ETV Bharat / state

ବଣ୍ଡାଘାଟିର ମେଧାବୀ ଛାତ୍ରୀ, ପଢାଖର୍ଚ୍ଚ ପାଇଁ ସାଜିଲେ ଦିନ ମଜୁରିଆ

author img

By

Published : May 30, 2023, 11:01 PM IST

ବଣ୍ଡାଘାଟିର ମେଧାବୀ ଛାତ୍ରୀ କର୍ମା ମୁଦୁଲି । ଗତ ବର୍ଷ ବାଣିଜ୍ୟରେ ଜିଲ୍ଲା ଟପ୍ପର ହୋଇଥିଲେ । ଅଭାବ ଅନଟନ ବଦଳାଇଦେଲା ଭାଗ୍ୟ, ଏବେ ମେଧାବୀ ଛାତ୍ରୀ ପାଲଟିଗଲେ ଦିନ ମଜୁରିଆ । ଅଧିକ ପଢ଼ନ୍ତୁ

malkangiri district topper karma muduli
ବଣ୍ଡାଘାଟିର ମେଧାବୀ ଛାତ୍ରୀ କର୍ମା ମୁଦୁଲି
ବଣ୍ଡାଘାଟିର ମେଧାବୀ ଛାତ୍ରୀ କର୍ମା ମୁଦୁଲି

ମାଲକାନଗିରି: ଦାଉ ସାଧିଲା ଅଭାବ ଅଟନଟ । ମେଧାବୀ ଛାତ୍ରୀଙ୍କ ହାତରେ ଧରାଇ ଦେଲା ବୋଝେଇ ଝୁଡି । ପାଠ ପଢିବା ପାଇଁ ଦିନ ମଜୁରିଆ ସାଜିଲେ ଜିଲ୍ଲା ଟପ୍ପର । ଗତବର୍ଷ ବାଣିଜ୍ୟରେ ଜିଲ୍ଲା ଟପ୍ପର ହୋଇଥିବା ବଣ୍ଡା ଛାତ୍ରୀ କର୍ମା ମୁଦୁଲି । ହେଲେ ଭାଗ୍ୟର ବିଡ଼ମ୍ବନା ଏବେ ସେ ଡହଡହ ଖରାରେ ବାଲି ବୋଝେଇ ବୋହୁଛନ୍ତି । ନିଜ ପଢା ଖର୍ଚ୍ଚ ଉଠାଇବାକୁ ହାଡଭଙ୍ଗା ପରିଶ୍ରମ କରୁଛନ୍ତି କର୍ମା ମୁଦୁଲି ।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତ ପଡେଇଗୁଡା ଗ୍ରାମର ଦୁଦା ଓ ଶୁକ୍ରୀ ମୁଦୁଲିଙ୍କ ଝିଅ କର୍ମା ମୁଦୁଲି । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ଯରେ ୮୨.୬୬ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଥିଲେ । ତାଙ୍କର ଏହି ସଫଳତା ପରେ ଛୁଟିଥିଲା ଶୁଭେଚ୍ଛାର ଶୁଅ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ତାଙ୍କୁ ସମ୍ମାନିତ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଅଗଷ୍ଟ ୧୫ ତାରିଖ ସ୍ବାଧିନତା ଦିବସରେ କର୍ମା ମୁଦୁଲିଙ୍କୁ ୧୦ ହଜାର ଟଙ୍କା ଦେଇ ଜିଲ୍ଲା ସ୍ତରରେ ସମ୍ମାନିତ କରାଯାଇଥିଲା । ଆଉ ଭବିଷ୍ୟତ ଗଢିବାରେ ସାହାଯ୍ୟ କରିବାକୁ ପ୍ରତିଶୃତି ଦିଆଯାଇଥିଲା ।

ଭୁବନେଶ୍ବରର ମୟା ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ନାମ ଲେଖାଇ ଦିଆଯାଇଥିଲା । ହଷ୍ଟେଲରେ ରହିବା ପାଇଁ ଟ୍ରଷ୍ଟ ପକ୍ଷରୁ ମାସିକ ଏକ ହଜାର ଟଙ୍କା ଯୋଗାଇ ଦିଆଯାଉଛି । କିନ୍ତୁ କଲେଜ ଫି, ଖାତା ବହି ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । କର୍ମାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ରାଜଧାନୀର ବଡ କଲେଜରେ ଝିଅକୁ ପାଠ ପଢାଇବାକୁ ସେ ସକ୍ଷମ ନୁହନ୍ତି । କଲେଜରେ ଖରାଛୁଟି ହେବାପରେ କର୍ମା ନିଜ ଘରକୁ ଫେରି ଆସିଛନ୍ତି । ଘରେ ଅର୍ଥ ଅଭାବ ଯୋଗୁଁ ସେ ଘରଛାଡି ମାଲକାନଗିରି ସହରରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି ।

କର୍ମା କହିଛନ୍ତି, "ପାଠ ପଢ଼ାରେ ପ୍ରଶାସନ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଏବେ ସହାୟତା ମିଳୁନାହିଁ । ପରିବାରର ଆର୍ଥିକ ସମସ୍ୟା ଥିବାରୁ ପାଠ ପଢ଼ାରେ ଅସୁବିଧା ହେଉଛି । ତେଣୁ ନିଜ ସ୍ବପ୍ନ ପୂରଣ କରିବା ପାଇଁ ଦିନ ମଜୁରିଆ କାମ କରୁଛି । ଏଥିରୁ ଯାହା ରୋଜଗାର କରିବି ସେଥିରେ ନିଜ ପଢ଼ା ଖର୍ଚ୍ଚ ଉଠାଇବି ।" ଭବିଷ୍ୟତରେ ଜଣେ ପ୍ରଶାସକ କିମ୍ବା ପ୍ରାଥମିକ ଶିକ୍ଷକ ହେବାର ଆଶା ରଖିଛନ୍ତି । ତେଣୁ ଯେତେ କଷ୍ଟ ଆସିଲେ ବି ନିଜ ପାଠ ପଢ଼ି ସ୍ବପ୍ନ ପୂରା କରିବି ବୋଲି କୋହଭରା କଣ୍ଠରେ କହିଛନ୍ତି କର୍ମା । ବଣ୍ଡା ଜନଜାତିଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ମେଧାବୀ ଛାତ୍ରୀଙ୍କ ଏଭଳି ଦୁର୍ଦ୍ଦଶା ନେଇ ଅନେକ ପ୍ରଶ୍ନ ଉଠୁଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.