ମାଲକାନଗିରି: କୁଡୁମୁଲୁଗୁମ୍ମାକୁ ପୁଣି ଥରେ ବ୍ଲକ କରିବାକୁ ଜିଲ୍ଲା ପରିଷଦ ବୈଠକରେ ସହମତି । ଏନେଇ ସର୍ବସମ୍ମତିକ୍ରମେ ଜିଲ୍ଲା ପରିଷଦ ବୈଠକରେ ରେଜୁଲେସନ ପାସ କରାଯାଇଛି । ଯାହାକୁ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି ଜଣାପଡିଛି ।
ଜିଲ୍ଲା ପରିଷଦର 66 ତମ ସାଧାରଣ ବୈଠକରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର କୁଡୁମୁଲୁଗୁମ୍ମାରେ ପୁଣି ଥରେ ବ୍ଲକ କରିବାକୁ ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇଛି । ଏଠାରେ ପୁଣି ଥରେ ବ୍ଲକ କରିବାକୁ ଅନେକ ଦିନରୁ ଦାବି ହୋଇଆସୁଥିଲା ।
ପୂର୍ବରୁ ଦୀର୍ଘ ୬୦ ବର୍ଷ ଧରି କୁଡୁମୁଲୁଗୁମ୍ମା ଠାରେ ବ୍ଲକ କାର୍ଯ୍ୟାଳୟ ଥିବାବେଳେ ରାଜ୍ୟ ସରକାର 2013 ମସିହାରେ ଚିତ୍ରକୋଣ୍ଡାକୁ ସ୍ଥାନାନ୍ତର କରିଥିଲେ । ସେବେଠୁ ଏହାକୁ ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନ କରି ଆସୁଥିଲେ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ