ETV Bharat / state

ପର କରିଦେଲା ପରିବାର, ସହାୟତା ଦେଲେନି ସରକାର - କିନ୍ନର ମାୀଳତୀଙ୍କୁ ମିଳୁନି ସରକାରୀ ସହାୟତା

ଗଛ ମୂଳେ କଟୁଛି କିନ୍ନରଙ୍କ ଜୀବନ । ମାଳତୀଙ୍କ ପାଖରେ ଅପହଞ୍ଚ ସରକାରୀ ଯୋଜନା । ପେଟ ଖଣ୍ଡକ ପାଇଁ ସରୁନି ସଙ୍ଘର୍ଷ । ଅଧିକ ପଢନ୍ତୁ...

ପରକରିଦେଲେ ପରିବାର, ସହାୟତା ଦେଲେନି ସରକାର
ପରକରିଦେଲେ ପରିବାର, ସହାୟତା ଦେଲେନି ସରକାର
author img

By

Published : Nov 21, 2020, 12:02 PM IST

ମାଲକାନଗିରି: ଗରିବଙ୍କ ପାଇଁ ମାଳ ମାଳ ରହିଛି ସରକାରୀ ଯୋଜନା । ହେଲେ ସେସବୁ ପହଞ୍ଚି ପାରୁନି ଲୋକଙ୍କ ପାଖରେ । କିଏ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ଚିତ୍କାର କରୁଛି ତ ଆଉ କିଏ ଭୋକିଲା ରହି ଦିନ ବିତାଉଛି । ପୁଣି ଆଉ କିଏ କେଉଁଠି ଟିକେ ମୁଣ୍ଡ ଗୁଞ୍ଜିବା ପାଇଁ ସଂଘର୍ଷ କରୁଛି । ସେହିପରି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ଉପାନ୍ତ, ପଛୁଆ, ଆଦିବାସୀ ଓ ମାଓବାଦୀ ପ୍ରବଣ ମାଲକାନଗିରି ଜିଲ୍ଲାରେ ।

ପରକରିଦେଲେ ପରିବାର, ସହାୟତା ଦେଲେନି ସରକାର

ଆମେ କହୁଛୁ ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କଟଲାଗୁଡାର ମାଳତୀ ଗୋଲରୀଙ୍କ କଥା । ଯାହାଙ୍କର ବୟସ 65 ବର୍ଷ ହେବ । ମାଳତୀ ଜଣେ କିନ୍ନର ହୋଇଥିବାବେଳେ, ଆଜନ୍ମରୁ ପିଛା ଛାଡୁନି ଦୁଃଖ । କିନ୍ନର ରୂପରେ ଜନ୍ମ ହେବାପରେ ଦୂରେଇଦେଲେ ପରିବାର । ଏହାପରେ ସାମାଜିକ ବାସନ୍ଦ କଲା ସମାଜ । ଏହା ଉପରେ ପୁଣି ଦାଉ ସାଜିଛନ୍ତି ଭଗବାନ । ମୁଣ୍ଡଗୁଞ୍ଜିବାକୁ ଅଛି ନା ଘର ନା ଆହେପଦେ କହିବାକୁ ସମ୍ପର୍କୀୟ । ଏବେ ବର୍ଷ ବର୍ଷ ଧରି ଏକ ଗଛ ମୂଳରେ ଆଶ୍ରୟ ନେଉଛନ୍ତି ମାଳତୀ । କିନ୍ନର ବୋଲି ମଧ୍ୟ ସରକାରୀ ବାବୁ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ଆଡୁଆଳରେ ରହି ଯାଇଛନ୍ତି ସେ ।

ଦୁଇଓଳି ପେଟ ପାଇଁ ଯାହା ଦୁଇ ପଇସା ମାଗି ଚଳୁଥିବା କହିଛନ୍ତି ମାଳତୀ । ଖରା, ବର୍ଷା ଶୀତ ଓ କାକରରେ ପଡିରହୁଛନ୍ତି ଗଛତଳେ । ବୟସର ଅପରାହ୍ନରେ ଏବେ ନା କେଉଁଠିକୁ ଯାଇ ପାରୁଛନ୍ତି ନା ପେଟ ପାଇଁ ଦୁଇ ମୁଠା ଆହାର ସଂଗ୍ରହ କରି ପାରୁଛନ୍ତି । ଯଦି ସରକାର କିମ୍ବା କୌଣସି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ଥଇଥାନ କରାଯାଇ ପାରନ୍ତା ତାହେଲେ ସେ ବାକି ଜୀବନ ଟିକେ ଶାନ୍ତିରେ କାଟିପାରନ୍ତେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.