ETV Bharat / health

ପଖାଳ ଭାତରୁ ମିଳେ ଏମିତି ଚମତ୍କାର ଫାଇଦା, ବଲିଉଡ ଅଭିନେତ୍ରୀ କଲେ ପ୍ରଶଂସା

ଦେହ ପାଇଁ ହିତ ପଖାଳ ଭାତ । ସବୁଦିନ ପଖାଳ ଖାଇଲେ ମିଳେ ଏମିତି ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

author img

By ETV Bharat Health Team

Published : 2 hours ago

ପଖାଳ ଭାତର ଚମତ୍କାର ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ପଖାଳ ଭାତର ଚମତ୍କାର ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ (ETV Bharat)

Health Benefits Of Pakhala: ଓଡ଼ିଶାର ଏକ ସୁପରଫୁଡ୍ ପଖାଳ । ଧନୀ ହେଉକି ଗରିବ ଖଟିଖିଆ, ପ୍ରତି ଓଡ଼ିଆଙ୍କ ପ୍ରାଣ କହିଲେ ଭୁଲ୍ ହେବନି । କଂସାଏ ପଖାଳ ଭାତ ସହ ତୋରାଣି ଟିକେ ପିଇଦେଲେ ମନ ଓ ଆତ୍ମା ଯେମିତି ତୃପ୍ତ ହୋଇଯାଏ । ଏବେ ବି ଗାଁ ଗହଳିରେ ଲୋକଙ୍କ ସକାଳ ଆରମ୍ଭ ହୁଏ ପଖାଳ କଂସାରୁ । ଖଟିଖିଆ ଲୋକଟିଏ କଂସାଏ ପଖାଳ ଖାଇଦେଇ ଚାଲିଯାଏ ବିଲବାଡିକୁ । ଏହାର ଜନାଦୃତି ଏତେ ଯେ, ଏବେ ଗରିବର ହାଣ୍ଡିଶାଳରୁ ବାହାରି ତାରକା ହୋଟେଲରେ ସ୍ଥାନ ପାଇଲାଣି । ହେଲେ ଜାଣନ୍ତି କି, ଆମର ପ୍ରିୟ ପଖାଳ ଭାତ କେବଳ ପାଟିକୁ ସ୍ବାଦିଷ୍ଟ ନୁହେଁ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ । ଏଥିରେ ପ୍ରୋବାୟୋଟିକ୍ସ ଓ ଅନେକ ପୋଷକ ତତ୍ତ୍ବ ରହିଥାଏ, ତେଣୁ ଏହାକୁ ଖାଇଲେ ହଜମ ପ୍ରକ୍ରିୟା ଭଲ ରହିବା ସହ ନେଇ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ନିତୁ କପୁର ମଧ୍ୟ ପଖାଳ ଭାତକୁ ଭଲ ପ୍ରୋବାୟୋଟିକ୍ସ ବୋଲି କହିଛନ୍ତି । ସାଧାରଣତଃ ଖରାଦିନେ ଅଧିକ ଚାହିଦାରେ ଥାଏ ପଖାଳ । କାରଣ ଏହି ଦିନରେ ଶରୀରକୁ ହାଇଡ୍ରେଟ ରଖିବା ଜରୁରୀ ହୋଇପଡେ । ପଖାଳ ଭାତ ପେଟ ଥଣ୍ଡା ରଖିଥାଏ ଓ ଶରୀରକୁ ଶକ୍ତି ଯୋଗାଏ । ଆପଣ ନିତିଦିନ ଘରେ ପଖାଳ ଭାତ ଖାଉଥିବେ, ହେଲେ ଆଜି ଜାଣନ୍ତୁ ଏହି ପଖାଳ ଖାଇବାର ଫାଇଦା

ହଜମ ପ୍ରକ୍ରିୟା ଠିକ୍ ରହେ: ପଖାଳ ପ୍ରୋବାୟୋଟିକ୍ସ ଓ ଡାଇଜେଷ୍ଟିଭ ଏନଜାଇମରେ ଭରପୂର । ଏହା ଖାଦ୍ୟକୁ ଭଲରେ ହଜମ କରେ ଓ ପାଚନ ତନ୍ତ୍ର ଠିକ୍ ରଖେ । ଏଥିଯୋଗୁଁ ବିଭିନ୍ନ ପେଟ ସମସ୍ୟା ହୋଇନଥାଏ ।

ଇମ୍ୟୁନିଟି ବଢାଏ: ପଖାଳ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଫଳରେ ବିଭିନ୍ନ ରୋଗ ଓ ସଂକ୍ରମଣ ବିରୁଦ୍ଧରେ ଲଢିବାରେ ସାହାଯ୍ୟ ମିଳେ ।

ଓଜନ ନିୟନ୍ତ୍ରଣ: ପଖାଳ ଭାତ ଖାଇଲେ ଦୀର୍ଘ ସମୟ ଯାଏ ଭୋକ ଲାଗେନି, ଯାହାକି ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୁଏ । ବାରମ୍ବାର ଖାଇବା ଦ୍ବାରା ଶରୀରର ଓଜନ ବଢିଥାଏ । ଥରେ ପଖାଳ ଖାଇ ପୁରା ଦିନ ରହି ହୁଏ ।

ଗଟ୍ ହେଲ୍‌ଥ: ଗଟ୍ ହେଲ୍‌ଥ କହିଲେ ଆମର ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ସିଷ୍ଟମକୁ (ପେଟ, ଅନ୍ତଃନଳୀ, ବୃହଦନ୍ତ୍ର) ବୁଝାଏ । ପଖାଳ ଭାତ ଖାଇବା ଦ୍ବାରା ଏହି ଗଟ୍ ହେଲ୍‌ଥ ଉନ୍ନତ ହୁଏ ଓ ପେଟ ଜନିତ ସମସ୍ୟା ଦୂର ହୁଏ । ସୁସ୍ଥ ଗଟ୍‌ରେ ଖରାପ ବ୍ୟାକ୍ଟେରିଆ ତୁଳନାରେ ଅଧିକ ଭଲ ବ୍ୟାକ୍ଟେରିଆ ରହିଥାଏ । ଗଟ୍ ହେଲ୍‌ଥ ଦୁର୍ବଳ ହେଲେ ପେଟ ଫୁଲିବା, ଯନ୍ତ୍ରଣା, ଛାତିରେ ପୋଡାଜଳା, ହାକୁଟି ଆସିବା, ବାନ୍ତି ଲାଗିବା, କୋଷ୍ଠକାଠିନ୍ୟ ଓ ପତାଳା ଝାଡା ହୋଇଥାଏ ।

ହାଇଡ୍ରେଟ ରଖେ: ବିଶେଷକରି ଖରା ଦିନ ପାଖଳ ଭାତ ଖାଇବା ଦେହ ପାଇଁ ହିତକର । ଏହା ଶରୀରରେ ହାଇଡ୍ରେଟିଂ ଓ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରେ । କାରଣ ଶରୀର ଡିହାଇଡ୍ରେଟ ରହିଲେ ମୁଣ୍ଡ ବୁଲାଇବା, ଥକ୍କା ଲାଗିବା, ଚର୍ମ ଶୁଷ୍କ ହୋଇଯିବା ଓ ଅଧିକ ଶୋଷ ଲାଗିଥାଏ ।

ପୋଷକ ତତ୍ତ୍ବରେ ଭରପୁର: ପଖାଳରେ ଅନେକ ଜରୁରୀ ପୋଷକ ତତ୍ତ୍ବ- ଯେପରିକି ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ପୋଟାସିୟମ ମିଳେ । ଏଗୁଡିକ ଆମ ଶରୀର ପାଇଁ ଲାଭଦାୟକ ।

ଭଲ ନିଦରେ ସହାୟକ: ଲୋକେ କହୁନ୍ତି, ପଖାଳ ଖାଇଲେ ନିଦ ଲାଗେ । ଏହା କେତେକାଂଶରେ ଠିକ୍ ମଧ୍ୟ । କାରଣ ଏଥିରେ ଶରୀର ଥଣ୍ଡା ରହିବା ସହ ରାତିରେ ଭଲ ନିଦ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ସବୁବେଳେ ଚିନ୍ତା ଓ ଉଦାସ ରହୁଛନ୍ତି ? ମାନନ୍ତୁ ଏହି 6ଟି ଟିପ୍ସ, ସୁସ୍ଥ ରହିବ ମନ

ଏହା ମଧ୍ୟ ପଢନ୍ତୁ: ରାତି ଖାଇବା ପରେ ଚାଲନ୍ତୁ 100 ପାଦ, ମୋଟାପଣଠୁ ମଧୁମେହ...

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.