ETV Bharat / state

ଖଣିଜ ସମ୍ପଦ ଉପରେ ପଡୋଶୀ ରାଜ୍ୟ ମାଫିଆଙ୍କ ନଜର, କ୍ବାର୍ଜ ପଥର ଖନନ ସ୍ଥାନରେ ଲାଗିଲା ଲାଲ ପତାକା - କ୍ବାର୍ଜ ପଥର ଖନନ ସ୍ଥାନରେ ଲାଲ ପତାକା ଲାଗିଲା

ମୋଟୁ ତହସିଲ ପକ୍ଷରୁ ପଥର ଖନନ ସ୍ଥାନରେ ଲାଲ ପତାକା ଲଗାଗଲା । ହାଇଦ୍ରାବାଦର ପଥର ମାଫିଆ ମୂଲ୍ୟବାନ ପଥର ନେଇଯିବା ପରେ ପ୍ରଶାସନ ପକ୍ଷରୁ ଲାଲ୍ ପତାକା ଲଗାଯାଇଛି । ଅଧିକ ପଢନ୍ତୁ...

କ୍ବାର୍ଜ ପଥର ଖନନ ସ୍ଥାନରେ ଲାଲ ପତାକା ଲଗାଇଲା ପ୍ରଶାସନ

author img

By

Published : Sep 5, 2021, 1:14 PM IST

ମାଲକାନଗିରି: ମୋଟୁ ତହସିଲ ପକ୍ଷରୁ ପଥର ଖନନ ସ୍ଥାନରେ ଲାଲ ପତାକା ଲଗାଯାଇଛି । ମାଲକାନଗିରି ଜିଲ୍ଲାରେ ରହିଥିବା ଖଣିଜ ସମ୍ପଦ ଉପରେ ଆନ୍ଧ୍ର ଏବଂ ତେଲେଙ୍ଗାନା ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି । ମୋଟୁ ତହସିଲର କୁନାଲପାଲି ଗ୍ରାମରେ ମୂଲ୍ୟବାନ ପଥର କ୍ବାର୍ଜ ରହିଥିବା ନେଇ ହାଇଦ୍ରାବାଦର କିଛି ପଥର ମାଫିଆ ଜାଣିବା ପରେ ଗତ ଚାରି ମାସ ତଳେ ଏଠାକୁ ଆସି କୁନାଲପାଲୀ ଗ୍ରାମର ଲୋକଙ୍କୁ ଭୁତାଇ ପଥର ଚୋରା ଚାଲାଣ କରିବା ପରେ ତେଜିଛି ଜିଲ୍ଲା ପ୍ରଶାସନ ।

କ୍ବାର୍ଜ ପଥର ଖନନ ସ୍ଥାନରେ ଲାଲ ପତାକା ଲଗାଇଲା ପ୍ରଶାସନ

ଏନେଇ ଜିଲ୍ଲାପାଳ ବିଶାଲ ସିଂହ ଖବର ପାଇ ଖନନ ସ୍ଥାନରେ ପହଞ୍ଚି ତଦନ୍ତ କରିବାକୁ ମୋଟୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ ପରେ ମୋଟୁ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସେହି ସ୍ଥାନକୁ ସିଲ କରିବା ସହ ଲାଲ ପତାକା ମାରି ଏଠାକୁ ପ୍ରବେଶ ନିଷିଦ୍ଧ କରାଗଲା ବୋଲି ଘୋଷଣା କରିଛନ୍ତି । ଏଥିସହ ଏହି ଖଣିଜ ପଥରଗୁଡିକ ମେଜର୍ ମାଇନ୍ସ ହୋଇଥିବାରୁ ମାଇନିଂ ଡିପାର୍ଟମେଣ୍ଟର ଅଧିକାରୀଙ୍କ ସହ ଏନେଇ ଆଲୋଚନା ହୋଇଥିବା ପ୍ରକାଶ କରିଛନ୍ତି ।

ତେବେ କିପରି ଜଣେ ହାଇଦ୍ରାବାଦରୁ ଆସି ମୋଟୁ ତହସିଲରୁ ମୂଲ୍ୟବାନ ପଥର ନେବାକୁ ସାହାସ କଲା ଏବଂ କେହି ଜାଣିପାରିଲେନି ସେନେଇ ଉଠିଛି ବିରାଟ ପ୍ରଶ୍ନବାଚୀ । ଏହି ଘଟଣାରେ ମୋଟୁ ତହସିଲର ସମସ୍ତ କର୍ମଚାରୀ ଉପରେ ସନ୍ଦେହ ସୃଷ୍ଟି କରାଯାଉଛି । ବିଶେଷ କରି ଭୁବନପାଲୀ ପଞ୍ଚାୟତର ରାଜସ୍ବ ନିରୀକ୍ଷକ କିପରି ଜାଣିପାରିଲେ ନାହିଁ ସେନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏଥିସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.