ମାଲକାନଗିରି: ଆରମ୍ଭରୁ ବିଭ୍ରାଟ ସତ୍ତ୍ବେ ବର୍ତ୍ତମାନ ସୁରୁଖୁରରେ ଚାଲିଛି ମାଲକାନଗିରି ଜିଲ୍ଲାରେ ମତଦାନ ପ୍ରକ୍ରିୟା । ମତଦାନ କରୁଛନ୍ତି ଜିଲ୍ଲାର ହଜାର ହଜାର ଭୋଟର। ମାଲକାନଗିରି ଜିଲ୍ଲା ଏକ ମାଓପ୍ରବଣ ଜିଲ୍ଲା ଭାବେ ପରିଚିତ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ ।
ସକାଳୁ ସକାଳୁ କିଛି ପୋଲିଂ ବୁଥରେ ଇଭିଏମ ଅଚଳ ଥିଲା। ପରବର୍ତ୍ତୀ ସମୟରେ ସମସ୍ୟା ସମାଧାନ ପରେ ମତଦାନ ପକ୍ରିୟା ଠିକ୍ ଭାବରେ ଚାଲିଥିବା ନେଇ କହିଛନ୍ତି ଜିଲ୍ଲାପାଳ। ସକାଳ ସମୟରେ ମତଦାନ ହାର କମ୍ ଥିବା ବେଳେ ଏହା ଧିରେ ଧିରେ ବୃଦ୍ଧି ପାଇଛି। ଆହୁରି ମତଦାନ ହାର ବୃଦ୍ଧି ପାଇବ ବୋଲି ସେ ଆଶା କରୁଥିବା କହିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ