ETV Bharat / state

ସାବାସ ଅଙ୍ଗନବାଡି ଦିଦି: ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ନଦୀ ପାର

author img

By

Published : Sep 25, 2020, 7:47 AM IST

ଲୋକଙ୍କ ସେବା କରିବା ପାଇଁ ଜୀବନକୁ ବାଜି ଲଗାଇ ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ଭରା ନଇ ପାରି ହେଉଛନ୍ତି ମହିଳା ଅଙ୍ଗନବାଡି କର୍ମୀ । ଏହିଭଳି ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ।

ସାବାସ ଅଙ୍ଗନବାଡି ଦିଦି: ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ନଦୀ ପାର
ସାବାସ ଅଙ୍ଗନବାଡି ଦିଦି: ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ନଦୀ ପାର

ମାଲକାନଗିରି: ଜୀବନ ଅପେକ୍ଷା ଜୀବିକା ବେଶ ଗୁରୁତ୍ୱପୂର୍ଣ୍ଣ । କର୍ମ ହିଁ ଭଗବାନ । ଲୋକଙ୍କ ସେବା କରିବା ପାଇଁ ଜୀବନକୁ ବାଜି ଲଗାଇ ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ଭରା ନଇ ପାରି ହେଉଛନ୍ତି ମହିଳା ଅଙ୍ଗନବାଡି କର୍ମୀ । ଏହିଭଳି ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ । ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଶିଶୁଙ୍କ ଖାଦ୍ୟ ବଣ୍ଟନ କରିବା ପାଇଁ ରାଲେଗଡା ଗ୍ରାମ ପଞ୍ଚାୟତର ୨ ଜଣ ମହିଳା ଅଙ୍ଗନୱାର୍ଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ଶିଶା ଭରା ନଇ ପାରି ହୋଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ପ୍ରମିଳା ସୁଆପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଥିବା ବେଳେ ହେମଲତା ନେଡୁପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରନ୍ତି । ଏହି ଦୁଇଟି ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ହେଲେ ନେରୁଡପାଲି ନାଳ ପାରି ହେବାକୁ ପଡେ ।

ବର୍ଷା ଦିନେ ନେରୁଡପାଲି ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥାଏ । ତେବେ ସେବା କରିବା କ୍ଷେତ୍ରରେ ଭରା ନାଳକୁ ଦେଖି ପଛେଇ ଯାଇ ନଥାନ୍ତି ଏହି ଦୁଇ ଜଣ ଅଙ୍ଗନୱାଡି କର୍ମୀ । ଅଣ୍ଟା ରେ ଲାଉ ତୁମ୍ବା ବାନ୍ଧି ପାଣିର ପ୍ରଖର ସ୍ରୋତକୁ କାଟି ଲୋକଙ୍କ ପାଖରେ ପହଞ୍ଚିଥାନ୍ତି । ତେବେ ଏହି ଦୁଇ ଅଙ୍ଗନୱାଡି ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କର ଏଭଳି କାମ ସ୍ଥାନୀୟ ଅଞ୍ଚଳ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.