ETV Bharat / state

ସାପ ଧରାଳି ଗଙ୍ଗାଧର: 37ଥର ଦଂଶନ କରିଛି ନାଗ, କାଟୁ କରେନି ବିଷ !

author img

By

Published : Aug 19, 2023, 10:15 AM IST

Updated : Aug 19, 2023, 11:39 AM IST

37 ଥର ବିଷାକ୍ତ ସାପ କାମୁଡିଥିଲେ ମଧ୍ୟ ସାପଧରା ଛାଡିନାହାନ୍ତି ଗଙ୍ଗାଧର । ମାଲକାନଗିରି ଜିଲ୍ଲାର ଖଇରପୁଟ ଗ୍ରାମରେ ସାପ ଧରାଳି ଭାବେ ବେଶ ପରିଚିତ ଗଙ୍ଗାଧର। ଅଧିକ ପଢନ୍ତୁ

snake catcher Gangadhar Durulia
snake catcher Gangadhar Durulia
snake catcher Gangadhar Durulia

ମାଲକାନଗିରି: ବର୍ଷା ଦିନରେ ବଢି ଚାଲିଛି ସର୍ପାଘାତ ମୃତ୍ୟୁ ସଂଖ୍ୟା । ବିଷାକ୍ତ ସାପ ଚୋଟରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । କିନ୍ତୁ ଆମେ ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବୁ ଯାହାକୁ ସାପ ବାରମ୍ବାର ସାପ କାମୁଡିଥିଲେ ମଧ୍ୟ ତାଙ୍କ ଉପରେ କୌଣସି ପ୍ରଭାବ ପଡି ନାହିଁ । ଥରେ କି ଦୁଇ ଥର ନୁହଁ 37 ଥର ବିଷାକ୍ତ ସାପ କାମୁଡି ଥିଲେ ମଧ୍ୟ ସେ ସୁସ୍ଥ । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଖଇରପୁଟ ଗ୍ରାମର ଗଙ୍ଗାଧର ଡୁରୁଲିଆଙ୍କ କଥା । ସେ ଜଣେ ସାପ ଧରାଳି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ 37 ଥର ନାଗ ସାପ କାମୁଡିଲାଣି। କିନ୍ତୁ ସାପର ଚୋଟ ତାଙ୍କର କିଛି କ୍ଷତି ଘଟାଇ ପାରିନାହିଁ କି ସେ ସାପଧରା ଛାଡି ନାହାନ୍ତି ।

ଗଙ୍ଗାଧରଙ୍କ କହିବା ଅନୁସାରେ, ଯେତେବେଳେ ତାଙ୍କୁ 16 ବର୍ଷ ହୋଇଥିଲା ସେହି ସମୟରୁ ସେ ସାପଧରି ଜଙ୍ଗଲରେ ଛାଡିବା ଆରମ୍ଭ କରିଥିଲେ । ଏବେ ତାଙ୍କୁ 45 ବର୍ଷ ହବ । ଇତି ମଧ୍ୟରେ ସେ ଦୁଇହଜାରରୁ ଅଧିକ ସାପ ଧରି ଜଙ୍ଗଲରେ ଛାଡିଥିବା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ‘‘ସାପ ଧରିବା ମଧ୍ୟରେ ବର୍ତ୍ତମାନ ସୁଧା 37ଥର ନାଗ ସାପ ଚୋଟର ଶିକାର ହୋଇ ସାରିଲେଣି, କିନ୍ତୁ ତାଙ୍କର କିଛି ବି କ୍ଷତି ହୋଇନାହିଁ । ସାପ ଚୋଟ ମାରିବା କ୍ଷଣି ସେ ଜାଣିଥିବା ମନ୍ତ୍ର ଦ୍ବାର ଝଡାଫୁଙ୍କା ନିଜକୁ ନିଜେ କରନ୍ତି । ଯାହା ଦ୍ବାରା ତାଙ୍କ ଶରୀରରୁ ସାପ ବିଷ ଚାଲିଯାଏ । କିନ୍ତୁ ସାପ ଚୋଟ ମାରିବା ସ୍ଥାନ ଫୁଲିଯାଏ, ତେଣୁ ସେ ହସ୍ପିଟାଲ ଯାଇ ଚିକିତ୍ସା ହେବା ସହ ଇଂଜେକ୍ସନ ନେଇ ଭଲ ହୁଅନ୍ତି ।’’

ଏହା ମଧ୍ୟ ପଢନ୍ତୁ-ରଣପୁରରେ ସାପ ଧରାଳିଙ୍କ ଚାଲାକି: ନାଗକୁ ରଙ୍ଗ ମାରି କହିଲେ ବିରଳ ଆଲବିନୋ !

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯଦି ଖଇରପୁଟ କିମ୍ବା ଆଖପାଖ ଗାଁରେ କାହାଘର ଭିତରେ ସାପ ପଶିଯାଏ ତେବେ ପ୍ରଥମେ ଗଙ୍ଗାଧରଙ୍କୁ ଖୋଜାପଡିଥାଏ । ଗଙ୍ଗାଧର ଏହି ଖବର ପାଇବା କ୍ଷଣି ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଦିଅନ୍ତି । ସାପ ଦଂଶନ କଲେ ମଧ୍ୟ ସେ ଭୟ ନକରି ଲୋକଙ୍କ ଧନ ଜୀବନ ବଞ୍ଚାଇବା ସହ ଲୁପ୍ତ ପାଇ ଯାଉଥିବା ସାପ ମାନଙ୍କ ଜୀବନ ବଞ୍ଚାଇଥାନ୍ତି ଗଙ୍ଗାଧର ଡୁରୁଲିଆ । ନାଗ ସାପ ଭଳି ବିଷାକ୍ତ ସାପ ଓ ଅନ୍ୟାନ୍ୟ ସାପ ଧରିବା ପାଇଁ ସାପ ଧରାଳିଙ୍କୁ ଟ୍ରେନିଂ ଦିଆଯିବା ଆବଶ୍ୟକ । ପ୍ରତି ପଞ୍ଚାୟତ ସ୍ତରରେ ସ୍ନେକ ହେଲ୍ପଲାଇନର ସଦସ୍ୟ ମାନଙ୍କୁ ବନ ବିଭାଗ ପକ୍ଷରୁ ନିୟୋଜିତ କରାଗଲେ ଭଲ ହୋଇପାରନ୍ତା ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ମାଲକାନଗିରି ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ କର୍ଯ୍ୟାଳୟ ଠାରୁ ମିଳିଥିବା ସୁଚନା ମୁତାବିକ୍ ୨୦୨୨୵୨୩ ମସିହାର ଜୁଲାଇ ମାସ ସୁଧା ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ସାପ କାମୁଡାରେ 298 ଜଣଙ୍କର ଚିକିତ୍ସା କରାଯିବା ସହ 12 ଜଣଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି ।

ଇଟିଭି ଭାରତ,ମାଲକାନଗିରି

Last Updated : Aug 19, 2023, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.