ମାଲକାନଗିରି : ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ ଅଙ୍ଗନବାଡି କେନ୍ଦ୍ରରୁ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ ଆସିଛି । ବିଏସଏଫ ଯବାନ ହତ୍ୟା କରି ମୃତଦେହକୁ ଅଙ୍ଗନୱାଡି କେନ୍ଦ୍ରରେ ରଖିଥିବା ଗତକାଲି(ରବିବାର) ପରିବାର ଲୋକେ ଅଭିଯୋଗ କରିଥିବାବେଳେ ଆଜି ମୃତଦେହକୁ ନେଉନାହାଁନ୍ତି ।
ଗତକାଲି(ରବିବାର) ପୋଲିସ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ପରେ ଆଜି(ସୋମବାର) ପରିବାର ଲୋକଙ୍କୁ ଥାନାକୁ ଡାକି ମୃତଦେହ ହସ୍ତାନ୍ତର କରିବାବେଳେ ପରିବାର ଲୋକେ ନେବା ପାଇଁ ନାରାଜ ହୋଇଥିଲେ ।
ଏହାସହ ନ୍ୟାୟ ପାଇଁ ପେପରମେଟଲା ଥାନା ସମ୍ମୁଖରେ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ବସି ରହିଛନ୍ତି । ଥାନା ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ