ETV Bharat / state

ମାଲକାନଗିରିରୁ ଅଷ୍ଟ୍ରେଲିଆ ଯାତ୍ରା: ଭାରତୀୟ ଭାରୋତ୍ତଳନ ଦଳରେ ସ୍ଥାନ ପାଇଲେ ଆଦିବାସୀ ଯୁବକ

ମାଓଗଡରୁ ସୁଦୂର ଅଷ୍ଟ୍ରେଲିଆ । କିଛି ଏମିତି ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର ଲାଲଗଡ କୁହାଯାଉଥିବା ବିଚ୍ଛିନ୍ନାଞ୍ଚଳରେ । ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବିଚ୍ଛିନ୍ନାଞ୍ଚଳର ଆରଏସସି ଗ୍ରାମର ଜଣେ ଆଦିବାସୀ ଯୁବକ ଭକ୍ତରାମ ଦେସ୍ତି ।

author img

By

Published : Jul 6, 2019, 10:56 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଓଗଡରୁ ସୁଦୂର ଅଷ୍ଟ୍ରେଲିଆ । କିଛି ଏମିତି ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର ଲାଲଗଡ କୁହାଯାଉଥିବା ବିଚ୍ଛିନ୍ନାଞ୍ଚଳରେ । କାରଣ ଇଛା ଶକ୍ତି ଓ ଦୃଢ ବିଶ୍ବାସ ମନରେ ଯଦି ଥାଏ, ତେବେ ଯେତେ ବାଧା ଆସିଲେ ମଧ୍ୟ ପ୍ରତିଭା ଦିନେ ନା ଦିନେ ବିକଶିତ ହେବ । ଏହାକୁ ବାସ୍ତବରେ ପ୍ରମାଣିତ କରି ଭାରତୀୟ ଭାରୋତ୍ତଳନ ଦଳରେ ସ୍ଥାନ ପାଇଛନ୍ତି ବିଚ୍ଛିନ୍ନାଞ୍ଚଳର ଆରଏସସି ଗ୍ରାମର ଜଣେ ଆଦିବାସୀ ଯୁବକ ଭକ୍ତରାମ ଦେସ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଆସନ୍ତା ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସାମୁଆ ଏପିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁବ ରାଜ୍ୟ ଗୋଷ୍ଠୀ ଭାରୋତ୍ତଳନ ପାଇଁ ଭକ୍ତରାମ ମନୋନୀତ ହୋଇଛନ୍ତି । ସେ ଗତ ଜାନୁଆରୀ ୨୦ରୁ ପଞ୍ଜାବର ପଟିଆଲାସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ତାଲିମ ନେଇ ଆସୁଛନ୍ତି । ଭକ୍ତରାମ ଶୁକ୍ରବାର ଭାରତୀୟ ଦଳ ସହ ଦିଲ୍ଲୀରୁ ସାମୋଆ ଗସ୍ତ କରିଛନ୍ତି । ବିଶେଷ କରି ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳର ଆର.ଏସ.ସି ଗ୍ରାମର ଗରିବ ଆଦିବାସୀ ପରିବାରରୁ ଆସିଛନ୍ତି ଭକ୍ତରାମ ।

ବାପା ସଦନ ଦେସ୍ତିଙ୍କ ସହ ପରିବାର ଲୋକେ ଚାଷବାସ କରି ଗୁଜୁରାଣ ମେଣ୍ଟାନ୍ତି । ଭକ୍ତରାମ ୨୦୧୩ ମସିହା ଯାଏଁ ମାଲକାନଗିରି କ୍ରୀଡା ଛାତ୍ରାବାସରେ ତାଲିମ ନେବା ପରେ ୨୦୧୪ ମସିହାରେ ବ୍ରହ୍ମପୁର କ୍ରୀଡା ଛାତ୍ରାବାସରେ ଭାରୋତ୍ତଳନ ବିଭାଗରେ ମନୋନୀତ ହୋଇଥିଲେ । ପ୍ରଶିକ୍ଷା ସୀତା ଜେନାଙ୍କ ଦ୍ଵାରା ତାଲିମ ପାଇ ସେ ୨୦୧୬ ମସିହାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ପ୍ରତିଯୋଗୀତାରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଜାତୀୟ ସ୍ତରର ପ୍ରତିଯୋଗୀତାରେ ଭାଗ ନେବାର ସୁଯୋଗ ପାଇଥିଲେ ।

ସେହିଭଳି ୱାରାଙ୍ଗଲରେ ଅନୁଷ୍ଟିତ ୪୫/୫୦ କେଜି ଭାରୋତ୍ତଳନ ପ୍ରତିଯୋଗୀତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୮ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଓପନ ଇଣ୍ଡିଆୟୁଥ ସ୍ପୋର୍ଟ୍ସ ପ୍ରତିଯୋଗିତାରେ ମଧ୍ୟ ସ୍ଵର୍ଣ୍ଣ ପଦକ ପାଇଥିଲେ । ମନୋନୟନକାରୀଙ୍କ ଦ୍ଵାରା ଚୟନ ହୋଇ ସେ ପଞ୍ଜାବର ପଟିଆଲାସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ତାଲିମ ନେଇଛନ୍ତି ।

ସୂଚନା ମୁତାବକ ଜେଉଁ ଇଲାକାରେ ଚାଲେ ମାଓବାଦୀଙ୍କ ରାଜ ଏମିତିକି ନକ୍ସଲପନ୍ଥୀ ଦିନେ ଅପହରଣ କରିନେଇଥିଲେ । ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର.ଭିନିଲ କ୍ରିଷ୍ଣାଙ୍କୁ । ଏହାସହ ଅନେକ ବଡ ବଡ ହିଂସାକାଣ୍ଡ ମାଓବାଦୀମାନେ ଘଟାଉଥିବା ଲାଲଗଡ ଅଞ୍ଚଳରୁ ଦିନେ ଏହି ପ୍ରତିଭାଙ୍କୁ ଚିହ୍ନଟ କରିଥିଲେ ମାଲକାନଗିରିର ପୂର୍ବତନ କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ । ତାଙ୍କୁ ଆଣି ଜିଲ୍ଲା କ୍ରୀଡା ହଷ୍ଟେଲରେ ରଖି ସେ ସ୍ଵତନ୍ତ୍ର ତାଲିମ ଦେଇଥିଲେ ।

ପରେ ଭକ୍ତରାମ ନିଜ ଦୃଢ ଇଛା ଶକ୍ତି ବଳରେ ରାଜ୍ୟ ସ୍ତରରେ ସଫଳତା ପାଇ ବ୍ରହ୍ମପୁର କ୍ରୀଡା ଛାତ୍ରାବାସରେ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଥିଲେ । ମାଓଗଡ ଅଞ୍ଚଳରୁ ଏହି ଆଦିବାସୀ ଛାତ୍ର ଅଷ୍ଟ୍ରେଲିଆ ଯାତ୍ରା କରିବା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇ ଉଭା ହୋଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ANCHOR : ଭଦ୍ରକ ପୌରାଞ୍ଚଳରେ ବିପର୍ଯ୍ୟସ୍ଥ ଗମନାଗନମ ର ମାଧ୍ୟମ। କେଉଁ ମୁହୂର୍ତ୍ତରେ ନାଦରନାଳ ଉପରେ ଥିବା ମିର୍ଜାପୁର ନିକଟ ବ୍ରିଜ ଧଶିବ, ସେକଥା କେହି କହି ପାରିବେନାହିଁ। ଅନ୍ୟଉପାୟ ନପାଇ ବାଧ୍ୟ ହୋଇ ଏହି ବାଟେ ଦେଇ ଦୈନଦିନ ସ୍ଥାନୀୟ ଲୋକେ ଯାତାୟାତ କରିବା ପାଇଁ ବାଧ୍ଯ ହେଇଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହୋଇଛି। ହେଲେ କୌଣସି ସୁଫଳ ମିଳୁନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Body:Vo_1 : ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ଅଲାରପୁର ଏବଂ ମିର୍ଜାପୁର କୁ ସଂଯୋଗ କରୁଥିବା ରାସ୍ତାର ନାଦରନାଳ ଉପରେ ଥିବା ବ୍ରିଜ ମୁଖ୍ୟ ଗମନାଗନମ ର ମାଧ୍ୟମ। ଅଲାରପୁର (24 ନମ୍ବର ୱାର୍ଡ) ଏବଂ ମିର୍ଜାପୁର (23 ନମ୍ବର ୱାର୍ଡ) ର 5000 ରୁ ଉର୍ଦ୍ଧ ଗ୍ରାମବାସୀ ଏହି ବ୍ରିଜ ଉପରେ ନିର୍ଭର କରନ୍ତି। ହେଲେ ସ୍ଥାନୀୟ ଲୋକଙ୍କ ଲାଇଫ ଲାଇନ ଭାବେ ପରିଚିତ ଏହି ବ୍ରିଜ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ତଳି ଫାଟି ଆଁ କରିଛି। ଏଥିସହ ଉଭୟ ପାଖ ଦବୀବା ସହ ବ୍ରିଜ ର ମଝି ସ୍ଥଳ ମଧ୍ଯ ଦବୀ ଗଲାଣି। ଏହି ବ୍ରିଜ ରେ ଦୈନଦିନ ଅଞ୍ଚଳବାସୀ ବିପଦ କୁ ବରଣ କରି ଯାତାୟାତ କରିବା ପାଇଁ ବାଧ୍ଯ ହେଉଛନ୍ତି।
Bite_1 : ସେକ ସାଜିଦ ହବିବ_ଗ୍ରାମବାସୀ
Bite_2 : ସେକ ନସୀମୁଦ୍ଦୀନ_ଡ୍ରାଇଭ

Vo_2 : ସ୍ଥାନୀୟ ଲୋକେ ବାରମ୍ବାର ବାରଣ କରୁଥିଲେ ମଧ୍ୟ ଏହି ବାଟ ଦେଇ ଭାରି ଜାନ ଯାତାୟାତ କରୁଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସି। ଆଗାମୀ ଦିନରେ ଏହି ବ୍ରିଜ ଟି ଭାଙ୍ଗି ଗଲେ ଅଲାରପୁର (24 ନମ୍ବର ୱାର୍ଡ) ଏବଂ ମିର୍ଜାପୁର (23 ନମ୍ବର ୱାର୍ଡ) ର 5000 ରୁ ଉର୍ଦ୍ଧ ଗ୍ରାମବାସୀ ବାହ୍ୟା ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି। ତେବେ ଆଗାମୀ 15 ଦିନ ମଧ୍ୟରେ ଏନେଇ ଯଦି ପଦକ୍ଷେପ ଗ୍ରହଣ କରାନଯାଏ, ତାହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଞ୍ଚଳ ବାସି ଚେତାବନି ଦେଇଛନ୍ତି।
Bite_3 : କମରୁଦ୍ଧିନ ଖାନ_ଗ୍ରାମ ମୁଖିଆ
Bite_4 : ସେକ ଗୁଲାମ ମହୀଉଦୀନ_କାଉନସିଲ

Conclusion:FVO : ସହରାଞ୍ଚଳର ବିକାଶ ପାଇଁ ଅମୃତ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏହିପରି ଏକ ମୌଳିକ ଆବଶ୍ୟକତା ପାଇଁ ପ୍ରଶାସନ କାହିଁକି ବିମୁଖ ? ସେନେଇ ପ୍ରଶ୍ନ ଉଠିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.