ETV Bharat / state

ସରକାରୀ ଡାକ୍ତରଙ୍କ କ୍ଲିନିକ୍‌ ପ୍ରେମ, ଶୋଷଣ ହେଉଛନ୍ତି ରୋଗୀ !

ମାଲକାନଗିରି ଜିଲ୍ଲାରେ ରହିଛି ସୁଉଚ୍ଚ ସରକାରୀ ଡାକ୍ତରଖାନା । ଡାକ୍ତରଖାନାର ବାହାରୁ, ଭିତରୁ ସବୁ ଚକାଚକ । କିନ୍ତୁ ରୋଗୀ ଆସିଲେ ଆଖି ବନ୍ଦ କରିଦେଉଛନ୍ତି ଡାକ୍ତର । କିଛି ଜାଣିବା ଆଗରୁ ରୋଗୀଙ୍କୁ ରେଫର କରିଦିଅନ୍ତି ଘରୋଇ କ୍ଲିନିକ ଓ ପାଥୋଲଜିକୁ । ଏପଟେ ଏହି ମାଳ ଉପାନ୍ତ ଅଞ୍ଚଳର ଅଶିକ୍ଷିତ ଲୋକେ ମଧ୍ୟ ଭୟଭୀତ ହୋଇ ଚାଲିଯାଆନ୍ତି କ୍ଲିନିକକୁ । ଆଉ ଏହାର ଫାଇଦା ନେଇ ଲମ୍ବା ଚଉଡା ପରୀକ୍ଷା ଓ ଔଷଧ ଲିଷ୍ଟ ଗାରେଇ ଦିଅନ୍ତି ଏଠାରେ ରହିଥିବା ପ୍ରାଇଭେଟ ଡାକ୍ତର ।

author img

By

Published : Jun 20, 2019, 7:41 PM IST

Updated : Jun 20, 2019, 7:56 PM IST

ଡିଜାଇନ ଫଟୋ

ମାଲକାନଗିରି: ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଲୋକେ ସରକାରୀ ଡାକ୍ତରଖାନାରେ ଠିକ ଭାବେ ସ୍ୱାସ୍ଥ୍ୟସେବା ପାଉ ନଥିବାବେଳେ ରୋଗୀଙ୍କ ଚିକିତ୍ସା ଚାଲିଛି ଘରୋଇ କ୍ଲିନିକରେ । ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ ସମଗ୍ର ଜିଲ୍ଲାରେ ମାତ୍ର 16ଟି ଘରୋଇ କ୍ଲିନିକ ପଞ୍ଜିକୃତ ହୋଇଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ଚାଲିଛି 70ରୁ ଉର୍ଦ୍ଧ୍ୱ କ୍ଲିନିକ । ଏନେଇ ଦେଖନ୍ତୁ ଇଟିଭି ଭାରତର ଏକ୍ସକ୍ଲ୍ୟୁସିଭ ରିପୋର୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ସୁବିଧା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ହେଲେ ଏସବୁର କେତେ ଫାଇଦା ଲୋକେ ପାଉଛନ୍ତି ତାହା ମାଲାକାନଗିରି ଜିଲ୍ଲାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ଜିଲ୍ଲାରେ ଚିକିତ୍ସାର ସୁବିଧା ପାଇଁ 7 ମହଲା ବିଶିଷ୍ଟ ଏକ ଚିକିତ୍ସାଳୟ ରହିଛି । ଏଥିରେ ରକ୍ତ ଓ ମଳମୂତ୍ର ପରୀକ୍ଷା ପାଇଁ ମଧ୍ୟ ଯନ୍ତ୍ରପାତି ଉପଲବ୍ଧ ଅଛି । କିନ୍ତୁ ଏହା ରୋଗୀଙ୍କ ସୁବିଧାରେ ଲାଗିପାରୁନାହିଁ । ଏଠାରେ କୌଣସି ରୋଗୀ ବିଭିନ୍ନ ପରୀକ୍ଷା ପାଇଁ ଘରୋଇ ପାଥୋଲାବକୁ ଯିବାକୁ ପଡୁଛି । ସରକାରୀ ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ଡାକ୍ତର ଘରୋଇ ପାଥୋଲାବକୁ ପଠାଇ ଦେଉଥିବା ଅଭିଯୋଗ ହେଉଛି ।

ସେପଟେ ଲୋକମାନେ ବିଭିନ୍ନ ପରୀକ୍ଷା ପାଇଁ ପାଥୋଲାବକୁ ଆସୁଥିବାରୁ ପାଥୋଲାବରେ ମଧ୍ୟ କିଛି ଡାକ୍ତର ମାନେ ବସି ସେଠାରେ ଅଘୋଷିତ କ୍ଲିନିକ୍‌ ଖୋଲିଛନ୍ତି । ଆଉ ଲୋକଙ୍କୁ ଶୋଷଣ କରୁଛନ୍ତି । ଜିଲ୍ଲାରେ 16 ଟି ସରକାରୀ ପଞ୍ଜିକୃତ କ୍ଲିନିକ୍‌ ଥିବାବେଳେ ପ୍ରାୟ 70ରୁ ଅଧିକ ଏପରି ଅଘୋଷିତ କ୍ଲିନିକ୍‌ ଦେଖିବାକୁ ମିଳୁଛି । ଯାହା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଏ ବିଷୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ମାଲକାନାଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ସ୍ୱାସ୍ତ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଲୋକେ ସରକାରୀ ଡାକ୍ଟରଖାନାରେ ଠିକ ଭାବେ ସ୍ୱାସ୍ତ୍ୟ ସେବା ପାଉନଥିବା ବେଳେ ରୋଗୀଙ୍କ ଚିକିତ୍ସା ଚାଲିଛି ଘୋରେଇ କ୍ଲିନିକ ରେ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ସମଗ୍ର ଜିଲ୍ଲାରେ ମାତ୍ର 16ଟି ଘୋରେଇ କ୍ଲିନିକ ପଞ୍ଜିକୃତ ହୋଇଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ଚାଲିଛି 70ରୁ ଉର୍ଦ୍ଧ୍ୱ କ୍ଲିନିକ ଯାହା ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି।

ଦେଖନ୍ତୁ ଇଟିଭି ଭାରତର Exclusive ରିପୋର୍ଟ...............

Body:ଭି.ଓ-୧: ଏ ହେଉଛି ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟ। ଉପାନ୍ତ ଅଞ୍ଚଳରେ ଥିବା ଏହି ସାତ ମହଲା ବିଶିଷ୍ଟ ଚିକିତ୍ସାଳୟରେ ଦିନକୁ ଦିନ ରୋଗୀ ସଂଖ୍ୟା କମିବାରେ ଲାଗିଛି ଏହାର କାରଣ ଏହା ନୁହେଁ ଯେ ରୋଗୀଙ୍କୁ ଆଉ ରୋଗ ବ୍ୟଧି ହେଉ ନାହିଁ। କାରଣ ହେଉଛି ଡାକ୍ତର ମାନେ ରୋଗୀ ମାନଙ୍କୁ ଭଲ ଭାବେ ଚିକିତ୍ସା କରୁ ନାହାନ୍ତି । ଚିକିତ୍ସା କରିବା ଲାଗି ଘରେଇ କ୍ଲିନିକକୁ ଯିବା ଲାଗି ପରାମର୍ସ ଦେଉଛନ୍ତି ସରକାରୀ ଡାକ୍ତର । କେବଳ ଏତିକି ନୁହେଁ ସାତ ମହଲା ବିଶିଷ୍ଟ ସରକାରୀ ଡାକ୍ତରଖାନାରେ ରକ୍ତ ଓ ମଳ ମୂତ୍ର ପରୀକ୍ଷା କରିବା ଲାଗି ଲକ୍ଷ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧ ଅଛି । ତେବେ ରୋଗୀଙ୍କୁ ଡାକ୍ତର ମାନେ ଘୋରେଇ କ୍ଲିନିକ ରେ ପରୀକ୍ଷା କରେଇବା ଲାଗି ପରାମର୍ଶ ଦେଉଛନ୍ତି । ଗରିବ ରୋଗୀଙ୍କ ଲାଗି ମାଗଣା ଓ ଅନ୍ୟ ମାନଙ୍କ ଲାଗି ଅଳ୍ପ ଟଙ୍କାରେ ଉଚ୍ଚ ମାନର ପରୀକ୍ଷା ବ୍ୟବସ୍ତା ଡାକ୍ତରଖାନାରେ ରହିଥିଲେ ହେଁ ରୋଗୀଙ୍କୁ ଏଠାରେ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ଡାକ୍ତର ଓ କ୍ଲିନକ ମାଲିକଙ୍କ ଲାଭ ଲାଗି ରୋଗୀ ମାନେ ନାହିଁ ନଥିବା ଅସୁଵିଧା ଭୋଗୁଛନ୍ତି ।

ବାଇଟ-୧: ବିର ପ୍ରତାପ ଅଧିକାରୀ, ରୋଗୀଙ୍କ ସମ୍ପର୍କୀୟ

ବାଇଟ-୨: ମହନ୍ତ ଦୀପ, ରୋଗୀଙ୍କ ସମ୍ପର୍କୀୟ

ଭି.ଓ-୨ ମାଲକାନଗିରି ଜିଲ୍ଲାରେ ମାତ୍ର ୧୬ଟି କ୍ଲିନିକ ସରକାରୀ ଭାବେ ପଞ୍ଜିକୃତ ହୋଇଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ଖୋଲା ଖୋଲି ଭାବେ ଚାଲିଛି ୭୦ରୁ ଉର୍ଦ୍ଧ୍ୱ କ୍ଲିନିକ । ଯାହା ମଧ୍ୟରେ ଜିଲ୍ଲା ସଦର ଠାରେ ହିଁ ରହିଛି ୨୦ଟି କ୍ଲିନିକ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ତ୍ୟ ବିଭାଗ ଆଖି ସମ୍ମୁଖରେ ଏପରି ଚାଲିଥିଲେ ହେଁ ଏହାକୁ ଆଜି ଯାଏ କେହି ବାରଣ କରି ନାହାନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆମ ଠାରୁ ଶୁଣିବା ପରେ କହିଛନ୍ତି ଯେ ଜିଲ୍ଲାର ମାତ୍ର ୧୬ଟି ସଂସ୍ଥା ଘରେଇ କ୍ଲିନିକ କରିବା ଲାଗି ତାଙ୍କ ଠାରୁ ଅନୁମତି ପାଇଛନ୍ତି । ଅନ୍ୟ ମାନଙ୍କ ତଦନ୍ତ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହୁଥିବା ବେଳେ କ୍ୟାମେରା ସମ୍ମୁଖକୁ ଆସିବା ଲାଗି ମନା କରିଛନ୍ତି ।

ବାଇଟ-୩ ସନୁ ଅନୁଗୁ, ଜିଲ୍ଲା ଆଦିବାସୀ ସଂଘ ନେତା

Conclusion:ପିଟୁସି:

ମାଲକାନଗିରି ରୁ ଜୟନ୍ତ ତିଆଡ଼ି ଇଟିଭି ଭାରତ …..................

Last Updated : Jun 20, 2019, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.