ETV Bharat / state

ବାୟାପଡା ଘାଟି ରାସ୍ତାରେ ଭୂସ୍ଖଳନ, ବାହ୍ୟ ଜଗତରୁ ବିଚ୍ଛିନ୍ନ ୭ରୁ ଊର୍ଦ୍ଧ୍ବ ଗାଁ - ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ୭ରୁ ଉର୍ଦ୍ଧ୍ବ ଗାଁ

ମାଲକାନଗିରିର ନାକାମାମୁଡି ପଞ୍ଚାୟତ ବାୟପଡା ଘାଟି ରାସ୍ତାରେ ଭୂସ୍ଖଳନ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ୭ରୁ ଉର୍ଦ୍ଧ୍ବ ଗାଁ । ଅଧିକ ପଢ଼ନ୍ତୁ

ମାଲକାନଗିରିର ନାକାମାମୁଡି ପଞ୍ଚାୟତ ବାୟପଡା ଘାଟି ରାସ୍ତାରେ ଭୂସ୍ଖଳନ

author img

By

Published : Jul 20, 2023, 10:04 PM IST

ମାଲକାନଗିରିର ନାକାମାମୁଡି ପଞ୍ଚାୟତ ବାୟପଡା ଘାଟି ରାସ୍ତାରେ ଭୂସ୍ଖଳନ

ମାଲକାନଗିରି: ବାୟାପଡା ଘାଟିରେ ଭୂସ୍ଖଳନ । ଖଇରପୁଟ ବ୍ଲକ ଓରଙ୍ଗି ଠାରୁ ବାୟାପଡା ନିର୍ମାଣଧିନ ଘାଟିରେ ପ୍ରବଳ ବର୍ଷା ପରେ ସମ୍ପୂର୍ଣ୍ଣ ରାସ୍ତାରେ ମାଟି ଅତଡା ଖାସିଯାଇଛି । ଯାହାଫଳରେ ଭୂସ୍ଖଳନ ହେବାସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ନାକାମାମୁଡ଼ି ପଞ୍ଚାୟତର ୭ରୁ ଉର୍ଦ୍ଧ୍ବ ଗାଁ । ମାଲକାନଗିରିରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି । ଆଜି ଦିନ ତମାମ ନାକାମାମୁଡ଼ି ପଞ୍ଚାୟତରେ ପ୍ରବଳ ବର୍ଷା ଲାଗି ରହିଥିଲା । ମାଟି ଅତଡ଼ା ଖସିବା ଫଳରେ ଗାଁକୁ ଯାତାୟତ ଠପ୍ ହୋଇଛି ।

ଏହାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ କହିଛନ୍ତି, "ଏହି ଘଟଣା ଉପରେ ପ୍ରଶାସନ ଦୃଷ୍ଟିରେ ରହିଛି । ତାସହ ମାଟି ଅତଡା ଖସିଥିବା ସ୍ଥାନଟି ନିର୍ମାଣଧିନ ରାସ୍ତା ଥିଲା ତେଣୁ ଏହି ରାସ୍ତାରେ ଚାରି ଚକିଆ ଯାନ ଯିବା ଆସିବା କରିବା ପାଇଁ ଖୋଲାଯାଇ ନାହିଁ । ତାସହ ମାଟି ଅତଡା ଖସିଥିବା ସ୍ଥାନ ପରେ ଯେଉଁ ଗ୍ରାମ ଅଛି ସେହି ଗାଁ ଗୁଡ଼ିକୁ ଯିବା ଆସିବା କରିବା ପାଇଁ ଅନ୍ଯ ରାସ୍ତା ପ୍ରସ୍ତୁତ କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ବିଡିଓ ଓ ତହସିଲଦାର ରହି ସ୍ଥିତି ଅନୁଧ୍ଯାନ କରୁଛନ୍ତି । ବିପନ୍ନ ଅଞ୍ଚଳରେ ଖାଦ୍ୟ ଓ ଜଳ ପଠାଯାଇଛି । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ଘଟିନାହିଁ । ଲଗାଣ ବର୍ଷାରେ 17ଟି ଘର କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି ।"

ଏହା ବି ପଢ଼ନ୍ତୁ: ଲଘୁଚାପ ସକ୍ରିୟ: ଆହୁରି 4 ଦିନ ଛେଚିବ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ତେବେ ତିନିଦିନ ଧରି ଲଗାତାର ବର୍ଷା ହବା ଫଳରେ ତଳିଆ ପୋଲୋ ଗୁଡିକ ଉପରେ 3ରୁ 4 ଫୁଟ ପାଣି ଚାଲୁଥିଲା ଯାହା ଫଳରେ ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ପଡୋଶୀ ଜିଲ୍ଲା କୋରାପୁଟର ଜୟପୁର ସହରକୁ ଯାତାୟତ ବନ୍ଦ ଥିଲା । ଗତକାଲି(ବୁଧବାର) ମଧ୍ଯ ରାତ୍ରରୁ ପାଣି କମିବା ପରେ ବର୍ତ୍ତମାନ ଯାତାୟତ ସ୍ବାଭାବିକ ରହିଛି । ପ୍ରଶାସନ ପକ୍ଷରୁ ମାଥିଲି ଓ ପଟେରୁରେ ଯାତ୍ରୀ ମାନଙ୍କପାଇଁ ରନ୍ଧା ଖାଦ୍ୟର ବ୍ଯବସ୍ଥା କରାଯାଇଥିଲା । ବର୍ତ୍ତମାନ ବର୍ଷା କମିଛି ଏହାପରେ କେଉଁ ସ୍ଥାନରେ କେତେ ଘର ଭାଙ୍ଗିଛି ଏବଂ କେତେ ଚାଷ ଜମି ନଷ୍ଟ ହୋଇଛି ଆକଳନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ।

ଇଟିଭି ଭାରତ ,ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.