ETV Bharat / state

ସର୍ଚ୍ଚ ଅପରେସନ ବେଳେ ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

author img

By

Published : Jan 25, 2021, 10:51 AM IST

ସାଧାରଣତନ୍ତ୍ର ଦିବସକୁ ନଜରରେ ରଖି ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ । ବିଏସଏଫ ଯବାନର ସର୍ଚ୍ଚ ଅପରେସନ ବେଳେ ଜବତ ହେଲା ବିପୁଳ ମାଓ ସାମଗ୍ରୀ । ଅଧିକ ପଢନ୍ତୁ...

ସର୍ଚ୍ଚ ଅପରେସନ ବେଳେ ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ
ସର୍ଚ୍ଚ ଅପରେସନ ବେଳେ ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସାଧାରଣତନ୍ତ୍ର ଦିବସକୁ ନଜରରେ ରଖି ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ । ବିଏସଏଫ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । ଏହି ସମୟରେ ମାଟିଖାଲ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀକୁ ଯବାନମାନେ ଠାବ କରିଛନ୍ତି । ମାଓ ପୁସ୍ତିକା, ମାଓ ପୋଷାକ ସହ ବିପୁଳ ପରିମାଣର ବୋମା ଜବତ କରାଯାଇଛି ।

ଗୋରାସେତୁ ଠାରେ ମୁତୟନ ହୋଇଥିବା ନବମ ବାଟାଲିୟନର ବିଏସଏଫ ଯବାନ ବିଶେଷ ସୂତ୍ରରୁ ଖବର ପାଇ ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ମାଟିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଏହି ସମୟରେ ଜଙ୍ଗଲ ମଝିରେ ଏକ ଡ୍ରମରେ ପୋତା ହୋଇ ରଖାଯାଇଥିବା ବହୁ ପରିମାଣର ବୋମା ତିଆରି ସାମଗ୍ରୀକୁ ଜବତ କରାଯାଇଛି ।

ସ୍ବାଭିମାନ ଅଞ୍ଚଳରେ ପୋଲିସ ଓ ବିଏସଏଫ ତରଫରୁ ପାଟ୍ରୋଲିଂ କଡାକଡି କରାଯାଉଥିବାରୁ ପୂର୍ବଭଳି ସେଠାରେ ଆଉ ମାଓବାଦୀ ଚଳପ୍ରଚଳ କରିପାରୁନାହାଁନ୍ତି । ଆଉ ଆଗ ପରି ଗ୍ରାମବାସୀ ମାଓବାଦୀଙ୍କୁ ସମର୍ଥନ ଦେଉନାହାଁନ୍ତି ଫଳରେ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର, ବୋମା, ବୋମା ତିଆରି ସାମଗ୍ରୀ ସବୁ ଜଙ୍ଗଲରେ ଲୁଚାଇ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ନିକଟରେ ପଣସପୁଟ ପଞ୍ଚାୟତର ହାଣ୍ଡିଖାଲ ଜଙ୍ଗଲରୁ ସ୍ଥାନୀୟ ବିଏସଏଫ ଏକ ଅଫୁଟା ବୋମା ସହିତ ବହୁ ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲେ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.