ETV Bharat / state

ବାହୁଡିଲେ ମହାବାହୁ, ଉତ୍ସବମୁଖର ଲାଲଗଡ ଓ ରାଇରଙ୍ଗପୁର - ରାଇରଙ୍ଗପୁର

ବାହୁଡା ଯାତ୍ରାକୁ ନେଇ ଉତ୍ସବ ମୁଖର ଲାଲଗଡ ମାଲକାନଗିରି ଓ ରାଇରଙ୍ଗପୁର । ବାହୁଡିଛନ୍ତି କଳାଠାକୁର ।ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ।

ଡିଜାଇନ ଫଟୋ
author img

By

Published : Jul 12, 2019, 9:58 PM IST

ମାଲକାନଗିରି/ ରାଇରଙ୍ଗପୁର: ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦୀରୁ ସିଂହଦ୍ବାରକୁ ଫେରି ଆସିଛନ୍ତି ମହାପ୍ରଭୁ । ନିଜ ଭାଇ ଭଉଣୀଙ୍କ ସହ କାଳିଆ ସାଆନ୍ତ ବାହୁଡିଛନ୍ତି । ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ରାଜ୍ୟ । ସବୁଠି ଆନନ୍ଦ ଉଲ୍ଲାସ । ଏପଟେ ମହାପ୍ରଭୁଙ୍କ ବିନା ଖାଁ ଖାଁ ହୋଇପଡିଥିବା ସିଂହଦ୍ବାର ପୁଣି ଥରେ ଲୋକାରଣ୍ୟ ହୋଇଉଠିଛି । ନିଜ ମହାପ୍ରଭୁଙ୍କୁ ଅପେକ୍ଷା କରି ରହିଥିବା ଭକ୍ତଙ୍କ ଆତ୍ମାକୁ ଶାନ୍ତି ମିଳିଛି । ସମସ୍ତେ ଆତ୍ମ ବିଭୋର ହୋଇଉଠିଛନ୍ତି । ବାହୁଡା ଯାତ୍ରା ପାଇଁ ସବୁଠି ଖୁସିର ମାହୋଲ । ତେବେ ନଜର ପକାନ୍ତୁ ରାଜ୍ୟର କେଉଁଠି ? କିପରି ? ପାଳିତ ହୋଇଛି ବାହୁଡା ଯାତ୍ରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି ଓ ପ୍ରତିନିଧି, ରାଇରଙ୍ଗପୁର

ଲାଲଗଡରେ ବଡ ଧୁମଧାମରେ ପାଳିତ ହୋଇଛି ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ଶେଷ କରି ଫେରିଛନ୍ତି କାଳିଆ ଠାକୁର । ନୀତି ଅନୁସାରେ ପ୍ରଥମେ, ତିନି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହେବାପରେ ବିଗ୍ରହମାନଙ୍କୁ ମଇଲମ ଓ ମାଳଫୁଲ, ଲାଗି ହୋଇଥିଲା ।

ଏହାପରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ରାଜକୀୟ ବେଶରେ ଆସି ଛେରା ପହଁରା କରିଥିଲେ । ଏହା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ନୀତିନିର୍ଘଣ୍ଟ ଶୃଙ୍ଖଳିତ ଭାବେ ଶେଷ ହେବ ପରେ ଶ୍ରୀବିଗ୍ରହଙ୍କ ରଥକୁ ଭକ୍ତ ଗଣ ଭକ୍ତି ଓ ଶ୍ରଦ୍ଧାର ସହ ଟାଣି ଟାଣି ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ନିଜ ଘରକୁ ନେଇଥିଲେ।

ବାହୁଡାରେ ସାମିଲ ହେବା ପାଇଁ ମାଲକାନଗିରି ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । କିଛି ଦିନ ଧରି ବର୍ଷା ଲାଗି ରହିଥିବା ବେଳେ କିନ୍ତୁ ଆଜି କାଳିଆର ବାହୁଡା ଯାତ୍ରାରେ ପାଗ ଠିକ ହୋଇ ମେଘୁଆ ପାଗ ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ସହର ପାଲଟି ଥିଲା ଜନସମୁଦ୍ର । ଏପଟେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା ।

ସେପଟେ ରାଇରଙ୍ଗପୁରରେ ମଧ୍ୟ ଜନ୍ମବେଦୀରୁ ନବଦିନାତ୍ମକ ଯାତ୍ରା ସାରି ବାହୁଡିଛନ୍ତି ଦାରୁବ୍ରହ୍ମ। ନୀତି ଅନୁସାରେ, ସକାଳୁ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ ମୁଖ୍ୟ ପୂଜକ। ଶଙ୍ଖ ଘଣ୍ଟ ହୁଳହୁଳି ହରିବୋଲ ନାଦରେ ଦିନ ପ୍ରାୟ ୧୦.୩୦ ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥିଲା।

ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ଦେଖିବା ତଥା ରଥ ଟାଣିବା ପାଇଁ ଲୋକାରଣ୍ୟ ହୋଇଉଠିଥିଲା ରାଇରଙ୍ଗପୁର ସହର। ଅପରାହ୍ନ ଚାରିଟା ସମୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ବିଧିପୂର୍ବକ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଗସ୍ତରେ ଆସି ରଥ ଉପରେ ଶ୍ରୀଜୀଉଙ୍କୁ ପୂଜାପାଠ କରିବା ସହ ପ୍ରଭୁଙ୍କ ରଥ ମଧ୍ୟ ଟାଣିଥିଲେ। ହଜାର ହଜାର ଭକ୍ତ ରଥ ଟାଣିଥିଲେ । ଅନ୍ୟପଟେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

ମାଲକାନଗିରିରୁ ଜୟନ୍ତ ତିଆଡି ଓ ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:କିଏ କରିଛି ଅବହେଳା ? କାହିଁକି 17ଟି ଆଇକନିକ ପର୍ଯ୍ୟଟନ ସ୍ଥାନରୁ ବଂଚିତ ହେଲା ଓଡିଶା। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଓଡ଼ିଶାରେ କଣ ଏମିତି ଅଭାବ ରହିଲା ଯେ କେନ୍ଦ୍ର ବିଚାରକୁ ନେଲା ନାହିଁ। ଏପରିକି 4 ଧାମ ଭିତରେ ସ୍ଥାନ ପାଇଥିବା ପୁରୀକୁ ବି ସାମିଲ କରାଗଲା ନାହିଁ। ଏସବୁକୁ ନେଇ ଆଜି ବିଧାନସଭା ଶୁନ୍ୟ କାଳରେ ଆଲୋଚନା ହୋଇଥିଲା। ପ୍ରଥମେ ବିଜେଡି ବିଧାୟକ ପ୍ରଦୀପ୍ତ ମହାରଥୀ ଏହି ପ୍ରସଙ୍ଗ ଉଠାଇଥିଲେ। ବିରୋଧୀ କଂଗ୍ରେସ ମଧ୍ୟ ସ୍ୱର ମିଳାଇଛନ୍ତି। ଦାବି ହୋଇଛି ପ୍ରସ୍ତାବ ଆସୁ ବିଧାନସଭା କମିଟି ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟିବ। ଓଡ଼ିଶାର ଦାବିକୁ ଆହୁରି ଦୃଢ କରାଯିବା ଦରକାର ବୋଲି ସମସ୍ତେ ଉଠାଇଥିଲେ।

Body:ତେବେ ବିଜେପିର ଯୁକ୍ତି ଅଲଗା। ଦଳର ବରିଷ୍ଠ ବିଧାୟକ ଜୟନାରାୟନ ମିଶ୍ର କହିଛନ୍ତି, ଏହାକୁ କେନ୍ଦ୍ର ଅବହେଳା କୁହାଯିବ ନାହିଁ। ରାଜ୍ୟ ସରକାରଙ୍କ ତରଫରୁ ତ୍ରୁଟି ରହିଲା। ସେମାନେ କେନ୍ଦ୍ରକୁ ଚାପ ପକାଇପାରିଲେ ନାହିଁ। ଫଳରେ ଓଡିଶା ବଂଚିତ ହେଲା। ରାଜ୍ୟ ସରକାର ମଧ୍ୟ ଓଡ଼ିଶାର ଅନର୍କ ପର୍ଯ୍ୟଟନ ସ୍ଥାନକୁ ଗୁରୁତ୍ୱ ଦେଉ ନାହାନ୍ତି।
ବାଇଟ ଦେବୀପ୍ରସାଦ ମିଶ୍ର, ବିଜେଡି ବିଧାୟକ
ବାଇଟ ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ
ବାଇଟ ଜୟନାରାୟନ ମିଶ୍ର, ବିଜେପି ବିଧାୟକ

Conclusion:ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣିଛନ୍ତି। ଅତି କମରେ ଓଡ଼ିଶାର ଦୁଇଟି ସ୍ଥାନକୁ ଏଥିରେ ସାମିଲ କାଟିବାକୁ ଅନୁରୋଧ କରିଛନ୍ତି। ତେବେ କେନ୍ଦ୍ର କଣ ନିଷ୍ପତ୍ତି ନେଉଛି ତାକୁ ଅପେକ୍ଷା।
ଭୁବନେଶ୍ୱର ରୁ ଜ୍ଞାନାଦର୍ଶୀ ସାହୁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.