ETV Bharat / state

ଆଖି ବୁଜିଲା ସନ୍ଧାନୀ କୁୁକୁର ‘ବଡି’; ଦିଆଗଲା ତୋପ ସଲାମୀ - sniper dog

ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ସନ୍ଧାନୀ କୁକୁରର ବୁଧବାର ମୃତ୍ୟୁ ହୋଇଯାଇଛି । ଗତ ୪ ବର୍ଷ ଧରି ମାଲକାନଗିରି ପୋଲିସ ବିଭାଗରେ କାର୍ଯ୍ୟ କରୁଥିଲା ଏହି କୁକୁରଟି । ଏହି ସନ୍ଧାନୀ କୁକୁରର ନାମ ‘ବଡ଼ି’ ରଖାଯାଇଥିଲା ।

ମାଲକାନାଗିରି ପୋଲିସର ସନ୍ଦାନି କୁୁକୁର ‘ବଡି’ର ମୃତ୍ୟୁ, ଦିଆଗଲା ତୋପ ସଲାମୀ

author img

By

Published : Aug 12, 2020, 10:43 PM IST

ମାଲକାନାଗିରି: ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ସନ୍ଧାନୀ କୁକୁରର ବୁଧବାର ମୃତ୍ୟୁ ହୋଇଯାଇଛି । ଗତ ୪ ବର୍ଷ ଧରି ମାଲକାନଗିରି ପୋଲିସ ବିଭାଗରେ କାର୍ଯ୍ୟ କରୁଥିଲା ଏହି କୁକୁରଟି । ଏହି ସନ୍ଧାନୀ କୁକୁରର ନାମ ‘ବଡ଼ି’ ରଖାଯାଇଥିଲା ।

ବଡିର ଦାୟିତ୍ଵରେ ସଂଜୟ କୁମାର ସାହୁ ଥିଲେ । ଗତ କିଛିଦିନ ଧରି ବଡ଼ି ଅସୁସ୍ଥ ରହିଥିଲା। ଚିକିତ୍ସିତ ଅବସ୍ଥାରେ କୁକୁରର ମୃତ୍ୟୁ ହୋଇଛି । ବଡିକୁ ସମ୍ମାନର ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ତୋପ ସଲାମୀ ମଧ୍ୟ ଦିଆଯାଇଥିଲା।

ଆଖି ବୁଜିଲା ସନ୍ଧାନୀ କୁୁକୁର ‘ବଡି’; ଦିଆଗଲା ତୋପ ସଲାମୀ

ଗତ ଚାରି ବର୍ଷ ମଧ୍ୟରେ ପୋଲିସ ବିଭାଗରେ କାମ କରିବା ସମୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାହୁଲ ଗାନ୍ଧୀଙ୍କ ସମେତ ମାଲକାନଗିରିରେ ହେଉଥିବା ମାଲ୍ୟବନ୍ତ ଉତ୍ସବ, ଜାନୁଆରୀ୨୬, ଅଗଷ୍ଟ୧୫ ତଥା ଭିଭିଆଇପିଙ୍କ ଆଗମନ ବେଳେ ବଡ଼ି ନିଜର ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇଥିଲା । ମାଲକାନଗିରି ପୁଲିସ ପାଇଁ ବଡ଼ କ୍ଷତି ହୋଇଥବା ପୋଲିସ ବିଭାଗ ତରଫରୁ କୁହାଯାଇଛି ।

ମାଲକାନଗରିରିରୁ ଦେବଦତ୍ତ ବେହେରା, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.