ମାଲକାନଗିରି: ଜିଲ୍ଲାରେ କାମ ଦେଉନି କୌଣସି କଟକଣା । ଦିନକୁ ଦିନ ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଅନେକ ସଚେତନତା ଲାଗୁ ହେଉଥିବାବେଳେ, ସଂକ୍ରମଣ ସଂଖ୍ୟା ଦେଖିଲେ ଲାଗୁଛି ଯେପରି ଏଠାରେ ସବୁ କିଛି ଫେଲ ମାରୁଛି ।
ଯାହାକୁ ନେଇ ଆସନ୍ତା ୩୦ ତାରିଖ ରାତି ୯ ରୁ ଅଗଷ୍ଟ ୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା NACକୁ ସଟଡାଉନ କରାଯିବ । ଏନେଇ ଏକ ଚିଠି ଯୋଗେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ