ETV Bharat / state

ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଆଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଛନ୍ତି ।

author img

By ETV Bharat Odisha Team

Published : 2 hours ago

Updated : 56 minutes ago

CM Mohan Charan Majhi visits Durga puja  pandals
CM Mohan Charan Majhi visits Durga puja pandals (ETV BHARAT ODISHA)

ଭୁବନେଶ୍ବର: ଦୁର୍ଗାଷ୍ଟମୀରେ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀର ଏକାମ୍ର ନିର୍ବାଚନ ମଣ୍ଡଳୀ ଜମ୍ବେଶ୍ୱର ପାଟଣା ସାହି ମଣ୍ଡପରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କରିବା ସହ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି । ପାଟଣା ସାହି ବ୍ୟତିତ ଆଜି ଭୁବନେଶ୍ବରରେ ଥିବା ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ । ଦିନ 11ଟା ସମୟରେ ଆରମ୍ଭ ହୋଇଛି ସିଏମଙ୍କ ମଣ୍ଡପ ବୁଲା କାର୍ଯ୍ୟକ୍ରମ ।

ମୋହନଙ୍କ ବଡ ଘୋଷଣା:

ପାଟଣା ସାହି ମଣ୍ଡପରେ ଦେବୀ ଦୁର୍ଗାଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି । ସାରା ରାଜ୍ୟରେ ଦୁର୍ଗା ପୂଜା ପେଣ୍ଡାଲ ଭଡ଼ା ଛାଡ ନେଇ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି ।

CM Mohan Charan Majhi visits Durga puja pandals (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କ ମଣ୍ଡପ ବୁଲା:

ପାଟଣା ସାହି ମଣ୍ଡପ ପରେ ମୁଖ୍ୟମନ୍ତ୍ରୀ ସୁନ୍ଦରପଦା, ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ, ସହିଦନଗର, ବମିଖାଲ, ଷ୍ଟେସନ ଛକ ଓ ଲକ୍ଷ୍ମୀସାଗର ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି କଟକ ଓ ରବିବାର କେନ୍ଦୁଝରର ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

CM Mohan Charan Majhi visits Durga puja  pandals
CM Mohan Charan Majhi visits Durga puja pandals (ETV Bharat Odisha)

ଭୁବନେଶ୍ବରରେ ଏସବୁ ମଣ୍ଡପ ବୁଲିଲେ ମୋହନ ମାଝୀ

  • ପାଟଣା ସାହି ପୂଜା ମଣ୍ଡପ
  • ସୁନ୍ଦରପଦା ପୂଜା ମଣ୍ଡପ
  • ବରମୁଣ୍ଡା ପୂଜା ମଣ୍ଡପ
  • ନୂଆପଲ୍ଲୀ ପୂଜା ମଣ୍ଡପ
  • ରସୁଲଗଡ଼ ପୂଜା ମଣ୍ଡପ
  • ସହିଦ ନଗର ପୂଜା ମଣ୍ଡପ
  • ବମିଖାଲ ପୂଜା ମଣ୍ଡପ
  • ଷ୍ଟେସନ ଛକ ପୂଜା ମଣ୍ଡପ
  • ଲକ୍ଷ୍ମୀସାଗର ପୂଜା ମଣ୍ଡପ

ଏହାମଧ୍ୟ ପଢ଼ନ୍ତୁ- ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

ଏହାମଧ୍ୟ ପଢ଼ନ୍ତୁ- ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଗୁପ୍ତ ପୂଜା ପରେ ବାହାରିଲା ମାଆଙ୍କ ଛତର

Last Updated : 56 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.