ETV Bharat / state

ତୈଳ-ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଧାରଣା - malkangiri congress protest over oil price

ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାରେ ଜିଲ୍ଲା କଂଗ୍ରେସ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଧିକ ପଢନ୍ତୁ...

ତୈଳ ଦର ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

author img

By

Published : Jun 11, 2021, 7:54 PM IST

ମାଲକାନଗିରି: ଦିନକୁ ଦିନ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପାଉଛି। ସେନେଇ ଆଜି (ଶୁକ୍ରବାର) ମାଲକାନଗିରି ଜିଲ୍ଲାରେ ଜିଲ୍ଲା କଂଗ୍ରେସ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ 100 ପାର କରିଥିବା ବେଳେ ଲୋକଙ୍କୁ ଏନେଇ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ତୈଳ ଦର ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ତେଣୁ, ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ଧାରଣା ଦିଆଯାଇଥିଲା । କଂଗ୍ରେସ ସରକାର ଥିବା ସମୟରେ ତେଲ ଦର 60 ରେ ଥିବା ବେଳେ କେନ୍ଦ୍ରରେ ବିଜେପି ସରକାର ଆସିବା ଫଳରେ ତେଲ ଦର, ଇନ୍ଧନ ଗ୍ୟାସର ଦର ବୃଦ୍ଧି ପାଇଛି। ସେନେଇ ଆଜି ସହରର ମୁଖ୍ୟ ରାସ୍ତାରେ ପ୍ରଧାନମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀଙ୍କ କୁଶପୁତ୍ତଳିକା ନିଆଁ ଲଗାଇ ପ୍ରତିବାଦ କରିଥିଲେ । ଆଗାମୀ ଦିନରେ ତେଲ ଦର ଓ ଇନ୍ଧନ ଗ୍ୟାସ ଦର ନକମିଲେ ରାଜ ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ବନ୍ଧ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଧମକ ଦିଆଯାଇଥିଲା।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.