ETV Bharat / state

ଏମିତି ଆମ ସ୍ବାସ୍ଥ୍ୟସେବା, ହସ୍ପିଟାଲରେ ପାଣି ନଥିବାରୁ ହୋଇପାରିଲାନି ଡାଏଲିସିସ - ମାଲକାନାଗିରି ଜିଲ୍ଲା ହସ୍ପିଟାଲ

ମାଲକାନାଗିରି ଜିଲ୍ଲା ହସ୍ପିଟାଲ ରେ ପାଣି ନଥିବାରୁ କିଡନୀ ରୋଗୀଙ୍କ ହୋଇପାରିଲା ନାହିଁ ଡାଏଲିସିସ ଚିକିତ୍ସା । ଆଠ ଜଣ ରୋଗୀଙ୍କୁ ଘରକୁ ଫେରାଇ ଦେଲେ ଡାକ୍ତର । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ହସ୍ପିଟାଲରେ ପାଣି ନଥିବାରୁ ହୋଇପାରିଲା ନାହିଁ ଡାଏଲିସିସ

author img

By

Published : Aug 23, 2022, 7:41 AM IST

Updated : Aug 23, 2022, 9:41 AM IST

ମାଲକାନଗିରି: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ହସ୍ପିଟାଲରେ ପାଣି ନଥିବାରୁ ହୋଇ ପାରିଲାନାହିଁ ରୋଗୀଙ୍କ ଡାଏଲିସିସ ଚିକିତ୍ସା । ଫଳରେ ଘରକୁ ଫେରାଇ ଦେଲେ ଡାକ୍ତର । ଜଣେ କି ଦୁଇ ଜଣ ନହେଁ ଏକା ସାଙ୍ଗରେ ୮ଜଣ କିଡନୀ ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଘରକୁ ଯିବାକୁ କହିଥିଲେ ଡାକ୍ତର । ମାଲକାଲଗିରି ଜିଲ୍ଲା ହସ୍ପିଟାଲ ବିରୋଧରେ ରୋଗୀ ଆଣିଛନ୍ତି ଏଭଳି ସାଙ୍ଘାତିକ ଅଭିଯୋଗ ।

ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ହସ୍ପିଟାଲରେ ପାଣି ନଥିବାରୁ ହୋଇପାରିଲା ନାହିଁ ଡାଏଲିସିସ

ଏନେଇ ହସ୍ପିଟାଲ ଡାଏଲିସିସ ସେଣ୍ଟର ମ୍ୟାନେଜରଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସ୍ବୀକାର କରିଛନ୍ତି । ''କିଛି ଦିନ ହେବ କଷ୍ଟ୍ରକ୍ସନ କାମ ଚାଲିଥିବାରୁ ପାଣି ପାଇପ ଲାଇନ ଫାଟି ଯାଇଛି, ଫଳରେ ଜୁରୁରୀ ମୁତାବତ ପାଣି ମିଳିପାରୁନି, ଏହି କାରଣ ଯୋଗୁଁ ରୋଗୀଙ୍କ ଡାଏଲିସିସ ହୋଇପାରୁନାହିଁ । ଚିକିତ୍ସା ହୋଇପାରୁନଥିବାରୁ ସେ ହସ୍ପିଟାଲ ମ୍ୟାନେଜର, ହସ୍ପିଟାଲ ଏଡିଏମଓ ଓ ସିଡିଏମଓଙ୍କୁ ଜଣାଇଥିବା କହିଛନ୍ତି ଡାଏଲିସିସ ସେଣ୍ଟର ମ୍ୟାନେଜର ।"

ଏହା ମଧ୍ୟ ପଢନ୍ତୁ-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଟ୍‌ ସର୍କିଟ, 2 ମେଡିକାଲ କର୍ମଚାରୀ ଆହତ

ତେବେ ଏଠି ପ୍ରଶ୍ନ ଉଠୁଛି ଚିକିତ୍ସା ଅଭାବରୁ ଯଦି କିଡନୀ ରୋଗୀଙ୍କ ମୃତ୍ୟୁ ଘଟେ ତେବେ ଦାୟୀ ରହିବ କିଏ, ଯଦି ହସ୍ପିଟାଲରେ ପାଣି ନାହିଁ, କାହିଁକି ଏହାର ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ । ହସ୍ପିଟାଲ ମ୍ୟାନେଜର, ଏଡିଏମଓ ଓ ସିଡିଏମଓଙ୍କୁ ଏ ବିଷୟରେ ଅବଗତ ଥିଲେ ବି କାହିଁକି ତ୍ବରତି ପଦକ୍ଷପ ନିଆଗଲା ନାହିଁ, ଏପରି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଜିଲ୍ଲାରେ ଏତେ ବଡ ହସ୍ପିଟାଲରେ ପାଣିନଥିବା ଯୋଗୁଁ ଚିକିତ୍ସା ବନ୍ଦ ହେବା ନିହାତି ଏକ ନିନ୍ଦନୀୟ ଘଟଣା ।

Last Updated : Aug 23, 2022, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.