ମାଲକାନଗିରି: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର ଛୁରା ମାଡରେ ସ୍ତ୍ରୀ ଗୁରୁତର । ଜିଲ୍ଲାର ସଦର ମହକୁମାର ମଲ୍ଲିକେଶ୍ବର କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । 5ବର୍ଷ ଧରି ପାରିବାରିକ ସମସ୍ୟା ସମାଧାନ ନହେବାରୁ ଏମଭି 43 ଗ୍ରାମର ମଧୁସୂଦନ ବାଲା ନାମକ ବ୍ୟକ୍ତି ନିଜ ସ୍ତ୍ରୀ ରାଧାର ଗଳାକାଟି ହତ୍ୟା କରିବାକୁ ଉଦ୍ୟମ କରିଛି ।
ସ୍ବାମୀର ଆକ୍ରମଣରେ ମହିଳା ଜଣଙ୍କ ଗୁରୁତର ହୋଇପଡିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
ତେବେ ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ