ମାଲକାନଗିରି : ଜିଲ୍ଲାର ସଦର ମହକୁମାରେ ପ୍ରବଳ ବର୍ଷା ସାଙ୍ଗକୁ ଘୂଣ୍ଣିଝଡର ତାଣ୍ଡବ ଦେଖିବାକୁ ମିଳିଛି । ଏହି ଘୂଣ୍ଣିଝଡ ପ୍ରବାହରେ ଅନେକ ଗଛ ଉପୁଡି ଯିବା ସହ ବିଦ୍ୟୁତ ଖୁଣ୍ଟ ଓ ତାର ଆଦି ଉପୁଡି ପଡିଛି । ପୂର୍ବରୁ ପାଣିପାଗ ବିଭାଗ ମାଲକାନଗିରି ଜିଲ୍ଲାରେ ବୃଷ୍ଟିପାତ ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ବୁଧବାର ରାତି ୮ଟା ସମୟରେ ବଜ୍ରପାତ ସହ କଳାହାଣ୍ଡିଆ ମେଘ ଆକାଶରେ ଘୋଟି ଆସିଥିଲା । ହଠାତ ମୂଷଳ ଧାରାରେ ବର୍ଷା ସହ ପବନର ବେଗ ମଧ୍ୟ ବଢିଥିଲା ।
![ମାଲକାନଗିରି ଘୂର୍ଣ୍ଣିଝଡ଼ ତାଣ୍ଡବ : ବ୍ୟାପକ କ୍ଷୟକ୍ଷତି](https://etvbharatimages.akamaized.net/etvbharat/prod-images/14179298_th.jpg)
ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିବା ଫଳରେ ବିଦ୍ୟୁତ ସଂଯୋଗ ବନ୍ଦ ହୋଇ ଯାଇଥିଲା । ସାରା ରାତି ଅନ୍ଧକାରରେ ମାଲକାନଗିରି ସହର ରହିଥିଲା । କୁମୁଟିଗୁଡା, ୧୧୯ କଲୋନୀ, ଡିଏନକେ ସର୍କିଟ ହାଉସ, ଜେଲ୍ ପରିସର , ପିଏଚଡି ରାସ୍ତା , ପିଡବ୍ଲ୍ୟୁଡି କଲୋନୀ ଠାରେ ବୃକ୍ଷ ଉପୁଡି ପଡିଥିବା ଜଣାପଡିଛି । ଘୂର୍ଣ୍ଣି ଝଡ଼ ଯୋଗୁଁ ପଥପ୍ରାନ୍ତ ଆବର୍ଜନାରେ ପରିପୂର୍ଣ୍ଣ ହୋଇଯାଇଛି । ସାରା ରାତି ଅନ୍ଧକାରରେ ମାଲକାନଗିରି ସହର ରହିଥିଲା । କୁମୁଟିଗୁଡା, ୧୧୯ କଲୋନୀ , ଡିଏନକେ ସର୍କିଟ ହାଉସ , ଜେଲ୍ ପରିସର , ପିଏଚଡି ରାସ୍ତା, ପିଡବ୍ଲ୍ୟୁଡି କଲୋନୀରେ ଗଛ ଉପୁଡି ପଡିଥିଲା । ଫଳରେ ଗମନାଗମନରେ ସମସ୍ୟା ଉପୁଜିଥିଲା ।
![ମାଲକାନଗିରି ଘୂର୍ଣ୍ଣିଝଡ଼ ତାଣ୍ଡବ : ବ୍ୟାପକ କ୍ଷୟକ୍ଷତି](https://etvbharatimages.akamaized.net/etvbharat/prod-images/14179298_thumb.jpg)
![ମାଲକାନଗିରି ଘୂର୍ଣ୍ଣିଝଡ଼ ତାଣ୍ଡବ : ବ୍ୟାପକ କ୍ଷୟକ୍ଷତି](https://etvbharatimages.akamaized.net/etvbharat/prod-images/14179298_t.jpg)
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ