ETV Bharat / state

କାୟକଳ୍ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାଜ୍ୟର ପ୍ରଥମ

author img

By

Published : Mar 26, 2021, 9:06 AM IST

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତମ ସ୍ୱାସ୍ଥ୍ୟସେବା, ସଫା ସୁତୁରା ରଖିବା, ସୌନ୍ଦର୍ଯ୍ୟକରଣ, ଔଷଧୀୟ ବୃକ୍ଷରୋପଣ, ଆଲୋକୀକରଣ ଭଳି ବ୍ୟବସ୍ଥା ହୋଇଥିବାରୁ ସାରା ରାଜ୍ୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାୟକଳ୍ପରେ ପ୍ରଥମ ସ୍ଥାନ ଅଧିକାର କରିଛି। ଅଧିକ ପଢନ୍ତୁ...

କାୟକଳ୍ପରେ ପ୍ରଥମ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ମାଲକାନଗିରି: କାୟକଳ୍ପ ପାଇଁ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏହି ଅବସରରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ ଡ଼ଃ ପ୍ରଫୁଲ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଛି । ଏଥିରେ ବୃଦ୍ଧିଜୀବୀ, ଜନ ସାଧାରଣ, ମେଡିକାଲ କର୍ମଚାରୀ, ସାମ୍ବାଦିକ ଉପସ୍ଥିତ ରହି ଏହି ଉତ୍ସବକୁ କେକ କାଟି ଓ ବାଣ ଫୁଟାଇ ଖୁସି ଜାହିର କରିଥିଲେ।

ଗତ 2015 ମସିହାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତମ ସ୍ୱାସ୍ଥ୍ୟସେବା, ସଫା ସୁତୁରା ରଖିବା, ସୌନ୍ଦର୍ଯ୍ୟକରଣ, ଔଷଧୀୟ ବୃକ୍ଷରୋପଣ, ଆଲୋକୀକରଣ ଭଳି ବ୍ୟବସ୍ଥା ହୋଇଥିବାରୁ ସାରା ରାଜ୍ୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାୟକଳ୍ପରେ ପ୍ରଥମ ସ୍ଥାନ ଅଧିକାର କରିଛି।

ଆଗାମୀ ଦିନରେ ଅନ୍ୟ ବ୍ୟବସ୍ଥାଗୁଡିକୁ ମଧ୍ୟ ସରସ ସୁନ୍ଦର କରିବା ସହ ଉନ୍ନତମାନର ରୋଗୀ ସେବା ଯୋଗାଇ ଦେବା ପାଇଁ ପ୍ରୟାସ କରାଯିବ। ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବା ପରେ କେନ୍ଦ୍ରରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ପ୍ରୟାସ ଜାରି ରହିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.