ETV Bharat / state

Midnight Arrest Of Journalists: ଦାବି ପୂରଣ ପରେ ଧାରଣାରୁ ଉଠିଲେ ସାମ୍ବାଦିକ - ଧାରଣାରୁ ଉଠିଲେ ସାମ୍ବାଦିକ

ମାଲକାନଗିରିରେ ୫ ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ସାମ୍ବାଦିକ ସଙ୍ଘର ବିକ୍ଷୋଭ ଘଟଣା । ୫ ଦିନ ପରେ ଧାରଣାରୁ ଉଠିଲେ ବିକ୍ଷୋଭକାରୀ ସାମ୍ବାଦିକ । ଅଧିକ ପଢନ୍ତୁ

Midnight Arrest Of Journalists: ଦାବି ପୂରଣ ପରେ ଧାରଣାରୁ ଉଠିଲେ ସାମ୍ବାଦିକ

author img

By

Published : Dec 24, 2021, 10:51 AM IST

ମାଲକାନଗିରି: ୫ ଦିନ ପରେ ଧାରଣାରୁ ଉଠିଲେ ସାମ୍ବାଦିକ । ମାଲକାନଗିରିରେ ଖବର ପରିବେଷଣ ଲାଗି ୫ ଜଣ ସାମ୍ବାଦିକଙ୍କୁ ପୋଲିସ ଗିରଫ କରିବା ପ୍ରତିବାଦରେ ଗତ ୫ ଦିନ ଧରି ଶତାଧିକ ସମ୍ବାଦିକ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିଲେ । ଆଜି ସମସ୍ତ ବିକ୍ଷୋଭକାରୀ ସାମ୍ବାଦିକ ଧାରଣା ବନ୍ଦ କରିଛନ୍ତି । ପୋଲିସ ବିକ୍ଷୋଭକାରୀଙ୍କ ସମସ୍ତ ଦାବି ମାନିବା ପରେ ସେମାନେ ଧାରଣାରୁ ଉଠିଥିବା ଜଣାପଡିଛି ।

Midnight Arrest Of Journalists: ଦାବି ପୂରଣ ପରେ ଧାରଣାରୁ ଉଠିଲେ ସାମ୍ବାଦିକ
Midnight Arrest Of Journalists: ଦାବି ପୂରଣ ପରେ ଧାରଣାରୁ ଉଠିଲେ ସାମ୍ବାଦିକ

ସୂଚନାଯୋଗ୍ୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ସମ୍ପର୍କରେ ଖବର ପରିବେଷଣ ପାଇଁ ଗତ ୧୭ ତାରିଖ ବିଳମ୍ବିତ ରାତିରେ ୫ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ମିଥ୍ୟା ଅଭିଯୋଗରେ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା । ସାରା ରାଜ୍ୟରେ ମାଲକାନଗିରି ପୋଲିସର ଏଭଳି ବର୍ବରତାକୁ ନିନ୍ଦା କରାଯିବ ସହ ବିକ୍ଷୋଭର ବହ୍ନି ଜଳିଥିଲା । ସାମ୍ବାଦିକଙ୍କୁ ଜେଲରୁ ମୁକୁଳାଇବା ସଙ୍ଗେ ସଙ୍ଗେ ଅଭିଯୋଗକାରୀ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିକ୍ଷୋଭକାରୀ ଅଡି ବସିଥିଲେ । ଶେଷରେ ଗୁରୁବାର ସମ୍ପୃକ୍ତ ୫ ସାମ୍ବାଦିକ ଜାମିନରେ ବାହାରିଥିଲେ ହେଁ ଡାକ୍ତରଙ୍କ ବିରୁଦ୍ଧରେ ମାମଲା ଦାୟର ଦାବିରେ ଧାରଣାରୁ ହଟିନଥିଲେ ଆନ୍ଦୋଳନକାରୀ ।

ଗୁରୁବାର ଦିନ ତମାମ୍ ଜିଲ୍ଲା ପ୍ରଶାସନ ସହ ସାମ୍ବାଦିକମାନଙ୍କର ଆଲୋଚନା ଲାଗି ରହିଥିଲା । ସାମ୍ବାଦିକ ସଂଘର ଦାବି ମୁତାବକ ପୋଲିସ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ମାମଲା ଦାୟର କରିବା ପରେ ଶେଷରେ ସେମାନେ ଧାରଣାରୁ ଉଠିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.