘାଟକୁ ଏହି ଡଙ୍ଗାରେ ପାରିହୋଇ ଓଡିଶା ଆସିଥାନ୍ତି । ଏଠାରୁ ଆନ୍ଧ୍ର ପ୍ରଦେଶର ଚିନ୍ତୁର୍, ଭଦ୍ରାଚଳମ୍, ରାଜମୁଣ୍ଡ୍ରି ଭଳି ଅନ୍ୟ ସହରକୁ ଯାଇଥାନ୍ତି । ଲୋକଙ୍କ କହିବା କଥା ହେଲା ଏହି ଘାଟରେ ଥିବା ମଟର ଡଙ୍ଗାଟି ଦଶ ବର୍ଷ ପୁରୁଣା, ଏହାକୁ କାଲିମେଳା ବ୍ଳକ୍‌ ପକ୍ଷରୁ ଅଞ୍ଚଳବାସୀଙ୍କ ସୁବିଧା ଅସୁବିଧାରେ ନଦୀ ପାର ହେବାପାଇଁ ଦିଆଯାଇଥିଲା । କିନ୍ତୁ ଏହି ଡଙ୍ଗାଟି ପୁରୁଣା ହେବା ଫଳରେ ଡଙ୍ଗାଟି ଧୀରେଧୀରେ ଭାଙ୍ଗି ଫାଟିବା ଆରମ୍ଭ ହେଲାଣି । ଫଳରେ ବିପଦପୂର୍ଣ୍ଣ ଭାବେ ପ୍ରତ୍ୟେକ ଦିନ ଡଙ୍ଗାରେ ଶହଶହ ଯାତ୍ରୀ ନଦୀ ପାର ହେଉଛନ୍ତି ।

ଆଜି ପର୍ଯ୍ୟନ୍ତ ଏହି ଘାଟ ଉପରେ କୌଣସି ପ୍ରଶାସନିକ ଅଧିକାରୀ କି କୌଣସି ରାଜନୈତିକ ନେତାଙ୍କ ଦୃଷ୍ଟି ପଡୁନଥିବା କହିଛନ୍ତ ଅଞ୍ଚଳବାସୀ । ଏହି ଘାଟି ଦେଇ ଡଙ୍ଗାରେ ଯିବା ଆସିବା କରିବା ସମୟରେ ପ୍ରତ୍ୟେକ ବର୍ଷ ବହୁବାର ଦୁର୍ଘଟଣା ହୋଇ ଧନଜୀବନ ହାରିଥିବା କହିଛନ୍ତି ଅଞ୍ଚଳବାସୀ । ଖରାଦିନେ କମ ପାଣିରେ ଯାତାୟତ ସୁବିଧାରେ ହେଲେବି ବର୍ଷା ଦିନେ ବହୁ ହଇରାଣ ଓ ଅସୁବିଧାର ସମୁଖୀନ ହେଉଛନ୍ତି ଲୋକେ । ତାସହ ପୋଲାଭରମ୍ ପ୍ରୋଜେକ୍ଟ ହେବାପରେ ବର୍ଷାଦିନେ ପାଣି ଆସୁଥିବାରୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଏହି ସ୍ଥାନରେ ଏକ ନୂତନ ବ୍ରିଜ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।

ମାଲକାନଗିରି ଜିଲ୍ଲା ପଡିଆ ଠାରୁ ଦୋରନାପାଲ ଯାତାୟତ ପାଇଁ ଏବଂ କୋଣ୍ଟା ଠାରୁ ମୋଟୁ ଯାତାୟତ ପାଇଁ ଛତିଶଗଡ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ବଡ ବ୍ରିଜ୍ ନିର୍ମାଣ ହୋଇଛି । ସେଥି ମଧ୍ୟରୁ ପଡିଆ, ଦୋରନାପାଲ୍ ବ୍ରିଜ୍ ନିର୍ମାଣ ହୋଇ ପାଞ୍ଚ ବର୍ଷ ହେବ ଯାତାୟତ ଆରମ୍ଭ ହୋଇସାରିଥିବା ବେଳେ ମୋଟୁ ,କୋଣ୍ଟା ବ୍ରିଜ୍ ନିର୍ମାଣ ଅଦାରେ ଅଟକିଛି। ମୋଟୁଠାରୁ ପଡିଆ ଯାଏଁ ସାବେରି ନଦୀ ଦୂରତା ପାଖାପାଖି ୫୦ କିଲମିଟର ରହିଛି, ତେଣୁ ଏହି ନଦୀ ଉପରେ ଆଉ ଦୁଇରୁ ତିନୋଟି ବ୍ରିଜର ଆବଶ୍ୟକ ରହିଥିବା କହିଛନ୍ତି ମାଲକାନଗିରି ବିଧାୟକ ଆଦିତ୍ୟ ମାଡି । ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ବିଧାୟକ ।

ଏହି ଘଟଣା ବିଷୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକଙ୍କୁ ଅବଗତ ମଧ୍ୟ କରାଯାଇଛି । କାଲିମେଳା ବ୍ଲକର ତାଣ୍ଡବାଇ ପଞ୍ଚାୟତର MV61ରୁ କୁଟୁନ୍ ପାଲ୍ଲୀ ଠାରେ ଏକ ବ୍ରିଜ କାମ ଚାଲିଛି ଯାହାକି ଏଇ ଦୁଇ ମାସ ମଧ୍ୟରେ ଶେଷ ହୋଇଯିବ । ଯାହା ଫଳରେ ପଡ଼ିଆ ବ୍ଲକର ଓ କାଲିମେଳା ବ୍ଲକ ଲୋକୋମାନେ ଯାତାୟତ କରିପାରିବେ । ସେହିପରି ଆଉ ଯଦି କୌଣସି ସ୍ଥାନରେ ବ୍ରିଜ୍ ପାଇଁ ଲୋକଙ୍କ ଦାବି ରହୁଛି ତାହେଲେ ବିଭାଗୀୟ ଅଧିକାରୀଙ୍କ ସହ କଥାହୋଇ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ତାସହ ସ୍ଥାନୀୟ ତହସିଲଦାରଙ୍କ ସହ କଥାହୋଇ ଏସ୍‌ଆର୍‌ସିଙ୍କୁ ଜଣାଇ ନୂତନ ଡଙ୍ଗାର ବ୍ୟବସ୍ଥା କରାଯିବ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବର୍ତ୍ତମାନ ଦେଖିବାକୁ ବାକି ରହିଲା କଟନପାଲ୍ଲି ଓ ଏରାବୁର ଘାଟ ପାଇଁ ସରକାର କେବେ ନିର୍ମାଣ କରୁଛନ୍ତି ବ୍ରିଜ୍ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.