ETV Bharat / state

ପୋଷ୍ଟ ଅଫିସ ମହାଦୁର୍ନୀତି; ବନ୍ଧା ହେଲା ପୋଷ୍ଟ ମାଷ୍ଟର

ପ୍ରାୟ ୫ ମାସ ହେବ ପୋଲିସ ସହ ଲୁଚକାଳି ଖେଳିଆସୁଥିବା ପୋଷ୍ଟ ମାଷ୍ଟରକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଦୁର୍ନୀତିରେ ଜଡିତ ଭେଜାଙ୍ଗିୱାଡ଼ା ବ୍ରାଞ୍ଚ ପୋଷ୍ଟ ମାଷ୍ଟରକୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Jun 23, 2021, 1:58 PM IST

ପୋଷ୍ଟ ଅଫିସ ମହାଦୁର୍ନୀତି
ପୋଷ୍ଟ ଅଫିସ ମହାଦୁର୍ନୀତି

ମାଲକାନଗିରି: ପୋଲିସ ପଞ୍ଝାରେ ଦୁର୍ନୀତିଗସ୍ତ ପୋଷ୍ଟ ମାଷ୍ଟର । ପ୍ରାୟ ୫ ମାସ ହେବ ପୋଲିସ ସହ ଲୁଚକାଳି ଖେଳିଆସୁଥିବା ପୋଷ୍ଟମାଷ୍ଟରକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଦୁର୍ନୀତିରେ ଜଡିତ ଭେଜାଙ୍ଗିୱାଡ଼ା ବ୍ରାଞ୍ଚ ପୋଷ୍ଟ ମାଷ୍ଟରକୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଅନୁସାରେ, କାଲିମେଳା ବ୍ଳକର ଆଦିବାସୀ ବହୁଳ ଭେଜାଙ୍ଗିୱାଡ଼ା ଗ୍ରାମରେ ଥିବା ଗ୍ରାମ୍ୟ ଡାକଘରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଡାକଘର ଦାୟିତ୍ବରେ ଥିବା ମନ ପୂଜାରୀ ନାମକ ଜଣେ ଗ୍ରାମ୍ୟ ଡାକ କର୍ମଚାରୀ ଏହି ଘୋଟାଲାରେ ସଂପୃକ୍ତ ଥିବାର ହିତାଧିକାରୀମାନେ ଅଭିଯୋଗ କରିଥିଲେ । ଏଥିପାଇଁ ସେମାନେ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଦାବି କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏଥିରେ ଜଡିତ ମନ ପୂଜାରୀକୁ ଗିରଫ କରିଛି ପୋଲିସ ।

ଗତ ୪ବର୍ଷ ହେଲା ମନ ପୂଜାରୀ ଭେଜାଙ୍ଗିୱାଡା ଶାଖା ଡାକ ଘରେ ଜମାକାରୀମାନଙ୍କର ଟଙ୍କା ହଡ଼ପ କରିବା ଆରମ୍ଭ କରିଥିଲେ । ଜମାକାରୀମାନଙ୍କୁ ଜମାଖାତା ଦେଇ ସେଥିରେ ସିଲ୍ ଓ ଦସ୍ତଖତ କରି ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଚଞ୍ଚକତା କରି ହଡ଼ପ କରୁଥିଲେ । ଯାହାକ ଟେର ପାଉନଥିଲେ ଜମାକାରୀ । ଜମା ହେଉଥିବା ସେହି ଟଙ୍କା କାଲିମେଳା ସବପୋଷ୍ଟ ଅଫିସରେ ଜମା କରିବା କଥା । କିନ୍ତୁ ବହୁ ଦିନ ହେଲା ସେ ଏହା ନକରି ଜମା ଟଙ୍କା ହଡ଼ପ କରିଆସୁଥିଲେ ମନ ପୂଜାରୀ ।

ଏହା ମଧ୍ୟ ପଢନ୍ତୁ:ପୋଷ୍ଟ ଅଫିସରେ ମହାଦୁର୍ନୀତି ! କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ

ପାସବୁକ୍ ,ସିଲ୍ ଓ ଦସ୍ତଖତ ଅସଲି ଥିବାରୁ ଜମାକାରୀଙ୍କ ମନରେ ସନ୍ଦେହ ନ ଥିଲା । ଫଳରେ ଦୀର୍ଘ ବର୍ଷ ହେଲା ଶହଶହ ଜମାକାରୀ ନିଜ ପାସବୁକରେ ଟଙ୍କା ଜମା କରି ଆସୁଥିଲେ । ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ମନ ପୂଜାରୀ ହଡ଼ପ କରିଥିବାର ଅନୁମାନ କରାଯାଉଛି । ଜମାକାରାମାନେ କାଲିମେଳା ଉପଡାକଘରକୁ ଆସି ଜମାଖାତା ତଦାରଖ କରିବାରୁ ପୋଷ୍ଟ ମାଷ୍ଟରଙ୍କ କଳାକରନାମା ଧରାପଡ଼ି ଯାଇଥିଲା । ବିଭାଗୀୟ ତଦନ୍ତ ଏମପିଭି - ୭୧ ଗ୍ରାମର ନନିଗୋପାଳ ବିଶ୍ବାସ ନାମକ ଜଣେ ଜମାକାରୀ ମନ ପୂଜାରୀଙ୍କ ନାମରେ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଥିଲା ।

ତଦନ୍ତ ହେବା ପରଠାରୁ ଗିରଫ ଭୟରେ ପୋଷ୍ଟମାଷ୍ଟର ଜଣଙ୍କ ଫେରାର ହୋଇଯାଇଥିଲା । ଆଜି ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । କାଲିମେଳା ଥାନାରେ କେସ୍ ନଂ - ୧୩୦, ଦଫା ୪୦୮,୪୦୯, ୪୨୦, ୪୬୮, ୪୭୧, ୪୭୩ରେ ମାମଲା ରୁଜୁ ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.