ETV Bharat / state

ଟଳିଗଲା ବିପଦ; ବିଏସଏଫ ଦ୍ବାରା ଲ୍ୟାଣ୍ଡମାଇନ ନିଷ୍କ୍ରିୟ

ପୋଲ ତଳେ ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନକୁ ସନ୍ଧାନୀ କୁକୁର ସହାୟତରେ ବାହାର କରିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ବିଏସଏଫ ଯବାନ ।

author img

By

Published : Nov 8, 2019, 2:15 PM IST

ନିଷ୍କ୍ରିୟ କଲେ ବିଏସଏଫ ଯବାନ

ମାଲକାନଗିରି: ଭଣ୍ଡୁର ହୋଇଗଲା ମାଓବାଦୀଙ୍କ ଚାଲ । ପୋଲ ତଳେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ସନ୍ଧାନୀ କୁକୁର ସହାୟତରେ ବାହାର କରିବା ପରେ, ଏହାକୁ ନିଷ୍କ୍ରିୟ କରିଛନ୍ତି ବିଏସଏଫ ଯବାନ । ଲାଲଗଡ ମାଲକାନଗିରିର କାଲିମେଳା ଥାନା ଅନ୍ତର୍ଗତ ଏମପିଭି-126 ଗ୍ରାମରେ ଥିବା ପୋଲ ତଳେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । ହେଲେ ଆଗକୁ ହେବାକୁ ସାମ୍ଭାବ୍ୟ ବିପଦକୁ ସଫଳତାର ସହ ପଣ୍ଡ କରିଛି ବିଏସଏଫ ।

ଏମପିଭି-72 ଗ୍ରାମରେ ଥିବା 76 ବାଟାଲିୟନର ବିଏସଏଫ ଯବାନ ରୁଟିନ କୁମ୍ବିଂ ଅପରେସନ ଜାରି ରଖିଥିବା ବେଳେ, ପୋଲ ତଳେ ଏହି ବିସ୍ଫୋରକ ସାମଗ୍ରୀ ଥିବାର ସୂଚନା ସନ୍ଧାନୀ କୁକୁର ସହାୟତରେ ପାଇଥିଲେ । ପରେ ଏହାକୁ ମାଟି ତଳୁ ବାହାର କରାଯାଇ ନିଷ୍କ୍ରିୟ କରାଯାଇଥିଲା ।

ଗତ 2008ରେ ଏମପିଭି ପୋଲ ତଳେ ସମାନ ଢଙ୍ଗରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । ଏହି ବିସ୍ଫୋରଣରୁ ଆଣ୍ଟି ଲ୍ୟାଣ୍ଡମାଇନ ଗାଡି ଉଡି ଯିବା ସହ ଜଣେ ପୋଲିସ ଆରଆଇଙ୍କ ସମେତ 17 ଜଣ ଯବାନ ସହିଦ ହୋଇଥିଲେ । ଏମଭି-126 ଗ୍ରାମର ପୋଲ ତଳୁ ଲ୍ୟାଣ୍ଡମାଇନ ଉଦ୍ଧାର ହେଉଥିବା ବେଳେ, କାଲିମେଳା ଠାରୁ ମୋଟୁ ଯୋଡୁ ଥିବା ରାସ୍ତାକୁ ପ୍ରାୟ 1ଘଣ୍ଟା ଧରି ବନ୍ଦ ରଖା ଯାଇଥିଲା । ଆଗକୁ ମାଓବାଦୀ ସହିଦ ସପ୍ତାହ ପାଳନ କରିବାକୁ ଯାଉ ଥିବାବେଳେ ନିଜର ସ୍ଥିତି ଜାହିର କରିବା ପାଇଁ ସେମାନେ ଏହି ବିସ୍ଫୋରକ ଲଗାଇଥିବା ଜଣାପଡିଛି । ଯାହାକୁ ଦୃଷ୍ଟିରେ ରଖି ମାଲକାନଗିରି ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ।

ନିଷ୍କ୍ରିୟ କଲେ ବିଏସଏଫ ଯବାନ

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ ।

Intro:ଭଣ୍ଡୁର ହେଲା ମାଓବାଦୀଙ୍କ ରଣନୀତି । ପୋଲ ତଳେ ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲେଣ୍ଡମାଇନକୁ ସନ୍ଧାନୀ କୁକୁର ସହାୟତରେ ବାହାର କରି ଧ୍ବଂସ କଲେ ବିଏସଏଫ୍ ର ବୀର ଜବାନ ।Body:ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଏମ ପିଭି 126 ଗ୍ରାମ ପୋଲ ତଳେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ବିସ୍ଫୋରକ ସାମଗ୍ରୀ ଲଗାଇଥିଲେ । ତେବେ ଏମପିଭି-72 ଗ୍ରାମରେ ଥିବା 76ବେଟାଲିୟନର ବିଏସଏଫ ଜବାନ ରୁଟିନ କୁମ୍ବିଂ ଅପରେସନ ଜାରି ରଖିଥିବା ବେଳେ ଏହି ବିସ୍ଫୋରକ ସାମଗ୍ରୀର ସନ୍ଧାନ ସନ୍ଧାନୀ କୁକୁର ସହାୟତରେ ପାଇଥିଲେ ପରେ ତାହାକୁ ମାଟି ତଳୁ ଉଦ୍ଧାର କରିବା ସହ ବିସ୍ଫୋରଣ କରିଥିଲେ । 2008 ମସିହାରେ ଏହି ଏମପିଭି ପୋଲ ତଳେ ମାଓବାଦୀ ମାନେ ଖଞ୍ଜିଥିବା ଲେଣ୍ଡମାଇନ ବିସ୍ଫୋରଣ ହେବାରୁ ଆଣ୍ଟି ଲେଣ୍ଡମାଇନ ଗାଡି ଉଡି ଯାଇଥିଲା ଫଳରେ ଜଣେ ପୋଲିସ ଆର.ଆଇଙ୍କ ସମେତ 17 ଜଣ ଜବାନ ସହିଦ ହୋଇଥିଲେ । ଆଜିର ଏହି ଲେଣ୍ଡମାଇନ ଉଦ୍ଧାର କାର୍ଯ୍ୟ ଚାଲିବା ସମୟରେ କାଲିମେଳା ଠାରୁ ମୋଟୁ ରାସ୍ତାକୁ ପ୍ରାୟ 1ଘଂଟା ଧରି ବନ୍ଦ ରଖା ଯାଇଥିଲା ।

Conclusion:ଆଗକୁ ମାଓବାଦୀ ସହିଦ ସପ୍ତାହ ପାଳନ କରିବାକୁ ଥିବା ବେଳେ ନିଜର ସ୍ଥିତି ଜାହିର କରିବା ପାଇଁ ମାଓବାଦୀ ଏହି ବିସ୍ଫୋରକ ଲଗାଇଥିବା ଜଣାପଡିଛି । ଯାହାକୁ ଦୃଷ୍ଟିରେ ରଖି ମାଲକାନଗିରି ସୀମାନ୍ତରେ ବର୍ତ୍ତମାନ କଡା ସୁରକ୍ଷା ରଣନୀତି ଆପଣା ଯାଇଛି ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.